କେନ୍ଦ୍ରାପଡା: ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କ ପାଇଁ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ହାଜର ହେଲେ ତାଙ୍କ ଓକିଲ ରବିନାରାୟଣ ମହାନ୍ତି । କେସ ନମ୍ବର 1062 / 15 ସାରଥୀ ଓ ତାଙ୍କ ସହଯୋଗୀ ଶରତ ପାତ୍ରଙ୍କୁ ହାଜିରା ପାଇଁ ନୋଟିସ ଦେଇଥିଲେ ଏସଡିଜେଏମ କୋର୍ଟ । ତେବେ ଶରତ ପାତ୍ର ଉଚ୍ଚ ନ୍ୟାୟଳୟରେ ଏହି ମାମଲାରେ ରହିତାଦେଶ ପାଇଁ ଆବେଦନ କରିଛନ୍ତି । ଏଥିଯୋଗୁଁ ସେ ଏଠାରେ ଉପସ୍ଥିତ ନଥିଲେ ।
ଉଚ୍ଚନ୍ୟାୟଳରେ ହୋଇଥିବା ରହିତାଦେଶ ନେଇ ଏଯାଏଁ କୌଣସି ଶୁଣାଣୀ ହୋଇନାହିଁ । ଏପଟେ ସାରଥୀ ଭୁବନେଶ୍ବରରେ ରହୁଥିବା ନେଇ ପ୍ରତିକ୍ରିୟା ଦେଲେ ତାଙ୍କ ଓକିଲ ରବିନାରାୟଣ ମହାନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