ETV Bharat / state

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଦୋଳଗୋବିନ୍ଦ

ଆଳି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଦୋଳଗୋବିନ୍ଦଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି । ଏଥର ତାଙ୍କୁ ଲୋକଙ୍କ ସମର୍ଥନ ମିଳିବ ବୋଲି ସେ ଆଶାବାଦୀ ରହିଛନ୍ତି ।

author img

By

Published : Apr 29, 2019, 12:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଚାଲିଛି ଚତୁର୍ଥ ପର୍ଯାୟ ମତଦାନ । 6 ଲୋକସଭା ଏବଂ 41 ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି । ସେପଟେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଆଳି ବିଜେପି ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ । ନିଜ ଗାଁ କଣ୍ଟାପଡା ବିଦ୍ୟାଳୟରେ ସେ ଭୋଟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ମତଦାନ ସମୟରେ ମତଦାନ କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ନଥିବାରୁ ଉଭୟ ଦୋଳଗୋବିନ୍ଦ ଓ ତାଙ୍କ ଭାଇ ତଥା କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ଆଲୋକ ବ୍ୟବସ୍ଥା କରାଗଲେ ମତଦାନ କରାଯିବ ବୋଲି ଦାବି କରିଥିଲେ । କିଛି କ୍ଷଣ ପାଇଁ ମତଦାନକୁ ବନ୍ଦ ମଧ୍ୟ ରଖିଥିଲେ । ଚଳିତଥର ଆଳି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବହୁ ଆଶାୟୀ ଥିବାବେଳେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦଙ୍କ ଉପରେ ଭରସା କରିଛି ବିଜେପି ।

ତେବେ ଚଳିତ ନିର୍ବାଚନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ବତନ୍ତ୍ର ଏବଂ ଖାସ । କାରଣ ବିଶ୍ବର ସର୍ବବୃହତ ଗଣତନ୍ତ୍ରରେ ସର୍ବାଧିକ ବ୍ୟୟବହୁଳ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ତେବେ ଆସନ୍ତା ମେ ୨୩ରେ ରାଜନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।ଦୋଳଗୋବିନ୍ଦ ପୂର୍ବତନ ବିଧାୟକ ଥିବାରୁ ଚଳିତଥର ତାଙ୍କୁ ସମର୍ଥନ ମିଳିବ ବୋଲି ସେ ଆଶାବାଦୀ ରହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.