ETV Bharat / state

ଗାନ୍ଧୀଙ୍କ ଓଡିଶା ଆଗମନକୁ ୧୦୦ବର୍ଷ: ପରିଚୟ ଖୋଜୁଛି ଗାନ୍ଧୀପଡିଆ ଓ ତନ୍ତ - Kendrapada Gandhi field negligence

ବାପୁଜୀଙ୍କ ସ୍ମୃତିରେ କେନ୍ଦ୍ରାପଡାରେ ଥିବା ତନ୍ତବୁଣା ଯନ୍ତ୍ରଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଏବେ ନଷ୍ଟ ହେବାକୁ ବସିଲାଣି । ଏସବୁକୁ ଥଇଥାନ କରି ବାପୁଙ୍କ ସ୍ମୃତିକୁ ଉଜ୍ଜିବିତ ରଖିବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ...

ଓଡ଼ିଶାରେ ଗାନ୍ଧୀଙ୍କ ଆଗମନକୁ ୧୦୦ବର୍ଷ: ଏବେବି ଅବହେଳିତ ଗାନ୍ଧୀପଡ଼ିଆ ଓ ତନ୍ତ

author img

By

Published : Apr 1, 2021, 6:22 PM IST

କେନ୍ଦ୍ରାପଡା: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନକୁ ପୁରିଛି ୧୦୦ ବର୍ଷ । ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଣ୍ଣବୈଷମ୍ୟ ବିରୋଧରେ ପଦଯାତ୍ରା ହେଉ ଅବା ସତ୍ୟାଗ୍ରହ । ସବୁଥିରେ ବାପୁଙ୍କ ସାଥିରେ ରହିଥିଲା ଏ ଓଡ଼ିଆ ଜାତି । 1921 ରେ ବାପୁ ପ୍ରଥମେ ଓଡିଶା ଆସି ଥିବାବେଳେ 1934 ରେ ଜାତିଭେଦ ଦୂର କରିବା ପାଇଁ ପ୍ରଥମେ କେନ୍ଦ୍ରାପଡାରେ ପାଦ ଥାପିଥିଲେ । ଏହି ସମୟରେ କୁଶିଆପାଳର ଏକ ବିଦ୍ୟାଳୟରେ ସମାବେଶ କରି ଲୋକଙ୍କୁ ‘କାଟି ପିନ୍ଧ, କୁଟି ଖାଅ’ ବାର୍ତ୍ତା ଦେଇଥିଲେ ।

ଓଡ଼ିଶାରେ ଗାନ୍ଧୀଙ୍କ ଆଗମନକୁ ୧୦୦ବର୍ଷ: ଏବେବି ଅବହେଳିତ ଗାନ୍ଧୀପଡ଼ିଆ ଓ ତନ୍ତ

ଗାନ୍ଧୀଜୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେତେବେଳେ 100 ରୁ ଊର୍ଦ୍ଧ୍ବ ଲୋକେ ତନ୍ତ ସାହାଯ୍ୟରେ ଲୁଗା ବୁଣିବା ଆରମ୍ଭ କରିଥିଲେ । ମାତ୍ର 1999 ମହାବାତ୍ୟା ପରେ ପରେ ଏସବୁ ନଷ୍ଟ ହୋଇଯାଇଛି । ପରବର୍ତ୍ତି ସମୟରେ ଏସବୁକୁ ଉଦ୍ଧାର କରି ରଖାଯାଇଥିଲେ ମଧ୍ୟ କାମରେ ଆସୁନାହିଁ । ଏସବୁକୁ ଥଇଥାନ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସେହିପରି ବାରିମୂଳ ପଞ୍ଚାୟତରେ ଥିବା ଗୋବରୀ ନଦୀ ପଠାରେ ମହାତ୍ମା ଗାନ୍ଧୀ ଏକ ବିରାଟ ସାଧାରଣ ସଭାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅହିଂସା ଉପାୟରେ ମୁକ୍ତି ଆନ୍ଦୋଳନ ପାଇଁ ଉଦବୋଧନ ଦେଇଥିଲେ । ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ବର୍ଷ ଏଠାରେ ଶହୀଦ ଦିବସ ଅବସରରେ ରାମଧୂନ କରାଯାଉ ଥିବାବେଳେ ଏହି ସ୍ଥାନର ପୁନଃରୁଦ୍ଧର ପାଇଁ ପୂର୍ବତନ ଜିଲ୍ଲାପାଳ ପ୍ରୟାସ ଆରମ୍ଭ କରିଥିଲେ । ଏହାର ସୌନ୍ଦର୍ଯ୍ୟକରଣ ପାଇଁ CFC ଫଣ୍ଡରୁ ୬ ଲକ୍ଷ ଟଙ୍କା ଓ ମନରେଗା ଯୋଜନାରେ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଶେଷ ହୋଇପାରିନାହିଁ । ଜିଲ୍ଲାପାଳଙ୍କ ବଦଳି ପରେ ଏହି କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିଛି ।

ତେବେ ସାରା ଦେଶ ଏବେ ବାପୁଜୀଙ୍କ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଉତ୍ସବ ପାଳନ କରୁ ଥିବାବେଳେ କେନ୍ଦ୍ରାପଡ଼ାରେ ଏହାର ବ୍ୟତିକ୍ରମ ବାସ୍ତବିକ ଚିନ୍ତାଜନକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.