ETV Bharat / state

ଗାମୁଛାରେ ସ୍କୁଟି ଚୋରି କରି ଗିରଫ ଚୋର - loot

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋପାଳରାୟପୁର ଶାସନ ଗ୍ରାମର ସୌମ୍ୟରଞ୍ଜନ ସାହୁଙ୍କ ଟିଭିଏସ ଗାଡି ଚୋରି କରିବାକୁ ଉଦ୍ୟମ କରିଥିଲେ 4 ଦୁର୍ବୃତ୍ତ । ଜଣେ ଧରାପଡିଥିବା ବେଳେ ଅନ୍ୟ 3 ଫେରାର ଅଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Jun 13, 2019, 11:58 PM IST

କେନ୍ଦ୍ରାପଡ଼ା: ଲୁଟେରାଙ୍କ ଲୁଟ କରିବାର ନୂତନ ପନ୍ଥା । ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ଚୋରଙ୍କ ବାଇକ ଚୋରି ଉଦ୍ୟମ । ଗତକାଲି (ମଙ୍ଗଳବାର) ରାତିରେ ଆଳି ଥାନା ଅନ୍ତର୍ଗତ ଗୋପାଳରାୟପୁର ଶାସନ ଗ୍ରାମର ସୌମ୍ୟରଞ୍ଜନ ସାହୁଙ୍କ ଟିଭିଏସ ଗାଡିକୁ ଚୋରି କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ସୌମ୍ୟରଞ୍ଜନ ସାହୁ ଶାସନ ଗ୍ରାମର ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଇ ରାତ୍ର 1.30ରେ ଫେରି ଶାସନ ନିକଟରେ ନିଜ ଟିଭିଏସ ଗାଡିକୁ ଲକ କରି ରଖିଥିଲେ । କିଛି ସମୟ ପରେ ବାହାରକୁ ଆସି ଦେଖିବାରୁ 4ଜଣ ଯୁବକ ତାଙ୍କର ଟିଭିଏସ ଗାଡିକୁ ଏକ ସ୍କୁଟି ଓ ବାଇକ ସାହାଯ୍ୟରେ ଗାମୁଛାରେ ବାନ୍ଧି ଗାଡିଟିକୁ ଚୋରାଇ ନେବାକୁ ଉଦ୍ୟମ କରିଥିଲେ ।

ସୌମ୍ୟରଞ୍ଜନ ଏହା ଦେଖି ବାଇକ ଲୁଟେରାଙ୍କ ପିଛା କରିଥିଲେ । ଶେଷରେ ଆଳି ସିଙ୍ଗିରି ବଜାର ନିକଟରେ କିଛି ସ୍ଥାନୀୟ ଯୁବକ ମାନଙ୍କର ସହାୟତାରେ ଉକ୍ତ 4ଜଣଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ଲୁଟେରାଙ୍କ ମଧ୍ୟରୁ 3ଜଣ ମାରଣାସ୍ତ୍ର ଦେଖାଇ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ସୌମ୍ୟ ଓ ସିଙ୍ଗିରି ଗାଁର ଯୁବକ ମାନେ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ ।

କାବୁ କରିଥିବା ଯୁବକକୁ ପ୍ରଥମେ ସିଙ୍ଗିରି ପଞ୍ଚାୟତର ସରପଞ୍ଚ ଓ ପରେ ଆଳି ଥାନାରେ ଜିମା ଦେଇଛନ୍ତି ସୌମ୍ୟ ଓ ତାଙ୍କ ସହଯୋଗୀ । ଏନେଇ ଆଳି ଥାନାରେ ଏକ ଲିଖିତ ଅଭିଯୋଗ ସୌମ୍ୟଙ୍କ ପକ୍ଷରୁ କରାଯାଇଥିବା ବେଳେ ଆଳି ପୋଲିସ ଘଟଣାର ତଦନ୍ତ କରି ଆଉ 3ଜଣ ଅଭିଯୁକ୍ତ ସମ୍ପର୍କରେ ତଦନ୍ତ ଚଳାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro: 13.06.2019
Radhakanta Mohanty, Kendrapada (AVO)
Slug-od_kpr_steling of bike_script_7204459
Anchor-ନୂତନ ଜ୍ଞାନକୌଶଳ ବ୍ୟବହାର କରି ବାଇକ ଚୋରି ଉଦ୍ୟମ।ଗତକାଲି ରାତିରେ ଆଳି ଥାନା ଅନ୍ତର୍ଗତ ଗୋପାଳରାୟପୁର ଶାସନ ଗ୍ରାମର ସୌମ୍ୟରଂଜନ ସାହୁ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଇ ରାତ୍ର ୧.୩୦ ମି.ସମୟରେ ଫେରି ଶାସନ ନିକଟରେ ନିଜ ଟିଭିଏସ ଗାଡିକୁ ଲକ କରି ରଖିଥିଲେ।କିଛି ସମୟ ପରେ ବାହାରକୁ ଉଠି ଦେଖିବାରୁ ଚାରିଜଣ ଯୁବକ ତାଙ୍କର ଟିଭିଏସ ଗାଡିକୁ ଏକ ସ୍କୁଟି ଓ ବାଇକ ସାହାଯ୍ୟରେ ଗାମୁଛାରେ ବାନ୍ଧି ଗାଡିଟିକୁ ଚୋରାଇ ନେବାକୁ ଉଦ୍ୟମ କରିଥିଲେ।ସୌମ୍ୟରଂଜନ ଏହା ଦେଖି ବାଇକ ଚୋରମାନଙ୍କର ପିଛା କରି ଆଳି ସିଙ୍ଗିରି ବଜାର ନିକଟରେ କିଛି ସ୍ଥାନୀୟ ଯୁବକ ମାନଙ୍କର ସହାୟତାରେ ଉକ୍ତ ଚାରିଜଣଙ୍କୁ ଧରିବାକୁ ଉଦ୍ୟମ କରିଥିଲେ।ଲୁଟେରା ମାନଙ୍କ ମଧ୍ୟରୁ ତିନିଜଣ ମାରଣାସ୍ତ୍ର ଦେଖାଇ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ସୌମ୍ୟ ଓ ସିଙ୍ଗିରି ଗାଁର ଯୁବକ ମାନେ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ।କାବୁ କରିଥିବା ଯୁବକକୁ ପ୍ରଥମେ ସିଙ୍ଗିରି ପଞ୍ଚାୟତର ସରପଞ୍ଚ ଓ ପରେ ଆଳି ଥାନାରେ ଜିମା ଦେଇଛନ୍ତି ସୌମ୍ୟ ଓ ତାଙ୍କ ସହଯୋଗୀ।ଏନେଇ ଆଳି ଥାନାରେ ଏକ ଲିଖିତ ଅଭିଯୋଗ ସୌମ୍ୟଙ୍କ ପକ୍ଷରୁ କରାଯାଇଥିବା ବେଳେ ଆଳି ପୋଲିସ ଘଟଣାର ତଦନ୍ତ କରି ଆଉ ତିନିଜଣ ଅଭିଯୁକ୍ତଙ୍କ ସମ୍ପର୍କରେ ତଦନ୍ତ ଚଳାଇଛି।Body:ScriptConclusion:Visual & Photo
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.