ETV Bharat / state

ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ଶିବିର, ଯୋଗ ଦେଲେ ରାଜ୍ୟ ନେତୃବୃନ୍ଦ

author img

By

Published : Dec 11, 2021, 10:20 PM IST

କେନ୍ଦ୍ରାପଡ଼ା ଭାଜପା ପକ୍ଷରୁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଉଦଘାଟିତ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ : ଯୋଗ ଦେଲେ ରାଜ୍ୟ ନେତୃବୃନ୍ଦ

କେନ୍ଦ୍ରାପଡ଼ା : ଭାଜପା ପକ୍ଷରୁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଉଦଘାଟିତ ହୋଇଛି । ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୦ଜଣ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇ ପ୍ରଶିକ୍ଷଣ ନେଇଛନ୍ତି । ଆସନ୍ତା ପଞ୍ଚାୟତ,ପୌର ଓ ସମବାୟ ନିର୍ବାଚନରେ ଦଳୀୟ ରଣନୀତି ସାଙ୍ଗକୁ ଶାସକ ଦଳର ଗୁଣ୍ଡାରାଜ ଓ ଦୁର୍ନୀତିକୁ ନେଇ ୱାର୍ଡ ସ୍ତରର ଲୋକଙ୍କ ପାଖକୁ ବିଜେପି ଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବିଜେପି ଜିଲ୍ଲା ସଭାପତି ।

୭ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ପ୍ରଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରାଯିବ । ଏହାସହ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆସନ୍ତାକାଲି(ରବିବାର) ଦଳୀୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେବା କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.