ETV Bharat / state

ବିଜେପିର ପ୍ରଶିକ୍ଷଣ ଶିବିରି, ରାଜ୍ୟ ସରକାରଙ୍କ ସ୍ମାର୍ଟକାର୍ଡ ଯୋଜନାକୁ ତାତ୍ସଲ୍ୟ କଲେ ବୈଜୟନ୍ତ

author img

By

Published : Dec 12, 2021, 10:13 PM IST

କେନ୍ଦ୍ରାପଡାରେ ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଓ କାର୍ଯ୍ୟକାରିଣୀ ବୈଠକ । ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ପ୍ରଶିକ୍ଷଣ ଶିବିରରେ ୨୦୦ ବିଜେପି ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

BJP Two days training camp in kendrapara
,ରାଜ୍ୟ ସରକାରଙ୍କ ସ୍ମାର୍ଟକାର୍ଡ ଯୋଜନାକୁ ତାତ୍ସଲ୍ୟ କଲେ ବୈଜୟନ୍ତ

କେନ୍ଦ୍ରାପଡା: ଉଦଯାପିତ ହେଲା ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଓ କାର୍ଯ୍ୟକାରିଣୀ ବୈଠକ । ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ପ୍ରଶିକ୍ଷଣ ଶିବିରରେ ୨୦୦ ବିଜେପି ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଶିବିରର ଶେଷରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । ଆଗାମୀ ପଞ୍ଚାୟତ ଓ ପୌରନିର୍ବାଚନ ପାଇଁ ମନ୍ତ୍ରଣା ଦେଇଥିଲେ।

ତେବେ ଏହି ଅବସରରେ ଦଳର କର୍ମୀଙ୍କୁ ଅନ୍ତ୍ୟଦୋୟ ପ୍ରଯତ୍ନରେ ଯୁଗାନ୍ତକାରୀ ୭ବର୍ଷ ଉପରେ ଉଦବୋଧନ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏଥିସହ 'ଆୟୁଷ୍ମାନ ଭାରତ'ଯୋଜନାରେ ମାତ୍ର ଏକ ହଜାର ଟଙ୍କାରୁ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ ଲାଭ ଉଠାଇବାର ବ୍ୟବସ୍ଥା ରହିଛି । କିନ୍ତୁ ଓଡ଼ିଶା ସମେତ ଅନ୍ୟ ତିନି ରାଜ୍ୟ ଏଥିରେ ସାମିଲ ନହେବା ଦୁର୍ଭାଗ୍ୟର ବିଷୟ ଓ ନିଜନିଜର ଯୋଜନା କରି ଏଥିରେ ଲୋକଙ୍କୁ ଅପହଞ୍ଚ ସ୍ୱାସ୍ଥ୍ୟସେବା ରାଜ୍ୟ ସରକାରଙ୍କୁ ହାସ୍ୟାସ୍ପଦ କରାଉଛି ବୋଲି କହିଛନ୍ତି ବୈଜୟନ୍ତ।

ତେବେ ଜିଲ୍ଲାରେ ଅନୁଷ୍ଠିତ ଏହି ଦଳୀୟ କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣରେ ଏକ ଗୋଷ୍ଠୀ ସାମିଲ ନହେବା ଦଳୀୟ ଅନ୍ତଃକନ୍ଦଳକୁ ପଦାରେ ପକାଇଛି। ସେପଟେ ବିଜେପି ଏକ ଗୋଷ୍ଠୀଗତ ପାର୍ଟି ଓ ଏଥିରେ ବ୍ୟକ୍ତି ସ୍ୱାର୍ଥକୁ ଅଣଦେଖା କରାଯାଇଥାଏ ବୋଲି କହିଛନ୍ତି ବୈଜୟନ୍ତ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନାଙ୍କ ସମେତ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ଏହି ପ୍ରଶିକ୍ଷଣ ଶିବିରରେ ଦେଖିବାକୁ ମିଳିନଥିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.