ETV Bharat / state

ସହାୟତା ଅପେକ୍ଷାରେ ସହଦେବଙ୍କ ପରିବାର

author img

By

Published : Aug 12, 2019, 10:11 AM IST

ତିନୋଟି ପିଲାଙ୍କ ଦାୟିତ୍ବ ମୁଣ୍ଡ ଉପରେ ଦେଇ ଆରପାରିକୁ ଚାଲିଯାଇଛନ୍ତି ସ୍ବାମୀ । ଦିନ ମଜୁରୀରେ ଚଳୁଥିବା ତେଲ-ଲୁଣ ସଂସାରଟି ଏକାବେଳକେ ହୋଇପଡିଛି ନିଶ୍ବ । କେମିତି ଚଳିବ ପରିବାର, ପିଲାମାନେ କେମିତି ମଣିଷ ହେବେ, ସେ ଚିନ୍ତାରେ ଏବେ କବିତା । ଅପେକ୍ଷା ଏବେ ସରକାରୀ ସହାୟତାକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଅଭାବ, ଦୁଃଖ ଓ ନିରାଶ୍ରିତ ହୋଇ କଟୁଛି ଜୀବନ । ରୋଜଗାରକ୍ଷମ ସ୍ବାମୀଙ୍କୁ ହରାଇବା ପରେ ଅଭାବ ଅସୁବିଧାର ଅମା ଅନ୍ଧକାର ଘୋଟି ଆସିଛି କବିତାଙ୍କ ଜୀବନରେ । ତିନିଟି ପିଲାଙ୍କ ଦାୟିତ୍ବ ଏବେ ତାଙ୍କ କାନ୍ଧରେ, କିପରି ଚଳିବ ପରିବାର କେମିତି ମଣିଷ ହେବେ ପିଲାମାନେ ସେହି ଚିନ୍ତାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମର କବିତା ଦାସ । ଅଭାବରୁ କିଛିଟା ମୁକ୍ତି ପାଇବା ପାଇଁ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ସେ ।

