ETV Bharat / state

ଦଳିତଙ୍କୁ ଆକ୍ରମଣ ପ୍ରସଙ୍ଗ, ଆସନ୍ତା 10ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ବିଜେପି - ଆଳି ଥାନା ବିଜେପି ଆନ୍ଦୋଳନ

ଦଳିତଙ୍କ ଉପରେ ହୋଇଥିବା ଅତ୍ୟାଚାରର ଘୋର ବିରୋଧ କରିଛି କେନ୍ଦ୍ରାପଡା ବିଜେପି । ଏଥିସହିତ ସମ୍ବିଧାନ ପ୍ରଣେତା ଡ଼ଃ ଆମ୍ବେଦକରଙ୍କ ଫଟୋଚିତ୍ରକୁ ଅସମ୍ମାନ ପ୍ରଦର୍ଶନ କରିବା ପ୍ରତିବାଦରେ ବିଜେପି ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରେସମିଟ କରାଯାଇ ଏହାକୁ ଦୃଢ ନିନ୍ଦା କରାଯାଇଛି। ଅଧିକ ପଢନ୍ତୁ...

ଶାସକ ଦଳର ଦଳିତଙ୍କୁ ଆକ୍ରମଣ ବିରୋଧରେ ଆସନ୍ତା ୧୦ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ବିଜେପି

author img

By

Published : Aug 7, 2021, 7:52 AM IST

କେନ୍ଦ୍ରାପଡ଼ା: ଜିଲ୍ଲାର ଆଳି ଥାନା ଅଧିନ ବାଳକାଟି ପଞ୍ଚାୟତର ନାନା ଦୁର୍ନୀତିକୁ ପ୍ରତିବାଦ କରିଥିବା ଦଳିତ ପରିବାର ପ୍ରତି ଶାସକ ଦଳର ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ମରଣାନ୍ତକ ଆକ୍ରମଣ କରିଥିଲେ । ସେହିପରି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଧୀନ ବଂଶ,ଘୋଡ଼ାଷ ଓ ନାଉଗାଁ ପଞ୍ଚାୟତରେ ମନରେଗା ପ୍ରକଳ୍ପରେ ଦଳିତ ମହିଳାମାନଙ୍କ ପ୍ରକୃତ ପ୍ରାପ୍ୟ ପ୍ରଦାନରେ ଅବହେଳା ପ୍ରତିବାଦରେ ନାଉଗାଁ ବ୍ଲକ ସମ୍ମୁଖରେ ହେଉଥିବା ଗଣଧାରଣା ସମୟରେ ବିଜେଡି ସମର୍ଥିତ ସରପଞ୍ଚ ଓ ସେମାନଙ୍କ ସମର୍ଥକ ମାନେ ମହିଳାଙ୍କୁ ଆକ୍ରମଣ କରିଥିଲେ ।

ଶାସକ ଦଳର ଦଳିତଙ୍କୁ ଆକ୍ରମଣ ବିରୋଧରେ ଆସନ୍ତା ୧୦ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ବିଜେପି

ଏଥିସହିତ ସମ୍ବିଧାନ ପ୍ରଣେତା ଡ଼ଃ ଆମ୍ବେଦକରଙ୍କ ଫଟୋଚିତ୍ରକୁ ଅସମ୍ମାନ ପ୍ରଦର୍ଶନ କରିବା ପ୍ରତିବାଦରେ ବିଜେପି ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରେସମିଟ କରାଯାଇ ଏହାକୁ ଦୃଢ ନିନ୍ଦା କରାଯାଇଛି।

ଦୁହୁରିଆସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସୁଦାମ ଚରଣ ମଲିକଙ୍କ ସଂଯୋଜନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଯୋଗଦେଇ ଓଡିଶାରେ ଦଳିତ ମାନଙ୍କ ଉପରେ ହେଉଥିବା ମାତ୍ରାଧିକ ଅତ୍ୟାଚାର ଓ ନ୍ୟାୟ ପ୍ରଦାନରେ ପୋଲିସର ଉଦାସୀନତା ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.