ETV Bharat / state

ଶୋଚନୀୟ ରାସ୍ତା ପାଇଁ ହନ୍ତସନ୍ତ ୭ ପଞ୍ଚାୟତ, ରାସ୍ତାରୋକ କଲା କଂଗ୍ରେସ - kendrapada latest news

କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ୭ଟି ଗ୍ରାମପଞ୍ଚାୟତ ନିର୍ଭର କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରତିବାଦର ରାସ୍ତାରୋକ କଲା କଂଗ୍ରେସ । ଅଧିକ ପଢନ୍ତୁ...

congress strike for demand of road work in rajnagar
୭ ପଞ୍ଚାୟତବାସୀ ନିର୍ଭର କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତାରୋକ କଲା କଂଗ୍ରେସ
author img

By

Published : Aug 20, 2021, 10:58 PM IST

କେନ୍ଦ୍ରାପଡା: ୭ଟି ଗ୍ରାମପଞ୍ଚାୟତ ନିର୍ଭର କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ । ଏ ନେଇ ରାଜନଗର ପୂର୍ବତନ ବିଧାୟକଙ୍କ ନେତୃତ୍ବରେ ରାସ୍ତା ନିର୍ମାଣ ଦାବିରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନଳିତାପାଟିଆ ଛକରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାସ୍ତାରୋକ । ଡାଙ୍ଗମାଳ ଠାରୁ ତାଳଚୁଆ ପର୍ଯ୍ୟନ୍ତ ନଦୀ ପାଖ ଓ ଜଙ୍ଗଲ ପାଖ ରାସ୍ତାର ସ୍ଥାୟୀ ନିର୍ମାଣ ଦାବିରେ ଏହି ରାସ୍ତା ରୋକ କରାଯାଇଥିଲା। ଏହି ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ରାସ୍ତା ଉପରେ ୭ଟି ପଞ୍ଚାୟତର ଅଧିବାସୀ ଯାତାୟତ ପାଇଁ ନିର୍ଭର କରୁଥିବା ବେଳେ ରାସ୍ତାର ଦୁରାବସ୍ଥା ଯୋଗୁ ମରଣମୁହଁରେ ପଡୁଛନ୍ତି ସାଧାରଣ ଜନତା।ବାରମ୍ବାର ଆପତ୍ତି ଅଭିଯୋଗ ପରେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ କାହାର ଏଥିପ୍ରତି ନିଘା ନଥିବା ଅଭିଯୋଗ କରିଛି କଂଗ୍ରେସ। ପ୍ରଶାସନିକ ସ୍ଥାଣୁତା ପ୍ରତିବାଦରେ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ବରେ ଆଜି ଏହି ରାସ୍ତାରୋକ କରାଯାଇ ପ୍ରତିବାଦ କରାଯାଇଛି।

ଶୋଚନୀୟ ରାସ୍ତା ପାଇଁ ହନ୍ତସନ୍ତ ୭ ପଞ୍ଚାୟତ, ରାସ୍ତାରୋକ କଲା କଂଗ୍ରେସ

ଦୀର୍ଘସମୟ ଧରି ରାସ୍ତାରୋକ ହୋଇଥିବାରୁ ସାଧାରଣ ଲୋକ ମଧ୍ଯ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ସେପଟେ ଘଟଣାସ୍ଥଳରେ ରାଜନଗର ତହସିଲଦାର ପହଁଞ୍ଚି ବୁଝାସୁଝା କରିବା ଓ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.