ETV Bharat / state

ରୋଗ ଶଯ୍ୟାରେ ଅସହାୟ ଯୁବକ, ନିରୂପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ଇଚ୍ଛାମୃତ୍ୟୁ - ବେସାହାରା ଯୁବକ

ଅଜଣା ରୋଗରେ ପୀଡିତ ହୋଇ ଇଚ୍ଛାମୃତ୍ୟୁ ମାଗିଲେ ଯନ୍ତ୍ରଣାରେ ଜର୍ଜରିତ ଯୁବକ। ପରିବାରର କେହି ଧ୍ୟାନ ଦେଉନଥିବାବେଳେ ଉତ୍ତମ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

tukuna pleads for euthanasia
ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଅସହାୟ ଯୁବକ
author img

By ETV Bharat Odisha Team

Published : Sep 29, 2023, 10:08 PM IST

ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଅସହାୟ ଯୁବକ

କେନ୍ଦ୍ରାପଡ଼ା: ଅଜଣା ରୋଗରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯୁବକ। ପିଲାଟି ଦିନରୁ ମାଆଙ୍କୁ ହରାଇଥିବାବେଳେ ରୋଗାକ୍ରାନ୍ତ ହେବା ପରେ ବାପାଙ୍କୁ ନେଇ କେଉଁ ଆଡେ ଚାଲି ଯାଇଛନ୍ତି ସାବତ ମାଆ। ଶେଷରେ ବେସାହାରା ହୋଇ ରୋଗରେ ପଡ଼ି ଛଟପଟ ହେଉଥିବା ଯୁବକ ଜଣକ ଇଚ୍ଛାମୃତ୍ୟୁ ପାଇଁ ନେହୁରା ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। ବଳିପାଳ ପଞ୍ଚାୟତ ଜସୁଆପଲି ଗାଁର ଟୁକୁନା ନାଉରୀ ଶଯ୍ୟାଶାୟୀ ଅବସ୍ଥାରେ ଥିବାବେଳେ ତାଙ୍କର କେହି ସାହରା ନାହାନ୍ତି।

"ହେ ନବୀନ ସରକାର, ଯଦି ମୋ ପାଇଁ କୌଣସି ଉନ୍ନତ ଚିକିତ୍ସା ନାହିଁ ତାହେଲେ ମୋତେ ମାରିଦିଅ। ମୁଁ ଆଉ ଯନ୍ତ୍ରଣା ସହିପାରୁନି। ଏପଟେ ରୋଗ ଯନ୍ତ୍ରଣାକୁ ସେପଟେ ଡାକ୍ତରଖାନାରେ ଡାକ୍ତର ଏବଂ ନର୍ସ ମାନଙ୍କର ଘୃଣା ଦୃଷ୍ଟି, କେତେ ଦିନ ଆଉ ଏମିତି ପଡିରହିବି? ମତେ ବଞ୍ଚେଇ ଦିଅ ନହେଲେ ମାରିଦିଅ" ଏମିତି କିଛି ବୁକୁଫଟା ଚିତ୍କାର କରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଟୁକୁନା ନାଉରୀ। ହସ୍ପିଟାଲ ବେଡରେ ସେ ପଡ଼ିରହିଥିବାବେଳେ ଡାକ୍ତର କି ନର୍ସ କେହି ପାଖକୁ ଆସୁନାହାନ୍ତି।ଦୁର୍ଗନ୍ଧରେ ଫାଟି ପଡୁଥିବା ମେଡ଼ିକାଲ କକ୍ଷ ଭିତରୁୃ ବଞ୍ଚିବାକୁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି ସେ।

ସୂଚନା ଅନୁସାରେ, ଟୁକୁମା ସୁଦୂର ଗୁଜୁରାଟରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ । ସେଠାରେ କାମ କରୁଥିବା ବେଳେ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଘରକୁ ଫେରିଥିଲେ କିନ୍ତୁ ଘରେ ଚିକିତ୍ସା ଅଭାବରୁ ଦୀର୍ଘ ଦିନ ଧରି ପଡି ରହିଥିଲେ। ଗ୍ରାମବାସୀମାନେ ଟୁକୁନାଙ୍କ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହଲେ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ। ଏଣୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଟୁକୁନା ଉତ୍ତମ ଚିକିତ୍ସା ନଚେତ ଇଚ୍ଛାମୃତ୍ୟୁ ଦେବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ...ସାହା ହୁଅ ସରକାର: କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ଲକ୍ଷ୍ମୀଧରଙ୍କ ପରିବାର

ସେପଟେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ କହିଛନ୍ତି, "ଟୁକୁନାଙ୍କୁ ପାରାଲିସିସ୍ ହୋଇଥିବାବେଳେ ଏବେ ହେପାଟାଇଟିସ -ବି ହୋଇଛି। ତାଙ୍କୁ ବ୍ୟକ୍ତିଗତ ଭାବେ ଜଣେ ସମ୍ପର୍କୀୟର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ଵରର ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଛି। ହେଲେ ବ୍ୟକ୍ତିଗତ ସହାୟକ ନଥିବାରୁ ତାଙ୍କୁ ପଠାଯିବା ସମ୍ଭବ ହେଉନାହିଁ । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କର ଆଟେଣ୍ଡାଣ୍ଟ ହେବା ପାଇଁ ଆଗଭର ହୁଅନ୍ତି ତେବେ ତାଙ୍କୁ ରେଫର କରାଯିବ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.