ETV Bharat / state

ଆସନ୍ତା ୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ - ଭିତରକନିକା

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଅଧିକ ପଢନ୍ତୁ...

ଆସନ୍ତା ୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ଆସନ୍ତା ୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
author img

By

Published : Aug 1, 2021, 9:27 AM IST

କେନ୍ଦ୍ରାପଡ଼ା: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ମାନଙ୍କ ଏନ୍ତୁଡ଼ିଶାଳ ଭାବେ ବିଶ୍ୱ ଦରବାରରେ ପରିଚିତ ଭିତରକନିକା ଉଦ୍ୟାନ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ କାରଣରୁ ଗତ ମେ ମାସ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ପ୍ରଜନନ ଋତୁ ମଧ୍ୟରେ କୁମ୍ଭୀର ମାନେ ବସା ଚିହ୍ନଟ କରି ଅଣ୍ଡା ଦେଇଥାନ୍ତି ଓ ନିର୍ଦ୍ଧାରିତ ଏହି ସମୟ ମଧ୍ୟରେ ମା କୁମ୍ଭୀରମାନେ ଅଣ୍ଡାକୁ ଜଗି ରହୁଥିବାରୁ ଅଧିକ ହିଂସ୍ର ହୋଇଥାନ୍ତି, ଯେଉଁଥିପାଇଁ କି ଏହି ତିନିମାସ ପର୍ଯ୍ୟଟକ ମାନଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥାଏ ।

ଆସନ୍ତା ୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଚଳିତବର୍ଷ କୋଭିଡ ମହାମାରୀର ଦ୍ଵିତୀୟ ଲହର ଲକଡାଉନ ଯୋଗୁଁ ସମସ୍ତ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଥିଲା । ତେବେ ଆଜିଠୁ ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆସନ୍ତା ୫ ତାରିଖରୁ ଜାତୀୟ ଉଦ୍ୟାନ ଖୋଲିବାକୁ ଯାଉଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରହିଥିବା ଗହୀରମଥା ଅଭୟାରଣ୍ୟର ହୁକିଟୋଲା ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ଭିତରକନିକାରେ ବର୍ତ୍ତମାନ ଦେଶୀୟ ପକ୍ଷୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଏମାନଙ୍କ କାକଳୀରେ ଚଉଦିଗ ଫାଟି ପଡୁଛି । ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ତେବେ ଗତ ମେ ମାସରେ ହୋଇଥିବା ୟାସ ବାତ୍ୟା ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ନାନାଦି ତାଣ୍ଡବ ରଚିଥିବା ବେଳେ ଅନେକ କୁମ୍ଭୀରଙ୍କ ବାସସ୍ଥାନକୁ ଭିଙ୍ଗି ଦେଇଥିବା ସୂଚନା ମିଳିଥିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.