କବିତାଙ୍କ ସ୍ବାମୀ ସହଦେବ ଦାସ ମଜୁରୀ ଲାଗି ଟଙ୍କା ଆଣିଲେ ଚଳୁଥିଲା ତେଲ ଲୁଣର ସଂସାର । କିନ୍ତୁ ଚାରିବର୍ଷ ତଳେ ହଠାତ ସହଦେବଙ୍କ ଦେହ ଅସୁସ୍ଥ ହୋଇପଡିଲା । ଅପରେସନ ହେଲା ଆଉ ତା ପରେ ଜଣାପଡିଲା ସହଦେବ କର୍କଟ ରୋଗରେ ପୀଡିତ । ସ୍ବାମୀଙ୍କୁ ସୁସ୍ଥ କରିବା ପାଇଁ ସୁନା ଗହଣା ଜମି ବାଡି ସବୁ ବିକ୍ରି କରିଦେଲେ କବିତା । କିନ୍ତୁ ଅର୍ଥାଭାବରୁ ସଠିକ ଚିକିତ୍ସା ନ ପାଇ ଆଖି ବୁଜିଦେଲେ ସହଦେବ । ପଡୋଶୀ ଓ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ସହଦେବଙ୍କ ଶୁଦ୍ଧି କ୍ରିୟା ସରିଗଲା କିନ୍ତୁ ନିରାଶ୍ରା ପରିବାର ଚଳିବ କେମିତି ସେ ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି କବିତା । ଗ୍ରାମବାସୀଙ୍କ ଦୟା ହେଲେ ଏହି ଅଭାବୀ ପରିବାରରେ ଚୁଲି ଜଳେ ନଚେତ ଉପବାସରେ ଦିନ କଟେ । ତେବେ କବିତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କବିତାଙ୍କ ବିଧବା ଭତ୍ତା ହୋଇପାରି ନାହିଁ, ରାସନ କାର୍ଡରେ ମିଳୁଥିବା ଚାଉଳ ଗଣ୍ଡାଏ ତାଙ୍କ ଭରସା। କେମିତି ପରିବାର ଚଳାଇବେ ପିଲାମାନେ କିପରି ପାଠ ପଢିବେ ସେ ନେଇ ଚିନ୍ତାରେ ସେ। ନିର୍ବାଚନ ବେଳେ ପୁଳା ପୁଳି ପ୍ରତିଶୃତି ଦେଇଥିବା ନେତା ଓ ମନ୍ତ୍ରୀଙ୍କ ନଜର କେବେ ଏହି ପରିବାର ଉପରେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:09.08.2019
Radhakanta Mohanty,Kendrapada
Slug-od_kpr_01_poorfamily_script_7204459
Anchor-ଅଭାବୀ ପରିବାର ର ଦୁଃଖ କହିଲେ ନ ସରେ।ପତି କୁ ହରାଇ ଜୀବନ ଜୀବିକା ର ଦୋଛକିରେ ଜଣେ ମହିଳା।ସ୍ୱାମୀ ଚାଲିଗଲା ପରେ କିପରି ତିନି ନାବାଳକ ପିଲାଙ୍କୁ ନେଇ ପରିବାର ଚଳାଇବେ ସେ ଚିନ୍ତା ରେ କବିତା।ପ୍ରଶାସନ ର ସାହାଯ୍ୟ ସହଯୋଗ କୁ ଅନାଇ ବସିଛନ୍ତି ଅଭାବୀ ପରିବାର।
Body:VO1- କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମର ସହଦେଵ ଦାସ ଜଣେ ଦିନ ମଜୁରିଆ ଘରେ ତାଙ୍କର ସ୍ତ୍ରୀ କବିତା ଙ୍କ ସହ ଦୁଇଟି ଝିଅ ଓ ଗୋଟିଏ ପୁଅ।ମଜୁରୀ ଲାଗି ଟଙ୍କା ଆଣିଲେ ତାଙ୍କ ତେଲ ଲୁଣ ର ସଂସାର ଚଳିଥାଏ ।କିନ୍ତୁ ସହଦେବ ଙ୍କ ଜୀବନରେ ଦୁଃଖ ର କଳା ବାଦଲ ଘୋଟି ଆସିଲା। ସେ ଚାରି ବର୍ଷ ତଳେ କର୍କଟ ରୋଗରେ ପୀଡିତ ହେଲେ।ସ୍ତ୍ରୀ କବିତା ସ୍ୱାମୀକୁ ରୋଗ ମୁକ୍ତ କରିବା ପାଇଁ ଜମି ବାଡ଼ି ଠାରୁ ଆରମ୍ଭ କରି ସୁନା ରୁପା ଯାହା ଥିଲା ସବୁ ବିକି ଭାଙ୍ଗି ସ୍ୱାମୀଙ୍କ ଚିକିତ୍ସା କରାଇଲେ। କିନ୍ତୁ ଅର୍ଥ ର ଅଭାବ ପାଇଁ ସ୍ୱାମୀ ସହଦେବ ସଠିକ ଚିକିତ୍ସା ପାଇଁ ନପାରି ଶେଷରେ ଆଖି ବୁଜି ଦେଲେ।କିନ୍ତୁ ସ୍ତ୍ରୀ ସହିତ ତିନି ପିଲାଙ୍କୁ ଅନାଥ କରି ଚାଲିଗଲେ। ପଡୋଶୀ ଓ ଗ୍ରାମବାସୀ ମାନଙ୍କ ସାହାଯ୍ୟ ସହଯୋଗ ରେ ସହଦେବ ଙ୍କ ଶୁଦ୍ଧି କ୍ରିୟା ସରିଗଲା କିନ୍ତୁ ଅନାଥ ପରିବାର ଚଳିବ କେମିତି ସେ ନେଇ ଚିନ୍ତା ରେ ଭାଙ୍ଗି ପଡିଛନ୍ତି କବିତା।ଗ୍ରାମବାସୀଙ୍କ ଦୟା ହେଲେ ଏହି ଅଭାବୀ ପରିବାର ରେ ଚୁଲି ଜଳେ ନଚେତ ଉପବାସ ରେ ଦିନ କଟେ। ସେ ପଟେ ତିନି ପିଲା କେମିତି ପାଠ ପଢି ମଣିଷ ହେବେ ସେ ଚିନ୍ତା ରେ ଦିନ କଟୁଛି।ଏହି ଅଭାବୀ ପରିବାର କୁ ସାହାଯ୍ୟ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ଗ୍ରାମବାସୀ ମାନେ।
Byte କବିତା ଦାସ (ମୃତକଙ୍କ ସ୍ତ୍ରୀ)
Byte ରମେଶ ଦାସ (ପଡୋଶୀ)
VO2-କେବଳ ରାସନ କାର୍ଡ ରେ ଚାଉଳ ମିଳୁଥିବା ବେଳେ କବିତା ଙ୍କ ର ବିଧବା ଭର୍ତ୍ତା ମଧ୍ୟ ହୋଇ ନାହିଁ।କେମିତି ପରିବାର ଚଳାଇବେ ପିଲାମାନେ କିପରି ପାଠ ପଢିବେ ସେ ନେଇ ଚିନ୍ତାରେ କବିତା। ପ୍ରଶାସନ ଏହି ଅଭାବୀ ପରିବାର ଉପରେ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଥିବା ବେଳେ। ଏ ନେଇ ଆମେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ଦୁଇ ଦିନ ମଧ୍ୟରେ ବିଧବା ଭର୍ତ୍ତା କରାଯିବା ସହିତ ଆବଶ୍ୟକ ସ୍ଥଳେ ରେଡ଼କ୍ରସ ସାହାଯ୍ୟ ରେ ପ୍ରଶାସନ ପିଲା ମାନଙ୍କ ପଢିବା ଦାୟିତ୍ୱ ହାତକୁ ନେବା ନେଇ ସୂଚନା ଦେଇଛନ୍ତି।
Byte-ପ୍ରଭାତ ମହାନ୍ତି (ଗ୍ରାମବାସୀ)
Byte-ବାସନ୍ତୀ ଦାସ(ପଡୋଶୀ)
Byte-ବସନ୍ତ କୁମାର ରାଉତ (ଅତିରିକ୍ତ ଜିଲ୍ଲାପାଳ)
Conclusion:FVO-ଏହି ଅଭାବୀ ପରିବାର କୁ ପ୍ରଶାସନ କି ପ୍ରକାର ସାହାଯ୍ୟର ହାତ ବଢ଼ାଉଛିନ୍ତି ତାହା ଦେଖିବାର କଥା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.