ETV Bharat / state

ଜମିବାଡି ବିବାଦ ପାଇଁ ଭାଇ-ଭାଇବୋହୂକୁ ବାନ୍ଧି ଦାଣ୍ଡରେ ପକାଇଲା ବଡଭାଇ - land issue

ଜମିବାଡ଼ି ବିବାଦରୁ ମହାକାଳପଡା ଥାନା ଅନ୍ତର୍ଗତ ରାମକଣି ଗ୍ରାମର ବିଜୟ ବେହେରା ଓ ତାଙ୍କର ପୁଅ ସାନଭାଇ ଅଜୟ ବେହେରା ଓ ଭାଇବୋହୂ ରଜନୀବାଳା ବେହେରାକୁ ଗୋଡହାତ ବାନ୍ଧି ଗାଁ ଦାଣ୍ଡରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ଘଟଣାକୁ ପ୍ରତିବାଦ କରିବା ପରିବର୍ତ୍ତେ ଏହି ଦୃଶ୍ୟକୁ ନିଜ ମୋବାଇଲରେ ଉତ୍ତୋଳନ କରୁଥିବା ଦେଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 7, 2019, 5:56 PM IST

କେନ୍ଦ୍ରାପଡ଼ା: ମରିଯାଇଛି ମଣିଷପଣିଆ । ଜମିବାଡ଼ି ବିବାଦରୁ ଗାଁ ରାସ୍ତାରେ ବନ୍ଧା ହୋଇ ପଡିଥିବା ସ୍ବାମୀ ସ୍ତ୍ରୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଫଟୋ ଭିଡିଓ ଉତ୍ତୋଳନ କରୁଛନ୍ତି ଗାଁ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ମହାକାଳପଡା ଥାନା ଅନ୍ତର୍ଗତ ରାମକଣି ଗ୍ରାମରେ । ଗ୍ରାମର ବିଜୟ ବେହେରା ଓ ତାଙ୍କର ପୁଅ ସାନଭାଇ ଅଜୟ ବେହେରା ଓ ତାଙ୍କ ଭାଇବୋହୂ ରଜନୀବାଳା ବେହେରାକୁ ଗୋଡହାତ ବାନ୍ଧି ଗାଁ ଦାଣ୍ଡରେ ଫୋପାଡି ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗ୍ରାମବାସୀ ଏହାର ପ୍ରତିବାଦ କରିବା ପରିବର୍ତ୍ତେ ଏହି ଦୃଶ୍ୟକୁ ନିଜ ମୋବାଇଲରେ ଉତ୍ତୋଳନ କରୁଥିବା ଦେଖାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ହୋଇ ଦାଣ୍ଡରେ ପଡିଥିବା ଦମ୍ପତ୍ତିଙ୍କୁ ଉଦ୍ଧାର କରିଛି ।

ଘଟଣା ଅନୁସାରେ, ରାମକଣି ଗ୍ରାମର ବିଜୟଙ୍କ ନିଜ ସାନ ଭାଇ ସହ ଜମିବାଡ଼ି ବିବାଦ ରହିଥିଲା । ଏହି ବିବାଦ ଯୋଗୁଁ ବିଜୟ ନିଜ ସାନ ଭାଇ ଓ ଭାଇବୋହୂଙ୍କୁ ଦଉଡିରେ ବାନ୍ଧିବା ସହ ଗାଁ ରାସ୍ତାରେ ପକାଇଦେଇଥିଲେ । ଏପରି ସ୍ଥିତିରେ ଗାଁ ଲୋକମାନେ ଅସହାୟ ଦମ୍ପତ୍ତିଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ଉତ୍ତୋଳନ କରିବା ଦୃଶ୍ୟ ବେଶ୍ ଦୁଃଖଦାୟକ । ଗାଁ ଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଗୋଡହାତ ବନ୍ଧା ହୋଇ ପଡିରହିଥିଲେ ଉଭୟ ସ୍ବାମୀ ସ୍ତ୍ରୀ । କୌଣସି ସୂତ୍ରରୁ ଖବର ପାଇ ମହାକାଳପଡା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ହୋଇଥିବା ଦମ୍ପତ୍ତିଙ୍କୁ ଉଦ୍ଧାର କରିଛି । ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ବିଜୟଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି । ପୋଲିସ ଏହି ଘଟଣାରେ କେସ୍ ନଂ ୬୪୵୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.