ETV Bharat / state

କେନ୍ଦ୍ରାପଡ଼ା ବିଜେପିରେ କଳି, ଟିକଟ ପାଇଁ ଫାଟ

ପାଖେଇ ଆସୁଛି ନିର୍ବାଚନ । ଏକ ହୋଇ ଜିଲ୍ଲା ବିଜେପି କେନ୍ଦ୍ରାପଡାରେ ନିର୍ବାଚନ ଲଢିବ । ନା ଏକ ହେବା ପୂର୍ବରୁ ଦଳ ଦୁଇ ଫାଳ ହୋଇଯିବ । କାରଣ କେନ୍ଦ୍ରାପଡାରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ କଳି ଦେଖିବାକୁ ମିଳିଛି । ଏକ ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ କାହିଁକି ଉର୍ମିଳା ସେଠୀଙ୍କର ପୋଷ୍ଟର ଲଗାଯାଇଥିଲା ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନ୍ୟ ଆଶାୟୀ ପ୍ରାର୍ଥୀ । ଏମିତିକି କାହିଁକି ତାଙ୍କ ପୋଷ୍ଟର ଲଗାଯାଇନି ବୋଲି କହି ସମାବେଶ ବନ୍ଦ କରିଦେବା ପାଇଁ ମଧ୍ୟ ଗୀତାଞ୍ଜଳୀ ସେଠୀ ଚେତାବନୀ ଦେଇଛନ୍ତି ।

author img

By

Published : Feb 10, 2019, 11:34 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

କେନ୍ଦ୍ରାପଡା: ଜିଲ୍ଲା ବିଜେପିରେ କେଁ । କିଏ ହେବ ବିଧାୟକ ପ୍ରାର୍ଥୀ ତାକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ କଳି ! ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଜଣେ ଆଶାୟୀ ପ୍ରାର୍ଥୀଙ୍କର ପୋଷ୍ଟର କାହିଁକି ଲାଗିଛି ବୋଲି ପ୍ରଶ୍ନ କରିଛନ୍ତି ଅନ୍ୟ ଜଣେ ଆଶାୟୀ । ଏମିତିକି ଏହି ପାତର ଅନ୍ତର ପାଇଁ ଜିଲ୍ଲା ବିଜେପି ସଭାପତିଙ୍କୁ ଦାୟୀ କରିଛନ୍ତି ଜିଲ୍ଲା ସମ୍ପାଦିକା ତଥା ଆଶାୟୀ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ । ଖାଲି ଏତିକି ନୁହଁ ପୂର୍ବତନ ବିଧାୟକ ପ୍ରାର୍ଥୀ ସୁନାକର ବେହେରାଙ୍କୁ ମଧ୍ୟ ବୁଝେଇ ସୁଝେଇ ସଭାକୁ ନିଆଯାଇଥିବା ଗୀତାଞ୍ଜଳିଙ୍କ ସମର୍ଥକ କହିଛନ୍ତି । ଫଳରେ ସଭା ସ୍ଥଳରେ କିଛି ସମୟ ପାଇଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
undefined

ଯେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେଉଥିଲା ସେହି ଜୋନର ପ୍ରଭାରୀ ଥିଲେ ଗୀତାଞ୍ଜଳି । ହେଲେ ତାଙ୍କୁ ଅଣଦେଖା କରାଯାଇ ଅନ୍ୟ ଜଣେ ଆଶାୟୀଙ୍କ ମାଧ୍ୟମରେ ସମାବେଶ ଓ ସଭା କରାଯାଇଛି । ଯାହାକୁ ହଜମ କରିପାରି ନାହାନ୍ତି ଗୀତାଞ୍ଜଳୀ ସେଠୀ । ଆବଶ୍ୟକ ପଡିଲେ ଦଳର ବରିଷ୍ଠ ନେତାଙ୍କୁ ଜଣାଇବେ ବୋଲି କହିଛନ୍ତି ।

ତେବେ ଏ ସମ୍ପର୍କରେ ଜିଲ୍ଲା ସଭାପତି, ଦୁର୍ଯ୍ୟୋଧନ ସାହୁଙ୍କୁ ପଚାରିବାରୁ ସେ ପ୍ରସଙ୍ଗକୁ ଏଡାଇ ଯାଇ ସମସ୍ତଙ୍କୁ କୁହାଯାଇଥିଲା ନିଜ ନିଜର ହୋଡ଼ିଂ ଲଗାଇବା ପାଇଁ ତେଣୁ ସମସ୍ତେ ଲଗାଇଛନ୍ତି, ଆଜିର ସଭାରେ କିଛି ବିଶୃଙ୍ଖଳା ହୋଇ ନାହିଁ,ସମସ୍ତେ ମିଶି ବିଜେଡି ବିରୋଦ୍ଧରେ ଲଢ଼ିବେ ଓ ଗୀତାଞ୍ଜଳିଙ୍କ ତାଙ୍କ ପ୍ରତି ଅଭିଯୋଗ ଥିବା ପ୍ରସଙ୍ଗ ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ସୂଚନା ରହିଛି କି ଅନ୍ତିମ ଦୁଇ ବିଧାନସଭା ଆସନ 2009 ଓ 2014ରେ ବିଜେପି କେନ୍ଦ୍ରାପଡ଼ାରେ ପରାଜୟ ବରଣ କରିଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.