ETV Bharat / state

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ, ଶାଶୂ-ଶ୍ୱଶୁର ଥାନାରେ ଅଟକ

ଯୌତୁକ ଦାବିରେ ନବଧୂକୁ ହତ୍ୟା କଲେ ଶାଶୁଘର ଲୋକେ। ଏଭଳି ଏକ ଅଭାବନୀୟ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଥାନା ନୀଳକଣ୍ଠପୁର ଗ୍ରାମରେ। ଅଧିକ ପଢନ୍ତୁ...

author img

By

Published : Jun 8, 2021, 6:33 AM IST

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ, ଶାଶୂ-ଶ୍ୱଶୁର ଥାନାରେ ଅଟକ
ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ, ଶାଶୂ-ଶ୍ୱଶୁର ଥାନାରେ ଅଟକ

କେନ୍ଦ୍ରାପଡା: ଯୌତୁକ ଦାବିରେ ନବଧୂକୁ ହତ୍ୟା କଲେ ଶାଶୁଘର ଲୋକେ। ଏଭଳି ଏକ ଅଭାବନୀୟ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଥାନା ନୀଳକଣ୍ଠପୁର ଗ୍ରାମରେ। ଅଭିଯୋଗ ଅନୁସାରେ କଟକ ମାହାଙ୍ଗା ଥାନା ଭରତପଡା ଗାଁର ପଞ୍ଚାନନ ମଳିକଙ୍କ ଝିଅ ସୁଜାତା ମଳିକ ଡେରାବିଶ୍ ଥାନା ନୀଳକଣ୍ଠପୁର ଗ୍ରାମର ହୃଷିକେଶ ମଳିକଙ୍କ ପୁଅ ରାଜେନ୍ଦ୍ର ମଳିକଙ୍କୁ ଗତ ଜୁନ ୨୦୨୦ରେ ବିବାହ କରିଥିଲେ।

ଆଜି(ସୋମବାର) ସକାଳ ସମୟରେ ନବବଧୂଙ୍କ ମୃତ ଦେହ ଶୋଇବା ଘରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ଡେରାବିଶ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗତ କିଛିଦିନ ହେବ ବୋହୂ ସୁଜାତାଙ୍କୁ ଶାଶୁଘର ଲୋକେ ଯୌତୁକ ଦାବି କରି ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ସୁଜାତାଙ୍କ ପରିବାର ପକ୍ଷରୁ ଡେରାବିଶ୍ ଥାନାରେ ଏତଲା ହେବାପରେ କେଶ ନମ୍ବର ୧୨୫ରେ ଏକ ମାମଲା ରୁଜୁ କରି ସୁଜାତାଙ୍କ ଶାଶୁ ଓ ଶ୍ୱଶୁରକୁ ପୋଲିସ ଅଟକ ରଖିଛି। ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ଡେରାବିଶ୍ ପୋଲିସ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.