ETV Bharat / state

ଇନ୍ଦିରା ଆବାସ କରାଇ ନଦେବାରୁ ନିର୍ବାହୀ ଅଧିକାରୀଙ୍କ ଉପରେ ଆକ୍ରମଣ

ବେଆଇନ ଭାବେ ଇନ୍ଦିରା ଆବାସ କରାଇ ଦେବାକୁ ଅରାଜି ହେବାରୁ ଆକ୍ରମଣର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ଗୋଲରାହlଟ ପଞ୍ଚାୟତର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ଥାଟୋଇ |

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 20, 2019, 6:56 AM IST

କେନ୍ଦ୍ରପଡା: ବେଆଇନ ଭାବେ ଇନ୍ଦିରା ଆବାସ କରାଇ ଦେବାକୁ ଅରାଜି ହେବାରୁ ଆକ୍ରମଣର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ଗୋଲରାହlଟ ପଞ୍ଚାୟତର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ଥାଟୋଇ | ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ନିହାରଙ୍କ ଅଭିଯୋଗ ଅନୁଯାୟୀ ଗୋଲରାହlଟ ପଞ୍ଚାୟତର ଜଣେ ବ୍ୟକ୍ତି ତାଙ୍କର ଗୋଟିଏ ଆବାସ ପାଇଁ ବେଆଇନ ଭାବେ ଦୁଇ ଥର ବିଲ୍ କରିବାକୁ କହିଥିଲେ | ଏନେଇ ସେ ବାରମ୍ବାର ତାଙ୍କ ଉପରେ ଚାପ ମଧ୍ୟ ପକାଉଥିଲେ | ତେବେ ନିଜ ଉଦେଶ୍ୟରେ ବିଫଳ ହେବାପରେ ଆଜି ନିହାର ଅଫିସ କାମ ସାରି ନିଜ ଘର ନିକିରାଇ ଥାନା ଅନ୍ତର୍ଗତ ବିଲମୁଗବାଡ଼ିକୁ ଫେରୁଥିବା ବେଳେ ଛତା ଛକ ଠାରେ ସମ୍ପୃକ୍ତ ବ୍ୟକ୍ତି ଅନ୍ୟ 5 ଜଣଙ୍କୁ ସାଙ୍ଗରେ ଆଣି ତାଙ୍କୁ ଆକ୍ରମଣ କରିଥିଲା |

ଫଳରେ ସେମାନଙ୍କ ଆକ୍ରମଣରେ ନିହାରଙ୍କ ପେଟ, ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ଏନେଇ ଡେରାବିଶ ବ୍ଳକ ବିଡିଓ ଗୋପବନ୍ଧୁ ଭୋସାଗର ସ୍ଥାନୀୟ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.