ETV Bharat / state

ବୁଲବୁଲ ପ୍ରଭାବ: ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦ୍ରାପଡାରେ ବୁଲବୁଲର ପ୍ରଭାବ ଦେଖିବାକୁ ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

author img

By

Published : Nov 9, 2019, 5:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ବାତ୍ୟା 'ବୁଲବୁଲ' ପ୍ରଭାବରେ ଜିଲ୍ଲାର କେତେକ ଅଞ୍ଚଳରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଅଗ୍ନିଶମ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ ହଟାଯାଇଥିବା ଦେଖିବାକୁ ମିଳିଛି । ଏପରିକି ରାଜକନିକା ଅଞ୍ଚଳରେ ରାସ୍ତାରେ ପଡିଥିବା ଗଛ କଟାଯାଇ ଜଣେ ଗର୍ଭବତୀଙ୍କୁ ଅଗ୍ନିଶମ ଗାଡିରେ ଡାକ୍ତରଖାନାକୁ ପଠାଯାଇଛି । ସରକାରୀ କର୍ମଚାରୀମାନେ ଲଗାଣ ବର୍ଷା ଓ ପବନକୁ ଖାତିର ନକରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗ୍ରାମର ଦିବାକର ଲେଙ୍କାଙ୍କ ପତ୍ନୀ ସୁଶ୍ରୀ ସଂଗୀତା ବଳ ଗର୍ଭବତୀ ଥିବାବେଳେ ତାଙ୍କୁ ସୁରକ୍ଷିତ ଭାବରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟାର ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଏହାପରେ ରାଜକନିକା ଅଗ୍ନିଶମ ବିଭାଗ ଦ୍ଵାରା ଗଛ କଟାଯାଇ ଅଗ୍ନିଶମ ଗାଡ଼ିରେ ସଂଗୀତାଙ୍କୁ ରାଜକନିକା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେହିପରି ରାଜନଗର ତାଳଚୁଆକୁ ସଂଯୋଗ କରୁଥିବା ରାସ୍ତାରେ ଗଛପଡି ଅବରୋଧ ହୋଇଥିବା ବେଳେ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ଓ ମେରାଇନ ପୋଲିସ ଗଛ ଗୁଡିକୁ କାଟି ରାସ୍ତା ସଫା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:09.11.2019
Radhakanta Mohanty, Kendrapada
Slug-od_kpr_10_service_acript_7204459
Anchor-ବୁଲବୁଲ ପ୍ରଭାବରେ ଲଗାଣ ବର୍ଷା ଓ ପବନକୁ ଖାତିର ନକରି ସରକାରୀ କର୍ମଚାରୀ ମାନେ ନିଜନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗ୍ରାମର ଦିବାକର ଲେଙ୍କାଙ୍କ ପତ୍ନୀ ସୁଶ୍ରୀ ସଂଗୀତା ବଳ ଗର୍ଭବତୀ ଥିବା ଓ ବାତ୍ୟାର ପ୍ରଭାବ ବଢୁଥିବା ସମୟରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା।ତେବେ ରାଜକନିକା ଅଗ୍ନିଶମ ବିଭାଗ ଦ୍ଵାରା ଗଛ କଟାଯାଇ ଅଗ୍ନିଶମ ଗାଡ଼ିରେ ସଂଗୀତାଙ୍କୁ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେହିପରି ରାଜନଗର ତାଳଚୁଆକୁ ସଂଯୋଗ କରୁଥିବା ରାସ୍ତାରେ ଗଛପଡି ଅବରୋଧ ହୋଇଥିବା ବେଳେ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ଓ ମେରାଇନ ପୋଲିସ ଗଛ ଗୁଡିକୁ କାଟି ରାସ୍ତା ସଫା କରିଥିବା ଦୃଶ୍ୟ ସରକାରୀ ଅଧିକାରୀ ମାନଙ୍କର ଦୁର୍ବିପାକ ସମୟର ସହାୟତାର ସ୍ପଷ୍ଟ ସଂକେତ ଦେଇଛି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.