ETV Bharat / state

ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ, କଲ୍ୟାଣ ମଣ୍ଡପ ହସ୍ତାନ୍ତର ନେଇ ଅସନ୍ତୋଷ - ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ

ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ । ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରର ଉନ୍ନତିକରଣ ଏବଂ ଆୟ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା କରାଯାଇଥିଲା । କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ଏହାର ମାଲିକାନାକୁ ନେଇ ବିବାଦ ଉଠିଛି । ଅଧିକ ପଢ଼ନ୍ତୁ

controversy rises on Shree Baladevjew Kalyan Mandap maintenance charge in Kendrapara
ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ, କଲ୍ୟାଣ ମଣ୍ଡପ ହସ୍ତାନ୍ତର ନେଇ ଅସନ୍ତୋଷ
author img

By

Published : Nov 23, 2022, 10:50 PM IST

କେନ୍ଦ୍ରାପଡ଼ା: ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ । କଲ୍ୟାଣ ମଣ୍ଡପ ହସ୍ତାନ୍ତର ନେଇ ଅସନ୍ତୋଷ । ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରର ଉନ୍ନତିକରଣ ଏବଂ ଆୟ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା କରାଯାଇଥିଲା । କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ଏହାର ମାଲିକାନାକୁ ନେଇ ବିବାଦ ଉଠିଛି । ସେପଟେ ବିବାଦ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।

ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ, କଲ୍ୟାଣ ମଣ୍ଡପ ହସ୍ତାନ୍ତର ନେଇ ଅସନ୍ତୋଷ

୨୦୧୯ ମସିହାରେ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି ମନ୍ଦିରର ଉନ୍ନତି ପାଇଁ ଦୁଇକୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିବର୍ଷ ନଭେମ୍ବର ୫ ତାରିଖରେ ଆଉ ସାଢ଼େ ଆଠ କୋଟି ଟଙ୍କା ମନ୍ଦିରର ବିକାଶ ପାଇଁ ମଞ୍ଜୁର କରିଥିଲେ । ଏହାରି ମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ମନ୍ଦିର ବିକାଶ କାର୍ଯ୍ୟ ଅଧା ହୋଇ ପଡ଼ି ରହିଛି । ମନ୍ଦିରର ପାର୍ଶ୍ଵରେ ଥିବା ଆଧ୍ୟାତ୍ମିକ ପାର୍କ କାମ ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଥିବା ବେଳେ ପାର୍କରେ ଏବେ ତାଲା ଝୁଲୁଛି ।

ସେହିପରି ମନ୍ଦିରର ସୁରକ୍ଷା ପାଇଁ ୪୮ଟି ସିସିଟିଭି ଖଞ୍ଜାଯିବା କାର୍ଯ୍ୟ ସମାପନ ହୋଇଥିବା ବେଳେ ୧୩୬ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା କାରଯାଇଥିଲା । ତେବେ ଏହି ଷ୍ଟ୍ରିଟ୍‌ ଲାଇଟ କେବେକେବେ ଜଳୁଥିବା ଦେଖା ଯାଇଛି । ବର୍ତ୍ତମାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅପେକ୍ଷାରେ ଥିବା ଦେବୋତ୍ତର ବିଭାଗର କଲ୍ୟାଣ ମଣ୍ଡପକୁ ନେଇ ଟଣାଓଟରା ଆରମ୍ଭ ହୋଇଛି । ମୋଟ ୧ କୋଟି ୪୬ ଲକ୍ଷ ୮ ହଜାର ୪୪୩ ଟଙ୍କାର ନିର୍ମିତ ଏହି କଲ୍ୟାଣ ମଣ୍ଡପଟି ବଳଦେବଜୀଉ ଦେବୋତ୍ତର ବିଭାଗର ୪୫ ଡେସିମିଲ୍‌ ଜମି ଉପରେ ନିର୍ମିତ । ପୂର୍ତ୍ତ ବିଭାଗ କାମ ଶେଷ କରି ଏହି କଲ୍ୟାଣ ମଣ୍ଡପ ପରିଚାଳନା ଦାୟିତ୍ବ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଚିଠି କରାଯାଇଥିବା ନେଇ କୌଣସି ସୂତ୍ରରକୁ ଖବର ପାଇବା ପରେ ଏବେ ଭକ୍ତ ଉଠାଇଛନ୍ତି ତୁମ୍ବି ତୋଫାନ ।

