ETV Bharat / state

କୋରୋନା କଟକଣା: ସୌନ୍ଦର୍ଯ୍ୟ ହରାଇଛି ବ୍ୟୁଟିସିଆନଙ୍କ ବେପାର - କେନ୍ଦ୍ରାପଡାର ବିୟୁଟି ପାର୍ଲର ବ୍ୟବସାୟ

ବେପାର ବନ୍ଦ ହେବା ସହ ଦେଖାଦେଇଛି ଅର୍ଥାଭାବ । ଘରେ ଜଳୁନି ଚୁଲି । ଓଳିଏ ଖାଇଲେ ଆର ଓଳି କଥା ଭାବିବାକୁ ପଡୁଛି । ଅଧିକ ପଢନ୍ତୁ...

କୋରୋନା କଟକଣାରେ ଧରାଶାୟୀ ବିୟୁଟି ପାର୍ଲର ବ୍ୟବସାୟ

author img

By

Published : May 21, 2020, 6:07 PM IST

କେନ୍ଦ୍ରାପଡା: ଅନ୍ୟର ସୌନ୍ଦର୍ଯ୍ୟ ବଢାଉଥିବା ଲୋକ ଆଜି ନିଜ ସୌନ୍ଦର୍ଯ୍ୟ ହରାଇବାର ଆଶଙ୍କାରେ ରହିଛି । ଅନ୍ୟର ଚେହେରା ସଜାଡି ତା ମୁହଁରେ ହସ ଫୁଟାଉଥିବା ଲୋକ ଆଜି ନିଜେ ଦୁଃଖରେ ସମୟ କାଟୁଛି । ଲକଡାଉନରେ କେନ୍ଦ୍ରାପଡାର ବହୁତ ଲୋକ ନିଜ ଜୀବିକାରେ ସହିଛନ୍ତି କ୍ଷତି । ଆଉ ଏମାନଙ୍କ ମଧ୍ୟରେ ରହିଛନ୍ତି ବିୟୁଟି ପାର୍ଲର କର୍ମଚାରୀ ।

କୋରୋନା କଟକଣାରେ ଧରାଶାୟୀ ବିୟୁଟି ପାର୍ଲର ବ୍ୟବସାୟ

କେନ୍ଦ୍ରାପଡା ସହରରେ ପ୍ରାୟ 50ଟି ପାର୍ଲର ଥିବାବେଳେ ସମଗ୍ର ଜିଲ୍ଲାରେ ରହିଛି ଶହେଟି ପାର୍ଲର । ଏଥିରେ କାମ କରନ୍ତି 400ରୁ ଉର୍ଦ୍ଧ୍ବ କର୍ମଚାରୀ । ଏମାନଙ୍କ ଭିତରେ ଅଛନ୍ତି ବିଧବା ଓ ସ୍ବାମୀ ପରିତ୍ୟକ୍ତା ମହିଳା । 80 ପ୍ରତିଶତ କର୍ମଚାରୀଙ୍କ ରୋଜଗାର ଉପରେ ସେମାନଙ୍କ ପରିବାର ନିର୍ଭରଶୀଳ । ହେଲେ ଏମାନଙ୍କ ଗୁଜୁରାଣରେ ତାଲା ପକାଇଛି ଲକଡାଉନ ।

ବେପାର ବନ୍ଦ ହେବା ସହ ଦେଖାଦେଇଛି ଅର୍ଥାଭାବ । ଘରେ ଜଳୁନି ଚୁଲି । ଓଳିଏ ଖାଇଲେ ଆର ଓଳି କଥା ଭାବିବାକୁ ପଡୁଛି । ପିଲାଙ୍କର ପାଠପଢାରେ ଦେଖାଦେଇଛି ସମସ୍ୟା । ଅର୍ଥାଭାବ ଯୋଗୁଁ ବଜାର ସଉଦା କିଣିବାରେ ଅକ୍ଷମ । ପରିସ୍ଥିତି ଯେପରି ବେପାର ଜମିବାବେଳକୁ ଲାଗିଯିବ ଆହୁରି କିଛି ମାସ । ବର୍ତ୍ତମାନ ସହ ଭବିଷ୍ୟତ ମଧ୍ୟ ଅନ୍ଧାର । ଏପରି ସ୍ଥିତିରେ କଣ କରିବେ ସେନେଇ ଚିନ୍ତାରେ କର୍ମଚାରୀ ।

କେବଳ କର୍ମଚାରୀ ନୁହନ୍ତି, ପାର୍ଲର ମାଲିକ ମଧ୍ୟ କ୍ଷତିଗ୍ରସ୍ତ । ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନାହାନ୍ତି ମାଲିକ । ଘରଭଡା ଓ ଇଲେକ୍ଟ୍ରିସିଟି ଦେବାରେ ଅସମର୍ଥ । ବିବାହ ଋତୁରେ ଦି ପଇସା ରୋଜଗାରର ରଖିଥିଲେ ଲକ୍ଷ୍ୟ । କିନ୍ତୁ ସବୁ ବିଗାଡିଦେଲା କୋରୋନା । ସେପଟେ ରାଜ୍ୟ ସରକାରଙ୍କ ଦ୍ବାରସ୍ତ ହୋଇଛି ରାଜ୍ୟ ବିୟୁଟିସିଆନ ଆସୋସିଏସନ । ସମସ୍ତଙ୍କୁ ସହାୟତାର ହାତ ବଢାଉଥିବା ସରକାରଙ୍କୁ ମାଗିଛନ୍ତି ସାହାଯ୍ୟ ।

ଯଦିଚ ଲକଡାଉନ କୋହଳ ହେଲାଣି, କିନ୍ତୁ ପରିସ୍ଥିତି ସ୍ବାଭାବିକ ହେବାକୁ ଲାଗିଯିବ ଅନେକ ଦିନ । ଲୋକେ ଏବେ ଘରୁ ବାହାରିବାକୁ ଡରିବେ । ଯାହାର ପ୍ରଭାବ ସିଧାସଳଖ ବିୟୁଟି ପାର୍ଲରଙ୍କ ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.