ETV Bharat / state

ଶୌଚ ପାଇଁ ଯାଇ ନଦୀରେ ଯୁବକ ନିଖୋଜ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ - ନଳପାହି ଗ୍ରାମରେ କୁମ୍ଭୀର ଆକ୍ରମଣ ଖବର

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଳପାହି ଗ୍ରାମରେ ଗତକାଲି(ବୁଧବାର) ଘଟିଯାଇଛି ଅଭାବନୀୟ ଘଟଣା । ଜଣେ ଯୁବକ ବୁଧବାର ସନ୍ଧ୍ୟାରେ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

କୁମ୍ଭୀର ଆକ୍ରମଣରେ ଯୁବକ ନିଖୋଜ ଅଭିଯୋଗ
କୁମ୍ଭୀର ଆକ୍ରମଣରେ ଯୁବକ ନିଖୋଜ ଅଭିଯୋଗ
author img

By

Published : May 5, 2022, 4:59 PM IST

କେନ୍ଦ୍ରାପଡ଼ା: ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ନଳପାହି ଗ୍ରାମରେ ଗତକାଲି(ବୁଧବାର) ଘଟିଯାଇଛି ଅଭାବନୀୟ ଘଟଣା । ଜଣେ ଯୁବକ ବୁଧବାର ସନ୍ଧ୍ୟାରେ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ସୂଚନା ମୁତାବକ, ନଳପାହି ଗ୍ରାମର ଶିବପ୍ରସାଦ ବେହେରା ଗତ ବୁଧବାର ସନ୍ଧ୍ୟାରେ ଗ୍ରାମ ନିକଟରେ ପ୍ରବାହିତ ନଦୀକୁ ଶୌଚ ନିମନ୍ତେ ଯାଇଥିବାବେଳେ ଘରକୁ ଫେରିବାରେ ବିଳମ୍ୱ ହେବାରୁ ଘରଲୋକ ଖୋଜାଖୋଜି କରିଥିଲେ। ନଦୀକୂଳକୁ ସେ ନେଇଥିବା ଗାମୁଛା ଓ ଟର୍ଚ୍ଚ ମିଳିଥିବା ବେଳେ ଏପର୍ଯ୍ୟନ୍ତ ଶିବପ୍ରସାଦ ମିଳିନାହାଁନ୍ତି ।

କୁମ୍ଭୀର ଆକ୍ରମଣରେ ଯୁବକ ନିଖୋଜ ଅଭିଯୋଗ

ଘରେ ତାଙ୍କର ଗର୍ଭବତୀ ପତ୍ନୀ ସରସ୍ୱତୀ ବେହେରାଙ୍କ ସମେତ ୩ ଜଣ ଝିଅ ଥିବାବେଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ସରସ୍ବତୀଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା ଜଣାପଡିଛି । ଏହି ଘଟଣା ପରଠାରୁ ଗ୍ରାମବାସୀ ଓ ବନବିଭାଗ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି । ବନବିଭାଗର କର୍ମଚାରୀମାନେ ପରିବାର ନିକଟରେ ପହଞ୍ଚିଛନ୍ତି । ଏଠାରେ ସୂଚନାଯୋଗ୍ୟ, ଏହି ଗ୍ରାମଟି ଦେଶ ସ୍ୱାଧୀନ ହେବା ଦିନରୁ ଆଜି ପର୍ଯ୍ୟନ୍ତ ନଦୀ ଘେରରେ ରହିଛି ଏବଂ ସମସ୍ତ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ନଦୀ ଉପରେ ନିର୍ଭର କରିଥାନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.