ETV Bharat / state

ସେବା କରି ପାଉଣା ବଦଳରେ ନୋଟିସ ଘଟଣା, ଆସନ୍ତାବର୍ଷ ସେବା କରିବେ ନାହିଁ କହିଲେ ମହାଜନ ପାଣିଗ୍ରାହୀ ସେବାୟତ

author img

By ETV Bharat Odisha Team

Published : Aug 28, 2023, 9:21 PM IST

ଶ୍ରୀଜୀଉଙ୍କ ଘୋଷଯାତ୍ରା କାର୍ଯ୍ୟରେ ଅନିୟମିତତା ଦର୍ଶାଇ ଦେବୋତ୍ତର ବିଭାଗ ପକ୍ଷରୁ ୮ ଜଣ ମହାଜନ ପାଣିଗ୍ରାହୀଙ୍କୁ କାରଣ ଦର୍ଶାଅ ନୋଟିସ ଘଟଣା । ଆସନ୍ତା ଏକ ବର୍ଷ ପାଇଁ ପାଉଣା ନେବାକୁ ମନା କଲେ ମହାଜନ ପାଣିଗ୍ରାହୀ । ଅଧିକ ପଢ଼ନ୍ତି

baladevjew servitors body gets show cause notice
ବଳଦେବଜିଉ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ
ବଳଦେବଜିଉ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦ୍ରାପଡ଼ା: ସେବାୟତଙ୍କୁ ପାଉଣା ବଦଳରେ ନୋଟିସକୁ ନେଇ ବିବାଦ ତେଜିବାରେ ଲାଗିଛି । ସେବା କରିବେ ହେଲେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଦେବୋତ୍ତର ବିଭାଗରୁ ସେବା ବାବଦକୁ ଟଙ୍କାଟିଏ ପାଉଣା ନେବେ ନାହିଁ । ଚଳିତ ଶ୍ରୀଜୀଉଙ୍କ ଘୋଷଯାତ୍ରାରେ ସର୍ବାଧିକ ସେବାୟତ ନିଯୁକ୍ତ ହୋଇଥିଲେ । ଦେବୋତ୍ତର ବିଭାଗ ପକ୍ଷରୁ ୮ ଜଣ ମହାଜନ ପାଣିଗ୍ରାହୀଙ୍କୁ ସେବା କାର୍ଯ୍ୟରେ ଅନିୟମିତତା ଦର୍ଶାଇ ୧୫ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ଚିଠି ଲେଖିଥିଲେ । ଯାହାକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ବର୍ଷା ପର୍ଯ୍ୟନ୍ତ ନିଜ ପାଉଣା ନେବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ଚଳିତବର୍ଷ ଜୁନ ୨୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗି ପ୍ରଥମ ଦିନ ବ୍ରହ୍ମ ତାଳଧ୍ଵଜ ରଥ ନଗଡ଼ିବା ଓ ସେବାୟତ ମାନେ ଜାଣିଶୁଣି ନୀତି ବିଳମ୍ବ କରିଥିବା ଅଭିଯୋଗ ଆଣି ଦେବୋତ୍ତର ବିଭାଗ କମିଟି ୮ ଜଣ ମହାଜନ ପାଣିଗ୍ରାହୀ ସେବାୟତଙ୍କୁ ଗତ ଅଗଷ୍ଟ ୨ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏଥିସହ ୧୭ ତାରିଖ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନୋଟିସ ମହାଜନ ପାଣିଗ୍ରାହୀଙ୍କ ସମ୍ମାନ ହାନି କରିଥିବା ଅଭିଯୋଗ ଆଣି ଏକ ବୈଠକ ମାଧ୍ୟମରେ ଏ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଏକ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପାଉଣା ମନ୍ଦିର ଦେବୋତ୍ତର ବିଭାଗରୁ ନେବେ ନାହିଁ ଓ ଆସନ୍ତା ବର୍ଷ ରଥଯାତ୍ରା ସମୟରେ ଦେବୋତ୍ତର ବିଭାଗ ଏନେଇ ଫଇସଲା କଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି କହିଛନ୍ତି ବୈଠକରେ ନିଷ୍ପତ୍ତି ହୋଇଛି । ଅପରପକ୍ଷରେ ସେମାନେ ଶ୍ରୀଜୀଉଙ୍କ ନୀତିକାନ୍ତିରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜଳଲାଗିକୁ ନେଇ ଶୋଭନେଶ୍ଵର ପୀଠରେ ପୂଜକ-ସେବାୟତ ମାରପିଟ୍, ଘଣ୍ଟାଏ ବନ୍ଦ ରହିଲା ମନ୍ଦିର

ତେବେ ନୋଟିସ ପାଇଥିବା ୮ ଜଣ ସେବାୟତ ଆସନ୍ତାବର୍ଷ ରଥଯାତ୍ରାରେ ନିଜକୁ ସାମିଲ କରିବେ ନାହିଁ ବୋଲି ସ୍ପଷ୍ଟ ମତ ରଖିଥିବାରୁ ଏବେ ମନ୍ଦିର ଦେବୋତ୍ତର ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନ୍ୟପଟେ ୫T ସଚିବ ସେବାୟତ ସମୁଦାୟ ପାଇଁ ଦେଇଥିବା ୧୫ ଲକ୍ଷ ଟଙ୍କା କାହାକୁ ଓ କେଉଁ ଆଧାରରେ ବାଣ୍ଟହୋଇଛି ସେନେଇ ସେମାନେ କିଛି ଜାଣିନଥିବା ଏବଂ ଟଙ୍କା ଆସିଥିବା କେବଳ ଜାଣିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.