ETV Bharat / state

RTIରୁ ସାଂଘାତିକ ତଥ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ASI ଦେଇନାହିଁ ଅନୁମତି - ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ASI ଦେଇନାହିଁ ଅନୁମତି

ଶ୍ରୀମନ୍ଦିର ଚାରିପାଖରେ ପରିକ୍ରମା ପ୍ରକଳ୍ପକୁ ନେଇ ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ବା ASI କୌଣସି ଅନୁମତି ଦେଇନାହିଁ । RTI ଦାଖଲ ପରେ ମିଳିଲା ସୂଚନା । ଅଧିକ ପଢ଼ନ୍ତୁ

RTIରୁ ସାଂଘାତିକ ତଥ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ASI ଦେଇନାହିଁ ଅନୁମତି

author img

By

Published : Apr 26, 2022, 8:37 AM IST

କେନ୍ଦ୍ରାପଡ଼ା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୂଚନାଧିକାର ଆଇନ ବଳରେ ମିଳିଲା ସାଂଘାତିକ ତଥ୍ୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନାନା ବିବାଦ ଲାଗି ରହିଛି । ପ୍ରତ୍ନତତ୍ତ୍ୱ ବିଭାଗ ଏଭଳି ଏକ ପ୍ରକଳ୍ପ ପାଇଁ ଅନୁମତି ଦେଇଛି କି ନାହିଁ ତାହାକୁ ନେଇ ସନ୍ଦେହ ଜାତ ହୋଇଥିଲା । ଏହି ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଉପରେ ବିପଦ ରହିଥିବା କଥା କହିଛନ୍ତି ଜଗନ୍ନାଥସେନା ଓ ଅନ୍ୟ କିଛି ସଂଗଠନ । ସେପଟେ ମହାରାଜା ଗଜପତି ମଧ୍ୟ ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନଥିବା କଥା କହିଥିଲେ ।

RTIରୁ ସାଂଘାତିକ ତଥ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ASI ଦେଇନାହିଁ ଅନୁମତି

ହେଲେ ଶ୍ରୀମନ୍ଦିର ଚାରିପାଖରେ ଏଭଳି ଏକ ପ୍ରକଳ୍ପ ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ବା ASI କୌଣସି ଅନୁମତି ଦେଇନାହିଁ । ଖଡ଼ିଅଙ୍ଗର ସୂଚନାଧିକାର କର୍ମୀ କ୍ଷିତିଶ କୁମାର ସିଂହ ଶ୍ରୀମନ୍ଦିର ଚାରିପାଖରେ ଏଭଳି ଏକ ପ୍ରକଳ୍ପ ASI ଅନୁମତି ଦେଇଛି କି ନାହିଁ, ଯଦି ଅନୁମତି ଦିଆଯାଇଛି ତେବେ ସେଥିରେ କଣ ସବୁ ଗାଇଡଲାଇନ ରହିଛି ତାହା ଜାଣିବାକୁ RTI ଦାଖଲ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ASI ପକ୍ଷରୁ କୌଣସ ଅନୁମତି କିମ୍ବା ଗାଇଡଲାଇନ୍‌ ଜାରି ହୋଇନଥିବା କଥା ଜଣାପଡ଼ିଛି ।

ତେବେ ASI ପକ୍ଷରୁ ଦିଆଯାଇଥିବା ତଥ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି । ଶ୍ରୀମନ୍ଦିର ପରିକ୍ରମା ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଗତ ଏପ୍ରିଲ ୬ ତାରିଖରେ ASI ଠାରୁ ଅନୁମତି ମାଗିଥିଲେ । ଏହି ପ୍ରକଳ୍ପ ପାଇଁ କୌଣସି ଅନୁମିତ କିମ୍ବା ଗାଇଡଲାଇନ ଜାରି କରାଯାଇନଥିଲା । ASI ଭୁବନେଶ୍ବର ସର୍କଲ ଅଫିସ ପକ୍ଷରୁ ଏହି ସବୁ ତଥ୍ୟ ଦିଆଯାଇଛି । ଏହାପରେ ଏବେ ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିବାରେ ଲାଗିଛି । ଯଦି କୌଣସି ଅନୁମତି ଦିଆଯାନାହିଁ ତେବେ ASI ପକ୍ଷରୁ କୌଣସି ପଦକ୍ଷେପ କାହିଁକି ନିଆଯାଉ ନାହିଁ । ସଂସଦ ଭଳି ପବିତ୍ର ଗୃହରେ ପୁରୀ ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ASI ଅନୁମତି ଦେଇଥିବା କାଗଜ ଦେଖାଇବା କଣ ମିଛ ଥିଲା ?

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.