ETV Bharat / state

କେନ୍ଦ୍ରାପଡ଼ାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

author img

By

Published : Jun 26, 2022, 7:21 PM IST

କେନ୍ଦ୍ରାପଡ଼ାରେ ଅନ୍ତର୍ଜାତୀୟ ନିଶା ନିବାରଣ ଦିବସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ । ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ଭିଭାଗର ମିଳିତ ପ୍ରୟାସରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ନିଶାଦ୍ରବ୍ୟ ସେବନର କୁପ୍ରଭାବ ବର୍ଣ୍ଣନା କରିଥିଲେ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା: ଅନ୍ତର୍ଜାତୀୟ ନିଶା ନିବାରଣ ଦିବସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ । ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ଭିଭାଗର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ଅଧ୍ୟକ୍ଷତା କରିଥିଲେ ।

ଆଜିକାଲି ସମାଜରେ ପ୍ରତ୍ୟେକ ବୟସର ଲୋକେ ବିଭିନ୍ନ କାରଣରୁ ନିଶା ପ୍ରତି ଆକୃଷ୍ଟ ହେଉଛନ୍ତି । ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହିତ ଧନଜୀବନ ମଧ୍ୟ ନଷ୍ଟ ହେଉଛି । ସେଥିପାଇଁ ଆଜିର ଦିନଟିକୁ ବିଶ୍ଵବ୍ୟାପି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଭାବରେ ପାଳନ କରାଯାଉଛି । ତେବେ ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ଅନୁଷ୍ଠାନ,ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନିଶା କବଳରୁ ମୁକ୍ତି ପାଇଥିବା ଯୁବକମାନେ ଯୋଗ ଦେଇ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.