କେନ୍ଦ୍ରାପଡା: ଅସମୟରେ ବାତ୍ୟା 'ଫନି' ଆସି ଉଜାଡି ଦେଲା କେନ୍ଦ୍ରାପଡା ଚାଷୀଙ୍କ ଅମଳ । ଶହଶହ ଏକରର ରବି ଫସଲକୁ ବ୍ୟାପକ ନଷ୍ଟଭ୍ରଷ୍ଟ କରିଦେଲା ବାତ୍ୟା । 'ଫନି' ଆସି ଚାଲିଗଲାଣି । ହେଲେ ଚାଷୀଙ୍କ ନିକଟରେ ଏଯାଏଁ ପହଞ୍ଚିପାରିନି ପ୍ରଶାସନ । ଯାହାର ପ୍ରତିବାଦ ଜଣାଇଛି ସାମାଜିକ ସଙ୍ଗଠନ ।
ଓଡ଼ିଶା ଜନସେବା ସଙ୍ଗଠନର ରାଜ୍ୟସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ବରେ ବୁଧବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଚାଷୀମାନେ । ସେଠାରେ ପହଞ୍ଚି ସେମାନେ କ୍ଷତିପୂରଣ ଦାବି କରିଛନ୍ତି । ଏପରିକି ତୁରନ୍ତ ସହାୟତା ପ୍ରଦାନ ନକଲେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