ETV Bharat / state

ଦବୁଛି ବୈତରଣୀ ପୋଲ, ଚିନ୍ତାରେ ଚାଳକ

author img

By

Published : Dec 6, 2019, 10:00 PM IST

କଟକ-ଚାନ୍ଦବାଲି ୨୦ନଂ ରାଜ୍ୟ ରାଜପଥ ମଧ୍ୟରେ ରହିଛି ବୈତରଣୀ ପୋଲ । ଏହି ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ । କେତେବେଳେ ବି ଘଟିପାରେ ଅଘଟଣ । ଯାହାକୁ ନେଇ ଚିନ୍ତାରେ ଚାଳକ ।

BAITARANI BRIDGE
ଦବୁଛି ବୈତରଣୀ ପୋଲ, ଚିନ୍ତାରେ ଲୋକେ

କେନ୍ଦ୍ରାପଡା: ବିପଦ ସଙ୍କୁଳ ଅବସ୍ଥାରେ ବୈତରଣୀ ପୋଲ । ମାତ୍ର 11 ବର୍ଷ ତଳେ ନିର୍ମାଣ ହୋଇଥିବା ପୋଲ ଦବିଗଲାଣି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି । ଏହି ପୋଲ ଦେଇ ଯାତାୟତ କରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି ।

ଦବୁଛି ବୈତରଣୀ ପୋଲ, ଚିନ୍ତାରେ ଲୋକେ

ଚାନ୍ଦବାଲି ୨୦ନଂ ରାଜ୍ୟ ରାଜପଥ ମଧ୍ୟରେ ରହିଛି ବୈତରଣୀ ପୋଲ । ଯାହା କେନ୍ଦ୍ରାପଡା-ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଛି । ଏହି ବୈତରଣୀ ପୋଲ ଦେଇ ପ୍ରତ୍ୟେକ ଦିନ ପାଖାପାଖି ୨୦୦୦ରୁ ଉର୍ଦ୍ଧ୍ଵ ଭାରୀଯାନ ଭଦ୍ରକ,ବାଲେଶ୍ଵର,ରାଉରକେଲା,ବାରିପଦା,କଲିକତା ଆଦି ସ୍ଥାନକୁ ଯାତାୟତ କରିଥାଏ । ସେହିପରି ଭଦ୍ରକର ଚାନ୍ଦବାଲିରୁ 50ରୁ ଉର୍ଦ୍ଧ୍ଵ ବସ କଟକ,ଭୁବନେଶ୍ଵର,ପୁରୀ,ସମ୍ବଲପୁର ଏବଂ ପାରାଦ୍ଵୀପ ଆଦି ସ୍ଥାନକୁ ଯାତାୟତ କରିଥାଏ ।

ଏହି ପୋଲକୁ ମୁଖ୍ୟତଃ କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ଵର,ପାରାଦୀପ ଓ ଯାଜପୁର ଜିଲ୍ଲାର ଲାଇଫଲାଇନ ବୋଲି କୁହାଯାଏ । ହେଲେ ଦୀର୍ଘ 4 ବର୍ଷ ହେବ ପୋଲଟି ଅନେକ ସ୍ଥାନରେ ଦବିଯିବା ସହ ଫାଟି ଆଁ କଲାଣି । ଯାହା ଫଳରେ ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଗାଡି ଚାଳକ ମାନଙ୍କ ମନରେ ଭୟ ସୃଷ୍ଟି କରିଛି । ପୋଲର ଏପରି ଅବସ୍ଥାକୁ ଦେଖି ଆଗରୁ ଚାନ୍ଦିବାଲି ଅଞ୍ଚଳ ମୋଦିସେନା ପକ୍ଷରୁ ଅନେକ ଥର ଆନ୍ଦୋଳନ କରାଯାଇଛି । ହେଲେ ଖାଲି ପ୍ରତିଶୃତି ଆଉ କିଛି ମିଳିନି ।

