ETV Bharat / state

ମାହାଙ୍ଗା ବିଜେପି ନେତାଙ୍କୁ ହତ୍ୟା ଘଟଣା: ଏସପି ଅଫିସ ଘେରାଉ କଲା ବିଜେପି - BJP protset in front of SP office

bjp leader killed in Mahanga : BJP protset in front of SP office
bjp leaaମାହାଙ୍ଗା ବିଜେପି ନେତାଙ୍କୁ ହତ୍ୟା ଘଟଣା :ଏସପି ଅଫିସ ଘେରାଉ କଲା ବିଜେପିder killed in Mahanga : BJP protset in front of SP office
author img

By

Published : Jan 6, 2021, 4:34 PM IST

Updated : Jan 6, 2021, 10:45 PM IST

22:41 January 06

ମାହାଙ୍ଗା ବିଜେପି ନେତାଙ୍କୁ ହତ୍ୟା ଘଟଣା :ଏସପି ଅଫିସ ଘେରାଉ କଲା ବିଜେପି

ରାୟଗଡା : ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କ ସହ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ବିକ୍ଷୋଭ କରୁଛି ।  ଦଳ ପକ୍ଷରୁ  ରାୟଗଡ଼ା ଏସପି ଅଫିସ ଘେରାଉ କରିବା ସହ ଏକ ସ୍ମାରକପତ୍ର ଏସପି ବିବେକାନନ୍ଦ ଶର୍ମାଙ୍କୁ ପ୍ରଦାନ କରାଯାଇଥିଲା । ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ପ୍ରଭାରୀ ଗୋବିନ୍ଦ ଜୈନ, ଜିଲ୍ଲା ବିଜେପି ସଭାପତି ଶିବ ପାଟନାୟକ ଓ ବହୁ ଦଳୀୟ ନେତା ସାମିଲ ହୋଇଥିଲେ । ପ୍ରଥମେ ବିଜେପି ପକ୍ଷରୁ ସ୍ଥାନୀୟ କାଳୀ ମନ୍ଦିର ନିକଟରୁ ଏକ ରାଲି ବାହାରି ଏସପି ଅଫିସ ସମ୍ମୁଖରେ ସମ୍ମୁଖରେ ପହଞ୍ଚି ଥିଲା । ପରେ ସେଠାରେ ବିକ୍ଷୋଭ କରାଯାଇଥିଲା  

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

21:25 January 06

ମାହାଙ୍ଗା ବିଜେପି ନେତାଙ୍କୁ ହତ୍ୟା ଘଟଣା: ଏସପି ଅଫିସ ଘେରାଉ କଲା ବିଜେପି

ବୌଦ୍ଧ: ମାହାଙ୍ଗା ଦୁଇ ଜଣ ବିଜେପି ନେତାଙ୍କ ହତ୍ୟାକାଣ୍ଡ ନେଇ ପ୍ରତିବାଦ କରୁଛି ଦଳ । ଆଜି (ବୁଧବାର) ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ମନ୍ତ୍ରୀ ପ୍ରତାପ ଜେନାଙ୍କ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ କରି ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହ ଗିରଫ କରିବାକୁ ଦାବି କରାଯାଇଛି । ବହୁ କର୍ମୀ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏନେଇ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

20:17 January 06

ନୟାଗଡ : କଟକ ମାହାଙ୍ଗା ବ୍ଲକର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାକୁ ବିରୋଧ କରାଯାଇଛି । ରଣପୁର ବିଜେପି ପକ୍ଷରୁ ଚାନ୍ଦପୁର ଥାନା ଆଗରେ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ତରଫରୁ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା  ସୁରମା ପାଢ଼ୀଙ୍କ ସହ ନୟାଗଡ଼ ଜିଲ୍ଲା ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଏକ ପଦଯାତ୍ରା ଆରମ୍ଭ କରିଥିଲେ । ଚାନ୍ଦପୁର ଥାନା ଆଗରେ ପହଞ୍ଚି ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।  

