ETV Bharat / state

Panchayat Poll: ପୁରୁଣା ମୁହଁକୁ ଆୟୁଧ କରି ନୂଆ ପଦବୀ ପାଇଁ ଚାଲିଛି ପ୍ରଚାର - ଓଡିଶା ପଞ୍ଚାୟତ ନିର୍ବାଚନ ପ୍ରଚାର

ଆସନ୍ତା ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । କେନ୍ଦ୍ରାପଡ଼ା ବ୍ଲକ ଓ ମହାକାଳପଡ଼ାରେ ଏକାଧିକ ପ୍ରାର୍ଥୀ ରହିଥିବା ବେଳେ ପୁରୁଣା ମୁହଁକୁ ଆୟୁଧ କରି ନୂଆ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀନୀ । ଅଧିକ ପଢନ୍ତୁ

Panchayat Poll: କେନ୍ଦ୍ରପଡାରେ ଜମୁଛି ନିର୍ବାଚନୀ ପ୍ରଚାର

author img

By

Published : Feb 18, 2022, 3:58 PM IST

କେନ୍ଦ୍ରାପଡା: ଆସନ୍ତା ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । କେନ୍ଦ୍ରାପଡ଼ା ବ୍ଲକ ଓ ମହାକାଳପଡ଼ାରେ ଏକାଧିକ ପ୍ରାର୍ଥୀ ରହିଥିବା ବେଳେ ପୁରୁଣା ମୁହଁକୁ ଆୟୁଧ କରି ନୂଆ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀନୀ । ତେବେ କିଏ ନିଜ ସ୍ବାମୀଙ୍କ ନାଁ ନେଇ ତ ଆଉ କିଏ ପୁରୁଣା ପଦବୀରେ ରହି ଲୋକସେବା କରିଥିବାରୁ ନୂଆ ପଦବୀ ଆଶାରେ ଭୋଟ ଭିକ୍ଷା କରୁଛନ୍ତି ।

Panchayat Poll: କେନ୍ଦ୍ରପଡାରେ ଜମୁଛି ନିର୍ବାଚନୀ ପ୍ରଚାର

ଏଭଳି ପ୍ରଚାରର ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ସଦର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ । କେନ୍ଦ୍ରାପଡ଼ା ବ୍ଲକ ଓସ୍ତପୁର ପଞ୍ଚାୟତରୁ ଗତଥର ସମିତି ସଭ୍ୟ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ପ୍ରସନ୍ନ ରାଉତ ଏଥର ମଧ୍ୟ ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି । ତେବେ ଲୋକଙ୍କ ସୁଖଦୁଃଖରେ ସହଯୋଗ କରିଥିବାରୁ ଚଳିତଥର ପଞ୍ଚାୟତରେ ସେ ସରପଞ୍ଚ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି ।

ମାତ୍ର ଓସ୍ତପୁର ପଞ୍ଚାୟତରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ସେ ସମିତି ବୈଠକରେ ସେଗୁଡିକୁ ଉପସ୍ଥାପନ କରିବାରେ କେତେ ସକ୍ଷମ ହୋଇଛନ୍ତି ଓ ଏବେ ସରପଞ୍ଚ ପ୍ରାର୍ଥୀ ଭାବେ ଲୋକେ ତାଙ୍କୁ କେତେ ଗ୍ରହଣ କରୁଛନ୍ତି ତାହା ଆସନ୍ତା ୨୨ ତାରିଖ ମତଦାନ ପରେ ହିଁ ଜଣାପଡିବ । ସେହିପରି ପୂର୍ବରୁ ସ୍ବାମୀ ସରପଞ୍ଚ ରହି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ପଞ୍ଚାୟତର ଅଧିକାଂଶ ସମସ୍ୟାକୁ ସମାଧାନ କରିଥିବା ବେଳେ ଆଉ କିଛି ଅଧୁରା କାମକୁ ସେ ବିଜୟୀ ହେଲେ ପୂରଣ କରିବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ସ୍ବାଗତିକା ଜେନା । ଠିକ୍‌ ସେହିଭଳି ଆଉ ଜଣେ ପ୍ରାର୍ଥୀନୀ ମହାକାଳପଡ଼ା ରାଜଗଡ଼ ପଞ୍ଚାୟତର ମମତା ସାମଲ ଲୋକଙ୍କ ପାଖକୁ ଯାଇ ନିଜ ସ୍ବାମୀଙ୍କ ଦ୍ବାରା କରାଯାଇଥିବା ପଞ୍ଚାୟତ ଉନ୍ନତି କାର୍ଯ୍ୟକୁ ନେଇ ଭୋଟ ଭିକ୍ଷା କରୁଛନ୍ତି ।

ତେବେ ମମତା ପେଷାରେ ଜଣେ ଶିକ୍ଷୟତ୍ରୀ ରହିଥିଲେ । ସେବା କରି ସେ ଲୋକଙ୍କ ପ୍ରିୟଭାଜନ ହେବା ସହ ମାସକୁ ୨୫ ଦିନ ପଞ୍ଚାୟତ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ଗାଁ ଭ୍ରମଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଭୋଟର ଏମାନଙ୍କୁ କେତେ ପସନ୍ଦ କରୁଛନ୍ତି ତାହା ନିର୍ବାଚନ ଫଳାଫଳ ହିଁ କହିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.