କେନ୍ଦ୍ରାପଡା: ସାଂସଦ ଅନୁଭବ ମହାନ୍ତି ଟ୍ବିଟରେ ପୂର୍ବତନ ସାଂସଦ ବୈଜୟନ୍ତ ସରକାରୀ କ୍ବାର୍ଟର ଛାଡି ନଥିବା ଉଲ୍ଲେଖ କରିଥିଲେ । ଏହି ଘଟଣା ପରେ ବୈଜୟନ୍ତ ଏହା ଉପରେ ସ୍ପଷ୍ଟୀକରଣ ଦେବା ସହ ଅନୁଭବଙ୍କ ମନ୍ତବ୍ୟଙ୍କୁ ଖଣ୍ଡନ କରିଛନ୍ତି ।
କେନ୍ଦ୍ରାପଡାର ପୂର୍ବତନ ସାଂସଦ ଦର୍ଶାଇଛନ୍ତି ଯେ, ଏହି ଘଟଣା ଭିତ୍ତିହୀନ, ନିୟମ ଅନୁସାରେ ମାର୍କେଟ ରେଣ୍ଟ ଦେଇ ଏହାକୁ ବ୍ୟବହାର କରାଯାଇଥିଲା । ଏପରିକି ସେ କ୍ବାର୍ଟର ଛାଡିସାରିଥିବା ବେଳେ କିଛି ବଡ ଗୃହ ଉପକରଣ ଯଥା- ଜେନେରେଟର, ପୋର୍ଟାକ୍ୟାବିନ ଅଫିସ ଆଦି ରହିଛି । ଯାହାକୁ ସ୍ଥାନାନ୍ତରଣ କରାଯିବାକୁ ସମୟ ଲାଗୁଥିବା ସେ ପ୍ରକାଶ କରିଛନ୍ତି । ଏପରିକି ଅନ୍ୟ ମନ୍ତ୍ରୀମାନେ କ୍ବାର୍ଟରକୁ ଆସି ଦେଖିଥିବା ବୈଜୟନ୍ତ କହିଛନ୍ତି ।
ଗତକାଲି ପୂର୍ବତନ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ସରକାରୀ ଘର ଛାଡିନାହାନ୍ତି ବୋଲି ଏକ ଟ୍ବିଟ କରିଥିଲେ । ବୈଜୟନ୍ତ 14 ମାସ ପୂର୍ବରୁ ନିଜର ପଦ ହରାଇସାରିଛନ୍ତି । ଏହା ପରେ ବି ନୂଆଦିଲ୍ଲୀର ମହାଦେବ ରୋଡସ୍ଥିତ ସାଂସଦଙ୍କ କ୍ବାର୍ଟରକୁ ବଳ ପୂର୍ବକ ନିଜ ହାତରେ ରଖିଥିବା ଅନୁଭବ ନିଜ ଟ୍ବିଟରେ ଦର୍ଶାଇଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