ETV Bharat / state

କେନ୍ଦ୍ରାପଡାରେ ସଂଗଠନ ସୁଦୃଢ ପାଇଁ ବିଜେଡିିର ରୋଡମ୍ୟାପ୍

ମହାକାଳପଡ଼ାରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳରେ ସାମିଲ ହେଲେ ସ୍ଥାନୀୟ ଅଞ୍ଚଳର ଅନେକ ବିଜେପି କର୍ମୀ । ଅଧିକ ପଢନ୍ତୁ

author img

By

Published : Jul 7, 2023, 12:34 PM IST

Updated : Jul 7, 2023, 2:23 PM IST

ମହାକାଳପଡ଼ାରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

କେନ୍ଦ୍ରାପଡା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି । ରାଜନୈତିକ ଦଳଗୁଡିକ ନିଜ ଦଳର କର୍ମୀମାନଙ୍କୁ ସଙ୍ଗଠିତ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାରେ ଲାଗି ପଡିଛନ୍ତି । ବିଗତ ୪ ବର୍ଷରେ ରଣେନ୍ଦ୍ର ସ୍ବାଇଁ, ଦେବାଶିଷ ସାମନ୍ତରାୟ, ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ବିଜୁ ଜନତା ଦଳର ବରିଷ୍ଠ ନେତା କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଏବେ ବରିଷ୍ଠ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ଦଳ । ଦାୟିତ୍ବ ମିଳିବା ପରେ ପ୍ରମିଳା ମଲ୍ଲିକ ଜିଲ୍ଲାର ୫ଗୋଟି ନିର୍ବାଚନ ମଣ୍ଡଳୀ ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ କିପରି ଲୋକମାନଙ୍କ ପାଖରେ ପହଞ୍ଚୁଛି ଏବଂ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ରହିଥିବା ସାମାନ୍ୟ ଭୁଲ ବୁଝାମଣାକୁ ଦୂରେଇ ଦଳର ସାଂଗଠନିକ ସ୍ଥିତି ଆହୁରି ମଜଭୁତ କରିବା ପାଇଁ ଘନଘନ ବୈଠକ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଗୁରୁବାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ କେଆରବାଙ୍କ ସ୍ଥିତ ବିଜେଡି କାର୍ଯ୍ଯାଳୟରେ ନିର୍ବାଚନ ମଣ୍ଡଳୀସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ଯକାରିଣୀ ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ଯବେକ୍ଷକ ତଥା ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଆନୁଷ୍ଠାନିକ ଭାବେ ବୈଠକ ଆରମ୍ଭ ହୋଇଥିଲା । ସମ୍ମାନିତ ଅତିଥି ଭାବେ ସମବାୟ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ଯସାଚ୍ଚୀ ନାୟକ ଯୋଗ ଦେଇ ନିର୍ବାଚନ ମଣ୍ଡଳୀରେ କିଭଳି ଭାବରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଦୃଢ଼ ହେବ ଏବଂ ପ୍ରତ୍ୟେକ ପଞ୍ଚାୟତରେ ସଙ୍ଗଠନ ମଜଭୁତ ହେବ ସେନେଇ ଆଲୋଚନା କରିଥିଲେ । ଆଗାମୀ ନିର୍ବାଚନରେ କିଭଳି ମହାକାଳପଡ଼ାରେ ବିଜେଡିର ବିପୁଳ ବିଜୟ ହେବ ସେନେଇ ବୈଠକରେ ରୋଡମ୍ଯାପ୍ ପ୍ରସ୍ତୁତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Teacher Shortage: ସମାଧାନ ପାଇଁ BEOଙ୍କ ଗୋଡ଼ ଧରିଲେ ମହିଳା, ପୂର୍ବରୁ ହୋଇଥିଲା ଏତଲା

ଏଥିରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରତିନିଧିମାନଙ୍କ ସହ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଯୁବକ, ଛାତ୍ର, ମହିଳା ଓ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ସମନ୍ୱୟ ହିଁ ସଙ୍ଗଠନକୁ ମଜଭୁତ କରିପାରିବ ବୋଲି ପର୍ଯ୍ୟବେକ୍ଷକ କହିଛନ୍ତି । ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତର ଅର୍ଥାତ ୱାର୍ଡର ପ୍ରତ୍ୟେକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ପହଞ୍ଚାନ୍ତୁ ବୋଲି ଆହ୍ବାନ କରିଛନ୍ତି । ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାମନଗର ଓ ମଣିକୁଣ୍ଡା ପଞ୍ଚାୟତର ଅନେକ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଦୁଇ ମନ୍ତ୍ରୀ ସ୍ୱାଗତ କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jul 7, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.