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

18:43 January 06

bjp leader killed in Mahanga: BJP protset in front of SP office

ବ୍ରହ୍ମପୁର : ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ବ୍ରହ୍ମପୁରରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି  । ଦଳ ପକ୍ଷରୁ ସହରର ବଡବଡଜାର ଥାନା ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ବିଜେପି ନେତାଙ୍କ ହତ୍ୟାକାଣ୍ତରେ ଶାସକ ଦଳର ସମର୍ଥକ ରହିଥିବା ଦଳ ପକ୍ଷରୁ କୁହାଯାଇଛି । ଏହାର ନିରପେକ୍ଷ ତଦନ୍ତ ଦାବି କରିଛି ଦଳ । ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯିବ ବୋଲି ଦାବି କରାଯାଇଛି । ଏହାସହ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ବିକ୍ଷୋଭରେ ବରିଷ୍ଠ ବିଜେପି ନେତା କାହ୍ନୁ  ଚରଣ ପତିଙ୍କ ସମେତ ବହୁ ଟାଣୁଆ ନେତା ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

18:35 January 06

ଜଗତସିଂହପୁର : ମାହାଙ୍ଗା ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ନେଇ ପ୍ରତିବାଦ । ଆଜି (ବୁଧବାର) ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ  ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ ସହିତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି। ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ବିଜେଡ଼ି ନେତା ମନ୍ତ୍ରୀ ମାନଙ୍କୁ ସରକାର ଘଣ୍ଟ ଘୋଡାଉଥିବା ହେତୁ ତଦନ୍ତ ବାଟବଣା ହେଉଛି ।  ତେଣୁ ତୁରନ୍ତ ମନ୍ତ୍ରୀଙ୍କର ବହିଷ୍କାର ଦାବି କରିଛନ୍ତି ବିଜେପି ନେତା।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

16:43 January 06

ଯାଜପୁର :  ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା ନେଇ ଯାଜପୁରରେ ମଧ୍ୟ ବିଜେପି ପ୍ରତିବାଦ କରିଛି । ଯାଜପୁର ବିଜେପି ପକ୍ଷରୁ ପାଣିକୋଇଲିସ୍ଥିତ ଏସପି ଅଫିସ ଘେରାଉ କରାଯାଇଛି। ଜିଲ୍ଲା ସଭାପତି ଗୌତମ ରାୟଙ୍କ ନେତୃତ୍ବରେ ଏକ ହଜାରରୁ ଅଧିକ ବିଜେପି ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ  ଆସି ଏସପି ଅଫିସ ନିକଟରେ ପହଞ୍ଚିଥିଲେ।  ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସିଧାସଳଖ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଥିଲେ। ବିଜେପି ନେତା ଓ କର୍ମୀ ମାନେ ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହି ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲା ବିଜେପି ପ୍ରଭାରୀ ସାରଦା ଶତପଥୀ ମଧ୍ୟ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।  

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

16:02 January 06

କେନ୍ଦ୍ରାପଡା : ମାହାଙ୍ଗା ଅଞ୍ଚଳର ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟା ଘଟଣା । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଛି ଦଳ ।  କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ଵରେ ଶତାଧିକ ଦଳୀୟ କର୍ମୀ ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ l 

କୁଳମଣି ବରାଳଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ l ମାହାଙ୍ଗା ସମେତ ସାରା ଓଡ଼ିଶାରେ ଅନ୍ୟାୟ ଓ ଦୁର୍ନୀତିର ପ୍ରତିବାଦ କଲେ ଶାସକ ଦଳ ମୃତ୍ୟୁଦଣ୍ଡ ଦେଉଛି ବୋଲି ବରିଷ୍ଠ ବିଜେପି ନେତାମାନେ ଅଭିଯୋଗ ଆଣିଛନ୍ତି। ୧୨ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲାବେଳେ ମାତ୍ର ୫ ଜଣଙ୍କୁ ଗିରଫ କରି ପୋଲିସ ଚୁପ ହୋଇ ବସିଛି । ଖୁବଶିଘ୍ର ସମସ୍ତଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ବିଜେପି ନେତା ମାନେ ଦାବି କରିଛନ୍ତି।  

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 6, 2021, 10:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.