ETV Bharat / state

ସଂକ୍ରମଣ ଭୟ; ପାଇଟାଳ ସାହି ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

author img

By

Published : May 20, 2021, 8:05 AM IST

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଡକୁଳ ପଞ୍ଚାୟତ ୧୦ନଂ ୱାର୍ଡର ପାଇଟାଳ ସାହିକୁ ବ୍ଲକ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ପାଇଟାଳ ସାହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

କେନ୍ଦ୍ରାପଡା: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କୋରୋନା ସଂକ୍ରମଣ ମାମଲା । ବର୍ତ୍ତମାନ ସହରରୁ ଗାଁ ମୁହାଁ ହୋଇଛି ସଂକ୍ରମଣ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଡକୁଳ ପଞ୍ଚାୟତ ୧୦ନଂ ୱାର୍ଡର ପାଇଟାଳ ସାହିକୁ ବ୍ଲକ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।

ଉକ୍ତ ସାହିରେ ଏକ ସଙ୍ଗରେ ୧୧ ଜଣ ବ୍ୟକ୍ତି କୋଭିଡ ପଜିଟିଭ ହୋଇଛନ୍ତି । ଫଳରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି । ମହାକାଳପଡ଼ା ବିଡିଓ ଦେବାଶିଷ ରାଉତ ଓ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଉକ୍ତ ସ୍ଥାନରେ ପହଞ୍ଚି କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଗାଁ ଲୋକମାନେ ମଧ୍ୟ ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ସେହି ସ୍ଥାନଟି କଣ୍ଟେନମେଣ୍ଟ ଜୋନ ଭାବରେ ରହିବ । ପ୍ରକାଶ ଥାଉ କି ସଂକ୍ରମଣ ଚେନ ଭାଙ୍ଗିବାପାଇଁ ରାଜ୍ୟରେ ଆଜି (ଗୁରୁବାର)ଠୁ ଲକଡାଉନ 2 ଜୁନ ପହିଲା ଯାଏଁ ବଲବତ୍ତର ରହିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.