ETV Bharat / state

ସରକାରୀ ଯୋଜନାରେ ଦୁର୍ନୀତି: କଂଗ୍ରେସ ପକ୍ଷରୁ ବିଶାଳ ରାଲି - ଶୋଭାଯାତ୍ରା

କେନ୍ଦ୍ରାପଡା ମହାବିଦ୍ୟାଳୟର ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତିର ପ୍ରତିବାଦ ସହିତ ଗତ ୨୦୧୮ ମସିହାରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷତିପୂରଣ ଦାବିରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି ଅନୁଷ୍ଠିତ ।

ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦ: କଂଗ୍ରେସ ପକ୍ଷରୁ ବିଶାଳ ରାଲି

author img

By

Published : Feb 18, 2020, 8:43 PM IST

କେନ୍ଦ୍ରାପଡା: ଜିଲ୍ଲାର ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା, ମେଡିକାଲ କଲେଜ ସ୍ଥାପନ, ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତିର ପ୍ରତିବାଦ ସହିତ ଗତ ୨୦୧୮ ମସିହାରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷତିପୂରଣ ଦାବିରେ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି ଓ ଦାବିପତ୍ର ପ୍ରଦାନ କରାଯାଇଛି ।

ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦ: କଂଗ୍ରେସ ପକ୍ଷରୁ ବିଶାଳ ରାଲି

କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟକ କଂଗ୍ରେସ କର୍ମୀ ତିନିମୁହାଣୀ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାରାବାଜି କରିଥିଲେ । ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଖୋଲାଯିବା ନେଇ ଶାସକ ଦଳର କର୍ମୀଙ୍କ ଦ୍ବାରା ଯେଉଁ ଚଞ୍ଚକତା ଓ ଦୁର୍ନୀତି କରାଯାଉଛି ସେଥିନେଇ ପ୍ରତିବାଦ କଲେ ପୋଲିସ ଲଗାଇ ମୁହଁ ବନ୍ଦ କରାଯିବା ପ୍ରସଙ୍ଗକୁ ଦୃଢ଼ ନିନ୍ଦା କରିଛନ୍ତି କଂଗ୍ରେସ ନେତା ।

ସେହିପରି ରାଜନଗରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ବିଜୁ ବାବୁଙ୍କ କର୍ମସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ାରେ ସ୍ବାସ୍ଥ୍ୟ ଓ କୃଷି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ଓ କୋମା ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ହାସ୍ୟାସ୍ପଦ ବୋଲି କହିଛନ୍ତି। ବେକାରୀରେ ଓଡିଶା ଏକ ନମ୍ବର ହେବା ତଥ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପଦାରେ ପକାଇ ଦେଇଛି ବୋଲି କହିବା ସହିତ କେନ୍ଦ୍ରାପଡାରେ ବିଶ୍ବ ବିଦ୍ୟାଳୟ, ମେଡିକାଲ କଲେଜ, ଗୋବରୀ ନଦୀର ଆଧୁନିକୀକରଣ, ଗୋବରୀ କେନାଲ ପୁନରୁଦ୍ଧାର ଆଦି ଦାବି ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହାର ପ୍ରତିବାଦ କରିବ ବୋଲି କହିଛନ୍ତି।

ତେବେ ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ କଂଗ୍ରେସ ବିକ୍ଷିଭକାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କର ଦାବିପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ କଂଗ୍ରେସର ଏହି ଦାବି ପତ୍ର ପଠାଯିବ ବୋଲି ପ୍ରତିଶୃତି ଦେବା ପରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନରୁ ନିବୃତ୍ତ ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.