ETV Bharat / state

କଳାବ୍ୟାଚ ପିନ୍ଧି ଅମଲା କର୍ମଚାରୀଙ୍କ ପ୍ରତିବାଦ, ୧ ତାରିଖରୁ ସାମୂହିକ ଛୁଟି ଚେତାବନୀ - ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା କର୍ମଚାରୀଙ୍କ ପ୍ରତିବାଦ

ଶିକ୍ଷାଗତ ଯୋଗ୍ୟତା ବଢ଼ାଇଲେ ହେଲେ ବଢ଼ାଇଲେ ନାହିଁ ଗ୍ରେଡ ପେ' । ଦାବି ପୂରଣ ନହେବା ଯାଏଁ ଆସନ୍ତା ୧ ତାରିଖରୁ ସାମୂହିକ ଛୁଟିରେ ଯିବେ ଜିଲ୍ଲାର ୭୦୦ରୁ ଊର୍ଦ୍ଧ୍ୱ ଅମଲା । ଅଧିକ ପଢ଼ନ୍ତୁ

bureaucrats protest over increase grade pay
କଳାବ୍ୟାଚ ପିନ୍ଧି ଅମଲା କର୍ମଚାରୀଙ୍କ ପ୍ରତିବାଦ
author img

By

Published : May 28, 2023, 4:28 PM IST

କଳାବ୍ୟାଚ ପିନ୍ଧି ଅମଲା କର୍ମଚାରୀଙ୍କ ପ୍ରତିବାଦ

କେନ୍ଦ୍ରାପଡ଼ା: କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଉଦାସୀନତା । ପ୍ରତିଶୃତି ଦେଇ ଭୁଲି ଯାଇଥିବା ସରକାର ଭୁଲି ଯାଇଥିବା ଅମଲା ସଂଘ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଗତ ୨୨ ତାରିଖରୁ ରାଜ୍ୟର ସମସ୍ତ କମଲା କର୍ମଚାରୀମାନେ କଳାବ୍ୟାଚ୍‌ ପିନ୍ଧି କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାର ବିଭିନ୍ନ ୪୧ଟି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ୭୦୦ରୁ ଊର୍ଦ୍ଧ୍ୱ ଅମଲା କର୍ମଚାରୀ ଯୋଗଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି ।

ଗତ ଏପ୍ରିଲ ୨୨ ତାରିଖରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପତ୍ର ପ୍ରେରଣ କରାଯାଇଥିଲା । ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଇ ନଥିଲେ । ତେଣୁ ସରକାରଙ୍କ ଉଦାସୀନତା ନୀତି ବିରୁଦ୍ଧରେ ଚଳିତ ମାସ ୨୨ ତାରିଖରୁ ନିଜର ହକ୍‌ ପାଇଁ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ । ଏହାସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ଆସନ୍ତା ଜୁନ୍‌ ୧ ତାରିଖରୁ ଜିଲ୍ଲାର ୭୨୫ ଜଣ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲା ଓ ରାଜ୍ୟର ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ବ ଅମଲା "ସାମୁହିକ ଛୁଟି"ରେ ଯିବେ ବୋଲି ଚେତାବନୀ ଦେଇଛନ୍ତି ।

ମହାମଞ୍ଚର ଏକ ଦଫା ଦାବି ଅନୁଯାୟୀ, ୨୦୧୩ ପୂର୍ବରୁ ମ୍ୟାଟ୍ରିକ ହାରରେ ଗ୍ରେଡ ପେ' ୧୯୦୦ ଟଙ୍କା ରହିଥିଲା ଓ ଅମଲା ମାନେ ଲେବୁଲ ୪ ଅନ୍ତର୍ଭୁକ୍ତ ଥିଲେ । ହେଲେ ୨୦୧୩ ମସିହାରେ ଯୁକ୍ତ ୨ ଏବଂ ୨୦୧୭ ମସିହାରେ ଯୁକ୍ତ ୩ ସହ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରିଥିବା ବେଳେ ଗ୍ରେଡ ପେ' ଦରମା ଓ ଲେବୁଲ ସେଠାରେ ଅଟକି ରହିଛି । ଅନ୍ୟ ସମସ୍ତ ବିଭାଗର ଲେବୁଲ ଓ ଗ୍ରେଡ ପେ' ଦରମା ବୃଦ୍ଧି ହେଉଛି । ହେଲେ ଅମଲାମାନେ ନିର୍ଯାତିତ ଓ ନିଷ୍ପେସିତ ହୋଇ ରହିଛନ୍ତି । ଏନେଇ ଓଡ଼ିଶା ଅମଲା ମହାସଂଘ ରାଜ୍ୟ ସଭାପତି ଜ୍ଞାନରଞ୍ଜନ ଦାସ କହିଛନ୍ତି, "ସରକାର ଏହି ବୈମାତୃକ ମନୋଭାବ ଛାଡି ତୁରନ୍ତ ଅମଲା ମାନଙ୍କ ଗ୍ରେଡ୍‌ ପେ' ୧୯୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ସହ ଲେବୁଲ ୪ରୁ ଲେବୁଲ ୯କୁ ପଦୋନ୍ନତି ଦେଲେ ଅମଲାମାନେ ଆନ୍ଦୋଳନରୁ ବିରତ ହେବେ । ନଚେତ ଆସନ୍ତା ଦିନରେ ସାଧାରଣ ଜନତା ଭୋଗିବାକୁ ଥିବା ଅସୁବିଧା ପାଇଁ କେବଳ ରାଜ୍ୟ ସରକାର ହିଁ ଦାୟୀ ରହିବେ । ସେହିପରି ଆଗକୁ ନିର୍ବାଚନ ଆସୁଥିବା ବେଳେ ଅମଲା ମାନଙ୍କୁ ପ୍ରାକ ପ୍ରସ୍ତୁତିରେ ନିୟୋଜିତ କରିବା ପାଇଁ ସରକାର ତତ୍ପର ଅଛନ୍ତି । କିନ୍ତୁ ନିର୍ବାଚନ ସମ୍ପର୍କିତ କୌଣସି କାମରେ ଅମଲାମାନେ ସହଯୋଗ କରିବେ ନାହିଁ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.