ମନ୍ଦିରର ଆୟ ପାଇଁ କୌଣସି ଆଖି ଦୃଶିଆ ପନ୍ଥା ନଥିବାରୁ କଲ୍ୟାଣ ମଣ୍ଡପରୁ ଆସିବାକୁ ଥିବା ଅର୍ଥରେ ଶ୍ରୀଜୀଉଙ୍କର ନୀତିକାନ୍ତି ସୁରୁଖୁରୁରେ ସମାପନ ହୋଇ ପାରିବ । ତେବେ ଜିଲ୍ଲା ପ୍ରଶାସନ ପୁନଃ ନିଜ ନିଷ୍ପତ୍ତି ଉପରେ ବିଚାର କରୁ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ । ତାହା ନହେଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଛନ୍ତି । ମନ୍ଦିର ସମ୍ପତ୍ତିକୁ ଟ୍ରଷ୍ଟ ବୋର୍ଡ ଆଲୋଚନା ଓ ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶ ବିନା ହସ୍ତାନ୍ତର କରାଯାଇପାରିବ ନାହିଁ । ଏହିଭଳି ନିୟମ ରହିଥିବା ବେଳେ କିଏ ଓ କାହିଁକି ଏଭଳି କାର୍ଯ୍ୟ କରିଛନ୍ତି ସେନେଇ ଭକ୍ତ ପ୍ରଶ୍ନ କରିଛନ୍ତି ।

ରକ୍ଷଣା ବେକ୍ଷଣ ଦ୍ବାହି ଦେଇ ଏହାକୁ ଯଦି ହସ୍ତାନ୍ତର କରାଯାଇଥାଏ ତେବେ ମହାପ୍ରଭୁଙ୍କ ନିଜସ୍ବ ସ୍ଥାନରେ କାହିଁକି ଏହି ମଣ୍ଡପ ରହିବ ବୋଲି ଚର୍ଚ୍ଚା ହେଉଛି । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ କହଛନ୍ତି, "ଶ୍ରୀବଳଦେବଜୀଉ ଦେବୋତ୍ତର ବିଭାଗ ପାଖରେ ଲୋକ ବଳ ନଥିବା କାରଣରୁ ଏହାର ପରିଚାଳନା ଦାୟିତ୍ୱ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯାଇଛି ।" ସେପଟେ କାଗଜ କଲମରେ ଓ ଚିତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିରର ଉନ୍ନତି ହୋଇଥିବା ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଜିଲ୍ଲାପାଳ ।

୨୦୧୯ରୁ ବିକଶିତ ତୁଳସୀକ୍ଷେତ୍ର ଓ ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରର ଉନ୍ନତିକରଣ ଆଶା ରଖିଥିବା ଭକ୍ତ ଓ ଶ୍ରଦ୍ଧାଳୁ ଏବେ କଲ୍ୟାଣ ମଣ୍ଡପ ହସ୍ତାନ୍ତର ଘଟଣା ନେଇ ବିସ୍ମିତ ହୋଇଛନ୍ତି । ବିକାଶର ଫଟୋ ଦେଖାଇ ଖୁସି କରାଉଥିବା ପ୍ରଶାସନ କେବେ ବଳଦେବଜୀଉଙ୍କ କ୍ଷେତ୍ରର ଉନ୍ନତି କରୁଛି ସେହି ସମୟକୁ ଅପେକ୍ଷା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.