ଗତ 2008 ମସିହାରେ ବୈତରଣୀ ପୋଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ତତ୍କାଳୀନ ‘ଗେମନ ଇଣ୍ଡିଆ’ କମ୍ପାନୀ ଦ୍ବାରା 22କୋଟି ଟଙ୍କା ବ୍ୟୟରେ ଏହିପୋଲ ନିର୍ମାଣ କରାଯାଇ ଭଦ୍ରକ-କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା କଟକରୁ କଲିକତା,ପାରାଦୀପରୁ ହଳଦିଆ, ଯାଜପୁରରୁ ଚାନ୍ଦବାଲି ଓ କେନ୍ଦ୍ରାପଡାରୁ ଭଦ୍ରକ ଜିଲ୍ଲା ସହିତ ସଂଯୋଗୀ କରଣ । ହେଲେ ଵର୍ତମାନ ଏହି ପୋଲଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଭାରୀଯାନ ଯିବା ମୁସ୍କିଲ ହୋଇ ପଡିଛି । ବିପଦ ସଙ୍କୁଳ ଅବସ୍ଥାରେ ଯାନବାହାନ ଚଳାଚଳ ଏକ ନିଶ୍ଚିତ ବିପଦକୁ ଟାଣି ଆଣୁଛି । ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ପୋଲ ମରାମତି ଉପରେ ବିଭାଗୀୟ ଅଧିକାରୀଙ୍କୁ କହିବା ସହ ଘଟଣା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:06.12.2019
Radhakanta Mohanty, Kendrapada
Slug-od_kpr_baitarani bridge_script_7204459
Anchor-ବିପଦ ସଙ୍କୁଳ ଅବସ୍ଥାରେ ବୈତରଣୀ ପୋଲ।କେତେବେଳେ ଯେ ଦୁର୍ଘଟଣା ଘଟିବ ସେନେଇ କହିବା ମୁସ୍କିଲ।ବିଭାଗୀୟ ଅଧିକାରୀ ଏହି ପୋଲ ସମସ୍ୟା ଉପରେ ଦୃଷ୍ଟି ଦେଉନଥିବା ବେଳେ ଭବିଷ୍ୟତରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ।
Body:VO1- କଟକ-ଚାନ୍ଦବାଲି ୨୦ନଂ ରାଜ୍ୟ ରାଜପଥ ମଧ୍ୟରେ ରହିଛି ବୈତରଣୀ ପୋଲ ଯାହା କେନ୍ଦ୍ରାପଡା-ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଛି।ଏହି ବୈତରଣୀ ପୋଲ ଉପର ଦେଇ ପ୍ରତ୍ୟେକ ଦିନ ପାଖାପାଖି ୨୦୦୦ରୁ ଉର୍ଦ୍ଧ୍ଵ ଭାରୀଯାନ ଭଦ୍ରକ,ବାଲେଶ୍ଵର,ରାଉରକେଲା,ବାରିପଦା,କଲିକତା ଆଦି ସ୍ଥାନକୁ ଯାତାୟତ କରିଥାଏ।ସେହିପରି ଭଦ୍ରକର ଚାନ୍ଦବାଲିରୁ ୫୦ରୁ ଉର୍ଦ୍ଧ୍ଵ ବସ କଟକ,ଭୁବନେଶ୍ଵର,ପୁରୀ,ସମ୍ବଲପୁର ଏବଂ ପାରାଦ୍ଵିପ ଆଦି ସ୍ଥାନକୁ ଯାତାୟତ କରିଥାଏ।ଏହି ପୋଲକୁ ମୁଖ୍ୟତଃ କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ଵର ଏବଂ ପାରାଦୀପ,ଯାଜପୁର ଜିଲ୍ଲାର ଲାଇଫଲାଇନ ବୋଲି କହିଲେ ଭୁଲ ହେବନାହିଁ।ହେଲେ ଦିର୍ଘ ୪/୫ବର୍ଷ ଭିତରେ ଏହି ପୋଲଟି ଆନେକ ଜାଗାରେ ଦବିଯିବା ସହିତ ଫାଟି ଆଁ କଲାଣି।ଯାହା ଫଳରେ ପୋଲଟି ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଗାଡି ଚାଳକ ମାନଙ୍କ ମନରେ ଭୟ ସୃଷ୍ଟି କରିଛି।ତେବେ ଏ ନେଇ ଚାନ୍ଦିବାଲି ଅଞ୍ଚଳ ମୋଦିସେନା ପକ୍ଷରୁ ବିଗତ ଦିନରେ ଆନେକ୍ ଆନ୍ଦୋଳନ କରାଯାଇ ଧାରଣା ଦିଆଯାଇଛି।ହେଲେ ଚିରାଚରିତ ଢଙ୍ଗରେ କେଵଳ ପ୍ରତିଶୃତି ଛଡା ଆଉ କିଛି ମିଳିନି।ସବୁ କିଛି କେଵଳ କାଗଜ କଲମରେ ରହିଯାଇଛି।
