କେନ୍ଦ୍ରାପଡ଼ା: ଦାୟିତ୍ବହୀନତା ଯୋଗୁଁ ଶ୍ରେଣୀଗୃହରେ ଦୀର୍ଘ ୮ ଘଣ୍ଟା ଧରି ବନ୍ଦ ହୋଇରହିଲା କୋମଳମତି ଶିଶୁ । ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଶାସନ ଗାଁରେ ।
ତେବେ ଉକ୍ତ ଗାଁରେ ଥିବା ଏକ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରକୁ ତାଲା ପକାଇ ଘରକୁ ଚାଲିଗଲେ ଦିଦି । ହେଲେ ଛୁଟି ପରେ ଘରକୁ ପୁଅ ନଆସିବାରୁ ବାପା ମା' ବହୁ ଖୋଜାଖୋଜି କରିଥିଲେ । ଦୀର୍ଘ ୮ ଘଣ୍ଟା ପରେ ଅଙ୍ଗନୱାଡି କେନ୍ଦ୍ରରୁ ପୁଅକୁ ଉଦ୍ଧାର କଲେ ପରିବାର ।
ତେବେ ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଦେଖା ଦେଇଥିବାବେଳେ, କେଉଁ ପରିସ୍ଥିତିରେ ଉଭୟ ଅଙ୍ଗନବାଡି ଦିଦି ଓ ସହାୟିକା ଏଭଳି କାଣ୍ଡ ଘଟାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