କେନ୍ଦ୍ରାପଡ଼ା:ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ବୋମାମାଡ । ମିଳିଥିବା ସୂଚନାନୁସାରେ ୩ ଦୁର୍ବୃତ୍ତ ଏକ ଟିଭିଏସ ଆପାଚିରେ ଆସି ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ୨ଟି ବୋମାମାଡ କରିଥିଲେ । ତେବେ ଏହି ବୋମାମାଡରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି ।
ସୂଚନାପାଇ ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ଏବଂ କେନ୍ଦ୍ରାପଡା ଏସପି ଏମ.ସନ୍ଦୀପ ସମ୍ପଦ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