Byt-ଦିଲ୍ଲୀପ ସାହୁ(ବାଇକ ଆରୋହୀ)
Byt-ପ୍ରଦୀପ ମାଝୀ(ସ୍ଥାନୀୟ ଲୋକ)
VO2-୨୦୦୮ ମସିହାରେ ଏହି ପୋଲ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା।ତତ୍କାଳୀନ ଗେମନ ଇଣ୍ଡିଆ କମ୍ପାନୀ ଦ୍ୱାରା ୨୨କୋଟି ଟଙ୍କା ବ୍ୟୟରେ ଏହିପୋଲ ନିର୍ମାଣ କରାଯାଇ ଭଦ୍ରକ-କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରାଯାଇଥିଲା।ଉଦେଶ୍ୟ ଥିଲା କଟକ ରୁ କଲିକତା,ପାରାଦୀପ ରୁ ହଳଦିଆ,ଯାଜପୁର ରୁ ଚାନ୍ଦବାଲି ଓ କେନ୍ଦ୍ରାପଡା ରୁ ଭଦ୍ରକ ଜିଲ୍ଲା ସହିତ ବେବାୟକ ସଂଯୋଗୀ କରଣ ତଥା ରାଜକନିକା ଭାୟା ପାଣିକୋଇଲି ଦେଇ କଲିକତା ପରିବର୍ତ୍ତେ ରାଜକନିକା ଓ ଆଳି ରୁ ସିଧାସଳଖ ଭାୟା ଭଦ୍ରକ ବାଲେଶ୍ଵର ଦେଇ କଲିକତା କୁ ଯାତାୟତ କରିବା।ସେହିପରି ପାରାଦୀପରୁ ଭାୟା ଚଣ୍ଡିଖୋଲ ପରିବର୍ତେ ଭାୟା ବାଲେଶ୍ୱର ଦେଇ ହଳଦିଆ କୁ ବ୍ୟବସାୟିକ ସମ୍ବନ୍ଧ ଯୋଡିବା।ହେଲେ ଵର୍ତମାନ ଏହି ପୋଲଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଭାରୀଯାନ ଯିବା ମୁସ୍କିଲ ହୋଇ ପଡିଛି।ବିପଦ ସଙ୍କୁଳ ଅବସ୍ଥାରେ ଯାନବାହାନ ଚଳାଚଳ ଏକ ନିଶ୍ଚିତ ବିପଦକୁ ଟାଣି ଆଣୁଛି।ସରକାର କେବଳ ମୋଟରଯାନ ଆଇନ କୁ ଧରି ହେଲାମେଟ ଚେକିଂ ଓ ଫାଇନ ଆଦାୟ କରୁଥିବା ବେଳେ ବୈତରଣୀ ନଦୀ ଉପରେ ଥିବା ପୋଲ ଉପରେ ନିଶ୍ଚିତ ଦୃଷ୍ଟି ଦେବାର ଆବଶ୍ୟକତା ନେଇ ଦାବି ରଖିଛନ୍ତି ଯୁବ ଗୋଷ୍ଠୀ।ଏନେଇ ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ଏହି ପୋଲ ମରାମତି ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ କହିବା ସହ ଘଟଣା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।
ବାରମ୍ବାର ଦାବି ସତ୍ତ୍ବେ ବିଭାଗୀୟ ଅଧିକାରୀ କିମ୍ବା ବିଭାଗୀୟ ଏହା ଉପରେ ଦୃଷ୍ଟି ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Byt-ପ୍ରବୀର ବିଶ୍ୱାଳ(ବାଇକ ଆରୋହୀ)
Byt-ଜ୍ୟୋତିଶଙ୍କର ମହାପାତ୍ର(ଉପ ଜିଲ୍ଲାପାଳ,କେନ୍ଦ୍ରାପଡ଼ା)
Conclusion:PTC
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.