ETV Bharat / state

ପାଟକୁରା ବିଜୟ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସାବିତ୍ରୀଙ୍କ ପୁଅ

author img

By

Published : Jul 24, 2019, 5:51 PM IST

ପାଟକୁରା ନିର୍ବାଚନରେ ବିଜେଡିର ବଡ ବିଜୟ ପରେ ବିଜେଡି ପ୍ରାର୍ଥୀନି ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହ ପାଟକୁରାରେ ବିକାଶକୁ ତ୍ୱରାନ୍ୱିତ କରିବା ସବ ଲୋକଙ୍କ ହିତରେ ବିଜେଡି କାମ କରିବ ବୋଲି କହିଛନ୍ତି ସଞ୍ଜୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦେରାପଡା

କେନ୍ଦ୍ରାପଡା: ପାଟକୁରାରେ ସାବିତ୍ରୀ ଅଗ୍ରୱାଲଙ୍କ ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇଛନ୍ତି ଜନତା । 18 ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି ସାବିତ୍ରୀ । ବିଜୟ ପରେ ସାବିତ୍ରୀଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ତବେ ମା’ଙ୍କ ବିଜୟ ପରେ ନିଜୟ ପ୍ରତିକ୍ରିୟା ରଖିଛନ୍ତି ସାବିତ୍ରୀଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦେରାପଡା

ସାବିତ୍ରୀଙ୍କ ବିଜୟରେ ନିଜର ଖୁସି ବ୍ୟକ୍ତ କରିବା ସହ ସଞ୍ଜୟ କହିଛନ୍ତି ଏହି ବିଜୟ ହେଉଛି କେନ୍ଦ୍ରାପଡାବାସୀଙ୍କ ବିଜୟ । ପାଟକୁରାରେ ବିଜେଡିର ବିଜୟର ଶ୍ରେୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ନିଜ ସ୍ବର୍ଗତ ପିତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦେଇଛନ୍ତି । ମା’ଙ୍କ ବିଜୟରେ ଖୁସି ଜାହିର କରିବା ସହ ବିଜୟ ମହାପାତ୍ରଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ ସଞ୍ଜୟ । ଏନେଇ ତାଙ୍କ ସହ ଆଲୋଚନା କରିଥିଲେ ଆମ କେନ୍ଦ୍ରାପଡା ସମ୍ବାଦଦାତା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:1Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.