ETV Bharat / state

ସାତଭାୟାରୁ କେରଳ ସିଧାସଳଖ ବସ: ବିସ୍ଥାପିତଙ୍କୁ ମିଳୁନି ରୋଜଗାର; ବଢୁଛି ଦାଦନ ସମସ୍ୟା, ବେଫିକର ଶ୍ରମ ବିଭାଗ

author img

By ETV Bharat Odisha Team

Published : Dec 25, 2023, 8:31 PM IST

Migration of Jobless Youth: ସାତଭାୟାରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ବିଶେଷ କରି କେରଳ ଯାଉଛନ୍ତି । ସେପଟେ ଶ୍ରମିକଙ୍କ ବାବଦରେ ତଦାରଖ କରୁନି ଜିଲ୍ଲା ଶ୍ରମ ବିଭାଗ । ଅଧିକ ପଢନ୍ତୁ

ସାତଭାୟାରେ ଦାଦନ ସମସ୍ୟା
ସାତଭାୟାରେ ଦାଦନ ସମସ୍ୟା
ସାତଭାୟାରେ ଦାଦନ ସମସ୍ୟା

କେନ୍ଦ୍ରାପଡ଼ା: ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ରାଜନଗରର ସାତଭାୟାରୁ ୨୫ଶହ କିଲୋମିଟର ଦୂର କେରଳ ରାଜ୍ୟକୁ ଚାଲୁଛି ବସ୍ । ସାତଭାୟାରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ବିଶେଷକରି କେରଳ ଯାଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ୭ଟି ଗାଁକୁ ସମୁଦ୍ର ଗର୍ଭସ୍ଥ କରିସାରିଛି । ଯେଉଁଥିପାଇଁ ୫୭୧ ପରିବାରକୁ ବଗପାଟିଆଠାରେ ଥଇଥାନ କରାଯାଇଛି ସତ। ହେଲେ ସେମାନଙ୍କ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ଅଞ୍ଚଳବାସୀଙ୍କ ଜୀବିକା ହରାଇଛନ୍ତି । ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ ।

ବଙ୍ଗୋପସାଗରର କରାଳ ରୂପରେ ଭୟଭୀତ ଅବସ୍ଥାରେ ଥିଲେ ସାତଭାୟାବାସୀ। ପରେ ସାତଭାୟାର ୫୭୧ ପରିବାରକୁ ୧୦ ଡେସିମିଲ ଲେଖାଏଁ ଜାଗା ଘରଡିହ ଆକାରରେ ଯୋଗାଇ ଦିଆଯାଇଛି। ଥଇଥାନସ୍ଥଳୀରେ ବିସ୍ଥାପିତଙ୍କ ପାଇଁ ସ୍କୁଲଠାରୁ ଆରମ୍ଭ କରି ଖେଳପଡିଆ ଯାଏଁ ସବୁ ବ୍ୟବସ୍ଥା କରାଯାଇଛି। ମାତ୍ର ବିସ୍ଥାପିତଙ୍କ ଜୀବିକା ପାଇଁ କୌଣସି ବ୍ୟବସ୍ଥା କରିନାହିଁ ପ୍ରଶାସନ କିମ୍ବା କରିନାହାନ୍ତି ରାଜ୍ୟ ସରକାର। ଜୀବିକା ଉଜୁଡି ଯାଇଥିବାରୁ ସାତଭାୟାର ଯୁବକ, ଯୁବତୀମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଉଛନ୍ତି। ନିଜ ଆତ୍ମୀୟ ସ୍ୱଜନଙ୍କୁ ବାହାରକୁ ବିଦାୟ ଦେଲା ବେଳେ ପରିବାର ଲୋକଙ୍କ ଆଖିରେ ଲୁହ ରହୁନି।

ସୂଚନା ଅନୁସାରେ, ସାତଭାୟା ପଞ୍ଚାୟତର ଜନସଂଖ୍ୟା ପାଖାପାଖି ୫ହଜାରରୁ ଉର୍ଦ୍ଧ୍ବ। ଭୋଟର ସଂଖ୍ୟା ୨ହଜାର ୯ଶହ ଓ ପରିବାର ସଂଖ୍ୟା ୧ ହଜାର ୨ଶହ। ହେଲେ କେରଳ ଯାଇ ଦାଦନ ଖଟୁଥିବା ଯୁବକ, ଯୁବତୀଙ୍କ ସଂଖ୍ୟା ୧୨ ଶହରୁ ଅଧିକ ହୋଇଥିବାବେଳେ ଆଖ ପାଖ ଅଞ୍ଚଳରୁ ପ୍ରାୟ ୨ ହଜାର ଲୋକ ଦାଦନ ଖଟିବାକୁ କେରଳ ଯାଉଛନ୍ତି । ଓଡିଶାରେ କାମ ମିଳୁନି, ଯଦି କାମ ମିଳୁଛି ସେ ତୁଳନାରେ ପାରିଶ୍ରମିକ ମିଳୁନଥିବାରୁ ନିଜ ପରିବାରର ଆର୍ଥିକ ଦୁରାବସ୍ଥାକୁ ଦୂର କରିବା ପାଇଁ ଏହି ଯୁବକ ଯୁବତୀମାନେ ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏପରିକି ଦାଦନଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଚାଲିବା ହୁଏତ ଭାରତରେ ପ୍ରଥମ ବୋଲି କୁହାଯାଇପାରେ।

ଏହା ମଧ୍ୟ ପଢନ୍ତୁ...ପିଛା ଛାଡୁନି ଦାଦନ ଦୁଃଖ, ଆଖି ବୁଜିଲେ ଦୁଇ ସମ୍ପର୍କୀୟ ଭାଇ

ଅନ୍ୟପଟେ ଇଣ୍ଟର ଷ୍ଟେଟ ମାଇଗ୍ରାଣ୍ଟ ୱାର୍କମେନ ଆକ୍ଟ(ISMW)-୧୯୭୯ ଅନୁଯାୟୀ , ବାହାର ରାଜ୍ୟ ଅବା ଦେଶକୁ ଶ୍ରମିକ କାର୍ଯ୍ୟରେ ଯାଉଥିବା ବ୍ୟକ୍ତି ବିଶେଷଙ୍କ ନାଁ,ଠିକଣା,ଯୋଗାଯୋଗ ନମ୍ବର ସମେତ ସେମାନଙ୍କୁ ନେଉଥିବା ଠିକାଦାରଙ୍କ ସମ୍ପର୍କରେ ପଞ୍ଚାୟତରେ ରେଜିଷ୍ଟ୍ରି ହେବାର ବ୍ୟବସ୍ଥା ରହିଥିଲେ ବି ଏହାର ତଦାରଖ କରିନି ଜିଲ୍ଲା ଶ୍ରମ ବିଭାଗ ।

ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି, "ଆମ ପାଖରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ନବାବଦରେ କୌଣସି ତଥ୍ୟ ନାହିଁ ।" ବିଧାନସଭାରେ କେନ୍ଦ୍ରାପଡା ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ୩୦ ବୋଲି ସରକାର ଉତ୍ତର ଦେଇଥିବାବେଳେ ମାସକରେ ୫୦ରୁ ୭୦ ଜଣ ଶ୍ରମିକ ନେଇଯାଉଥିବା କହିଛନ୍ତି ବସର ଡ୍ରାଇଭର । ତେବେ ପ୍ରକୃତରେ ଜିଲ୍ଲାର କେତେ ସଂଖ୍ୟାରେ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.