ETV Bharat / state

ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ ବିରୋଧରେ ସୁରଙ୍କ ନାଁରେ ଏତଲା

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଜଟଣୀ ବିଧାୟକ ସୁର ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ କରି ବିଜେପି ଥାନାରେ ଏତଲା ଦେଇଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ ବିରୋଧରେ ସୁରଙ୍କ ନାଁରେ ଏତଲା
ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ ବିରୋଧରେ ସୁରଙ୍କ ନାଁରେ ଏତଲା
author img

By

Published : Jul 30, 2022, 7:20 PM IST

Updated : Jul 30, 2022, 7:36 PM IST

କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀଙ୍କୁ ଅପମାନ ଶବ୍ଦ ପ୍ରୟୋଗ ବିରୋଧରେ ପ୍ରତିବାଦ କଲା କେନ୍ଦ୍ରାପଡ଼ା ନଗର ବିଜେପି । ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ ଜିଲ୍ଲା ନଗର ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ସୁରଙ୍କ ବିଧାୟକ ପଦବୀକୁ ରଦ୍ଦ କରାଯିବା ପାଇଁ ବିଜେପି ଦାବି କରିଥିବାବେଳେ ଟାଉନ ଥାନାରେ ତାଙ୍କ ନାଁରେ ଏତଲା ହୋଇଛି ।

ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ ବିରୋଧରେ ସୁରଙ୍କ ନାଁରେ ଏତଲା

ଜିଲ୍ଲା ନଗର ବିଜେପି ସଭାପତି ଦିଲ୍ଲୀପ ଦାଶଙ୍କ ନେତୃତ୍ବରେ ଦଳର କର୍ମୀମାନେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରାପଡା ସାନ୍ତସାହି ଛକ ଠାରେ ସୁରେଶଙ୍କ କୁଶପୁତ୍ତଳିକା ଦାହ କରିବା ସହ କଂଗ୍ରେସ ବିରୋଧରେ ନାରା ବାଜି କରିଛି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ଚାହା ବିକାଳୀର ପୁଅ' ଏଭଳି ଆହୁରି ଅନେକ କଟୁ କଥା କହି ଅପମାନ କରିଛନ୍ତି ବୋଲି ଅଭଯୋଗ ଆଣିଛି ବିଜେପି । ତେଣୁ ସୁର ରାଉତରାୟଙ୍କ ବିଧାୟକ ପଦବୀକୁ ରଦ୍ଦ କରାଯିବା ସହ ଦେଶବାସୀଙ୍କ ନିକଟରେ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jul 30, 2022, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.