ETV Bharat / state

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ - ଭିତରକନିକା

ଆଜି(ଗୁରୁବାର)ଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ । ଅଧିକ ପଢନ୍ତୁ...

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

author img

By

Published : Aug 5, 2021, 12:09 PM IST

କେନ୍ଦ୍ରାପଡ଼ା: ଆଜି(ଗୁରୁବାର)ଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ' ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା । ଅନଲକ ପ୍ରକ୍ରିୟାରେ ସରକାର ଅଗଷ୍ଟ ୧ରୁ ପର୍ଯ୍ୟଟନ ସ୍ଥଳଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି ।

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଜାତୀୟ ଉଦ୍ୟାନ ଖୋଲିଥିବା ବେଳେ କୋଭିଡ କଟକଣାକୁ ଗୁରୁତ୍ବ ଦିଆଯାଇଛି । ଭ୍ରମଣ କରିବା ସମୟରେ ସାମାଜିକ ଦୂରତା, ମାସ୍କ ଏବଂ ସାନିଟାଇଜିଂକୁ ଗୁରୁତ୍ବ ଦିଆଯାଇଛି । କେବଳ ଡେ' ଭିଜିଟର୍ସ ଭିତରକନିକା ଭ୍ରମଣ କରି ସନ୍ଧ୍ୟା ପୂର୍ବରୁ ଫେରିବେ। କୌଣସି ପର୍ଯ୍ୟଟକଙ୍କୁ ରାତ୍ରିଯାପନ ପାଇଁ ଅନୁମତି ମିଳିବ ନାହିଁ।

ଗୁପ୍ତି, ଡାଙ୍ଗମାଳ ଓ ଖୋଳା ପଥ ଦେଇ ପ୍ରବେଶ କରି ପାରିବେ ପର୍ଯ୍ୟଟକ। ମାସ୍କ, ସାନିଟାଇଜିଂ, ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଗୁପ୍ତି ପ୍ରବେଶ ପଥ ନିକଟରେ ପର୍ଯ୍ୟଟକମାନଙ୍କୁ ବନବିଭାଗ ପକ୍ଷରୁ ସ୍ବାଗତ କରାଯାଇଛି । ଏହାଛଡା ଗହିରମଥା ଅଭୟାରଣ୍ୟ ଭିତରେ ଥିବା ହୁକିଟୋଲା ମଧ୍ୟ ଆଜି ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି ବୋଲି ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.