ETV Bharat / state

ଯୌତୁକ ପାଇଁ ଝିଅକୁ ଝୁଲାଇ ଦେଲେ ଶାଶୂଘର ! ଥାନାରେ ମାମଲା

ପୁଣି ଯୌତୁକ ଜୁଇରେ ଆଉ ଜଣେ ବଧୂ । ଅଧିକ ଟଙ୍କା ପାଇଁ ଶାଶୁଘର ଲୋକେ ବେକରେ ଦୌଡ଼ି ଦେଇ ବୋହୂକୁ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Apr 5, 2022, 10:44 AM IST

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ
ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା : ପୁଣି ଯୌତୁକ ଜୁଇରେ ଆଉ ଜଣେ ବଧୁ । ଅଧିକ ଟଙ୍କା ପାଇଁ ଶାଶୁଘର ଲୋକେ ବେକରେ ଦୌଡ଼ି ଦେଇ ବୋହୂକୁ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମରେ। ଅଭିଯୋଗ ଅନୁଯାୟୀ, ପାଟକୁରା ଥାନା କରିଲୋପାଟଣା ଗ୍ରାମର ଦିଲ୍ଲୀପ ରାଉତରାୟଙ୍କ ଝିଅ ପ୍ରଜ୍ଞାଶ୍ରୀ ରାଉତରାୟ (29) ଓସ୍ତପୁର ଗ୍ରାମର ବ୍ରଜବନ୍ଧୁ ସାମଲଙ୍କ ପୁଅ ଅବକାଶ ସାମଲ (30) ଙ୍କୁ ଗତ ବର୍ଷ ମଇ ମାସରେ ବିବାହ କରିଥିଲେ।

ବିବାହ ସମୟରେ ଶାଶୂଘର ଯୌତୁକ ଦାବି ବାବଦକୁ 10 ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ମଧ୍ୟ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଆଉ ଅଧିକ 5 ଲକ୍ଷ ଟଙ୍କା ଦେବାକୁ ପ୍ରଜ୍ଞାଶ୍ରୀଙ୍କ ଶାଶୁଘର ଲୋକେ ଦାବି କରିଥିଲେ । ହେଲେ ଝିଅ ଘର ଲୋକେ ଟଙ୍କା ଦେବାକୁ ଅସମର୍ଥ ଥିବା କହିବା ପରେ ଝିଅ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା । ଯାହାକି ଭୟ ଓ ପାରିବାରିକ ଲୋକ ଲଜ୍ଜ୍ୟା ପାଇଁ ନିଜ ବାପଘର ଲୋକଙ୍କୁ ଜଣାଇବାକୁ ଝିଅ ସାହସ କରିପାରିନଥିଲା ।

ଯାହାର ଫଳସ୍ୱରୂପ ସୋମବାର ଅପରାହ୍ନରେ ଝିଅକୁ ହତ୍ୟାକରି ଶାଶୂଘର ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ମୂହୁର୍ତ୍ତରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଅଭଯୋଗ କରିଛନ୍ତି ମୃତକଙ୍କ ବାପା ଦିଲ୍ଲୀପ ରାଉତରାୟ । ଅନ୍ୟପଟେ ଝିଅର ମୃତଦେହକୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଛାଡ଼ିଦେଇ ଶାଶୁଘର ଲୋକେ ସମସ୍ତେ ଫେରାର ଥିବାରୁ ଘଟଣା ଉପରେ ଅଧିକ ସନ୍ଦେହ ସୃଷ୍ଟି ହେଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.