ETV Bharat / state

ରାତି ପାହିଲେ ଘୋଷଯାତ୍ରା, ଲୋକଙ୍କ ଅପେକ୍ଷାରେ ଦେବଦେବୀଙ୍କ କୁନି ପ୍ରତିମୂର୍ତ୍ତି - ଦେବଦେବୀଙ୍କ କୁନି ପ୍ରତିମୂର୍ତ୍ତି

ରାତି ପାହିଲେ ପବିତ୍ର ଘୋଷଯାତ୍ରା । ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ତୁଳସୀକ୍ଷେତ୍ର ।ଆଧୁନିକ ଯୁଗରେ ମାଟି ଜିନିଷର ଚାହିଦା କମିଥିଲେ ମଧ୍ୟ କୌଳିକ ବୃତ୍ତିକୁ ଛାଡିନାହାନ୍ତି କାରିଗର ପରିବାର । ତେବେ ମୂର୍ତ୍ତି ତିଆରି ପାଇଁ ସରକାରୀ ସ୍ତରରେ କୌଣସି ତାଲିମ ବ୍ୟବସ୍ଥା ନଥିବାରୁ ମୂର୍ତ୍ତି ତିଆରି ବନ୍ଦ ହୋଇଯିବାର ଆଶଙ୍କା ରହିଥିବା ନେଇ କହିଛନ୍ତି ମାଟି କାରିଗର । ଅଧିକ ପଢନ୍ତୁ

ରାତି ପହିଲେ ଘୋଷଯାତ୍ରା, ଲୋକଙ୍କ ଅପେକ୍ଷାରେ ଦେବଦେବୀଙ୍କ କୁନି ପ୍ରତିମୂର୍ତ୍ତି

author img

By

Published : Jun 30, 2022, 5:54 PM IST

କେନ୍ଦ୍ରାପଡା: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତେ । ଏଥିପାଇଁ ରଥ ପଥ ସବୁ ପ୍ରସ୍ତୁତ।ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ତୁଳସୀକ୍ଷେତ୍ର । ଦୀର୍ଘ 2 ବର୍ଷ ପରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କାରିଗରଙ୍କ ଖୁସି କହିଲେ ନସରେ । ଏପଟେ ମାଟିର କୁନି ମୂର୍ତ୍ତିରେ ବିରାଜମାନ ହୋଇଛନ୍ତି ମହାପ୍ରଭୁ ବଳଦେବଜୀଉ, ସାନଭାଇ ଜଗନ୍ନାଥଙ୍କ ସମେତ ବିଭିନ୍ନ ଦେବାଦେବୀ । କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁର କମାରଖଣ୍ଡି ଗାଁ ଲୋକେ ଛୋଟରୁ ବଡ ମୂର୍ତ୍ତି ବନାଇଥାନ୍ତି । ୫ ଇଞ୍ଚରୁ ୫୦ଇଞ୍ଚ ଯାଏଁ ଦେବାଦେବୀ, ହାତୀ, ଘୋଡାଙ୍କ ସହ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ କରିଥାନ୍ତି ଗ୍ରାମବାସୀ । ତେବେ ଦୀର୍ଘ ୨ ବର୍ଷଧରି ସାରା ବିଶ୍ବକୁ ଅଣ ନିଶ୍ବାସି କରି ଜୀବନ ସହ ଜୀବୀକାକୁ ମଧ୍ୟ ପ୍ରଭାବିତ କରିଛି ମହାମାରୀ କୋରୋନା । ଅନ୍ୟପଟେ ପ୍ଲାଷ୍ଟିକ ଓ ଚାଇନା ଭଳି ଆଦି ସାମଗ୍ରୀ ଯୋଗୁଁ ମାଟି ତିଆରି ଜିନିଷର ଚାହିଦା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । କେବଳ କୂଳବେଉଷାକୁ ଆପଣାଇ ମାଟି ମୂର୍ତ୍ତି ଗଢୁଛନ୍ତି କମାରଖଣ୍ଡି ଗାଁର କାରିଗର । କେମିତି ମୂର୍ତ୍ତି ଗଢିବ ଭଲ ଦିପଇସା ରୋଜଗାର ହେବ ସେନେଇ ଚିନ୍ତାରେ ପରିବାର ଲୋକେ ।

ରାତି ପାହିଲେ ଘୋଷଯାତ୍ରା, ଲୋକଙ୍କ ଅପେକ୍ଷାରେ ଦେବଦେବୀଙ୍କ କୁନି ପ୍ରତିମୂର୍ତ୍ତି

କମାରଖଣ୍ଡି ଗାଁର ୫ କୁମ୍ଭକାର ପରିବାର ବର୍ଷସାରା ବଳଦେବଜୀଉଙ୍କ ସେବା ସମେତ ମୂର୍ତ୍ତି ତିଆରି କରନ୍ତି । ସେଥିରୁ ଦି ପଇସା ରୋଜଗାର ହେଲେ ଗୁଜୁରାଣ ମେଣ୍ଟାଇଥାନ୍ତି । ମୂର୍ତ୍ତି ଗୁଡିକୁ ତିଆରି କରିବା ପାଇଁ ଆବଶ୍ୟକୀୟ କଞ୍ଚାମାଲ ଅର୍ଥାତ ଚିକିଟା ମାଟି ମଧ୍ୟ କିଣିବାକୁ ପଡିଥାଏ । ଛୋଟ ମୂର୍ତ୍ତି ତିଆରି କରିବାରେ ଅନ୍ୟୁନ୍ୟ ୧୦୦ ରୁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାକୁ ୨୦୦ଟଙ୍କାରେ ବିକ୍ରି କରିବା ପାଇଁ କାରିଗରର ଇଚ୍ଛା ଥାଏ । ତେବେ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଯୋଗୁଁ ମାଟି ଜିନିଷ ପ୍ରତି ଆକୃଷ୍ଟ ହେଉନାହାନ୍ତି ଗ୍ରାହକ । ଫଳରେ ଦୁର୍ଦ୍ଦିନରେ କାଳ କାଟୁଛି ମାଟି କାରିଗର ପରିବାର । ମୂର୍ତ୍ତି ତିଆରି ପାଇଁ ସରକାରୀ ସ୍ତରରେ କୌଣସି ତାଲିମ ବ୍ୟବସ୍ଥା ନଥିବାରୁ ମୂର୍ତ୍ତି ତିଆରି ବନ୍ଦ ହୋଇଯିବାର ଆଶଙ୍କା ରହିଥିବା ନେଇ କହିଛନ୍ତି ମାଟି କାରିଗର ।

କଳା ଓ କଳାକାରଙ୍କୁ ବଞ୍ଚାଇଲେ ଦେଶର ସଂସ୍କୃତି ବଞ୍ଚିରହିବ ବୋଲି ଡିଣ୍ଡିମ ପିଟୁଥିବା ସରକାର ବେଳ ଥାଉ ଦୃଷ୍ଟି ନଦେଲେ ମାଟି ବେଉସା ଲୋପ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ ଲୋକେ ପ୍ଲାଷ୍ଟିକ ଛାଡି ଏହି ମାଟି ମୂର୍ତ୍ତିକୁ ଆପଣାଇବା ପାଇଁ ଅନୁରୋଧ କରିଛନ୍ତି ସଂସ୍କୃତିପ୍ରେମୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.