ETV Bharat / state

ମହଙ୍ଗା ପଡିଲା 'ମଳିମୁଣ୍ଡିଆ ରାଜନଗରବାସୀ' ବୟାନ, ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

author img

By

Published : Mar 14, 2023, 9:00 PM IST

ଭିତରକନିକା ମହୋତ୍ସବରେ ରାଜନଗର ବିଧାୟକ ଧୃବ ସାହୁଙ୍କ ବୟାନକୁ ନେଇ କଂଗ୍ରେସର ବିକ୍ଷୋଭ । "ମଳି ମୁଣ୍ଡିଆ ରାଜନଗରବାସୀ" ବୟାନକୁ ବିରୋଧ କରି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଧାୟକ ଧୃବ ସାହୁଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

କେନ୍ଦ୍ରାପଡ଼ା: ଭିତରକନିକା ମହୋତ୍ସବର ଶେଷ ସନ୍ଧ୍ୟାରେ ସ୍ଥାନୀୟ ରାଜନଗର ବିଧାୟକ ଧୃବ ସାହୁଙ୍କ ବୟାନକୁ ନେଇ ଉଠିଛି ଆନ୍ଦୋଳନର ସ୍ୱର । ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହୋଇଥିବା ଏହି ମହୋତ୍ସବର ଶେଷ ଦିନରେ ମଞ୍ଚରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ "ମଳି ମୁଣ୍ଡିଆ ରାଜନଗରବାସୀ" ବୋଲି କହି ସମ୍ବୋଧନ କରିଥିଲେ ରାଜନଗର ବିଧାୟକ ଧୃବ ସାହୁ । ଯାହାକୁ ନେଇ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବ୍ଲକର ଯୁବ ଓ ଛାତ୍ର କଂଗ୍ରେସ କର୍ମୀ । ବିଧାୟକ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ସହ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଦାବି କରିଛି କଂଗ୍ରେସ ।

ଆଜି ମଧ୍ୟାହ୍ନରେ ରାଜନଗର ଠାରେ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ରାଜନଗର ବିଧାୟକ ଧୃବ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ପ୍ରକାଶ ଥାଉକି, ବିଧାୟକ ଭାବେ ଧୃବ ସାହୁ ନିର୍ବାଚିତ ହେବା ପରେ ଭିତରକନିକା ମହୋତ୍ସବ ଆରମ୍ଭ କରିଥିବା ବହୁବାର କହିଛନ୍ତି । କୋଭିଡ ମହାମାରୀ କାରଣରୁ ଗତ ୨ ବର୍ଷ ଧରି ମହୋତ୍ସବ ବନ୍ଦ ରହିଥିଲା । ତେବେ ଚଳିତବର୍ଷ ମହୋତ୍ସବର ଶେଷ ଦିନରେ ବିଧାୟକ ରାଜନଗରବାସୀଙ୍କ ପ୍ରତି ଏଭଳି ମଳିମୁଣ୍ଡିଆ ଶବ୍ଦର ଉଚ୍ଚାରଣ କରିବାକୁ ନେଇ ଉଦବେଗ ପ୍ରକାଶ ପାଇଛି । ତେବେ ରାଜନଗର ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ନିର୍ବାଚନ ଲଢ଼ିଥିବା ବେଳେ ଏହି ଅଞ୍ଚଳର ଲୋକଙ୍କ ପ୍ରତି ମଳିମୁଣ୍ଡିଆ ଶବ୍ଦ ପ୍ରୟୋଗ ନିଶ୍ଚିତ ଏକ ଚପଳାମି ବୋଲି କହିବା ସହ ନିଜ ପଦବୀରୁ ଧୃବ ସାହୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ... ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍‌ଯାପିତ ହେଲା ଭିତରକନିକା ମହୋତ୍ସବ, ଆଶୁତୋଷ ମହାନ୍ତି ଗୀତରେ ଝୁମିଲେ ଦର୍ଶକ

ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଆୟୋଜିତ ଭିତରକନିକା ମହୋତ୍ସବ ମଞ୍ଚରେ ଏଭଳି କଟୁଶବ୍ଦ ବ୍ୟବହାର ସମୟରେ ଜିଲ୍ଲାପାଳ କିପରି ବାରଣ ନକଲେ, ସେନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ରାଜନଗରର ସର୍ବାଙ୍ଗୀନ ବିକାଶର ଡିଣ୍ଡିମ ପିଟୁଥିବା ବିଧାୟକ ଧୃବ ସାହୁଙ୍କ ନିର୍ବାଚନ ମଣ୍ଡଳୀରେ ଭିତରକନିକା-ତାଳଚୁଆ ରାସ୍ତା ମରଣଯନ୍ତା, ବିଭିନ୍ନ ବିଭାଗରେ ଦୁର୍ନୀତି ଭଳି ମାଳମାଳ ସମସ୍ୟା ଲାଗି ରହିଥିବା ବେଳେ ଭିତରକନିକା ମହୋତ୍ସବ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଶେଷରେ ଏଭଳି ମଳିମୁଣ୍ଡିଆ କହିବା ବାସ୍ତବିକ ହୃଦୟ ବିଦାରକ ବୋଲି ସାଧାରଣରେ ଆଲୋଚନା ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.