ETV Bharat / state

8 ମାସ ପରେ ପୁଣି ତେଜିଲା ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ - Kharasrota Banchao Sangram Samiti

ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ରାଜ୍ୟ ସରକାର ବିରୋଧରେ ରଣହୁଙ୍କାର । ରାଜ୍ୟ ସରକାର ପୋଲିସ ଲଗାଇ କଳେବଳେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟ କରିବାକୁ ବସିଥିବା ବେଳେ ଏହାକୁ ବିରୋଧ କରି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ଅଧିକ ପଢନ୍ତୁ...

ଦୀର୍ଘ 8 ମାସ ପରେ ପୁଣି ତେଜିଲା ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ

author img

By

Published : Aug 9, 2021, 8:25 AM IST

କେନ୍ଦ୍ରାପଡ଼ା: ଦୀର୍ଘ 8 ମାସ ପରେ ପୁଣି ତେଜିଲା ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ।ରାଜ୍ୟ ସରକାର ପୋଲିସ ଲଗାଇ କଳେବଳେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟ କରିବାକୁ ବସିଥିବା ବେଳେ ଏହାକୁ ବିରୋଧ କରି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି।

ଦୀର୍ଘ 8 ମାସ ପରେ ପୁଣି ତେଜିଲା ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ

ସୂଚନା ଅନୁଯାୟୀ, ରାଜ୍ୟ ସରକାର ଆଳି-ରାଜକନିକା ସଂଯୋଗ ସ୍ଥାନରେ ଗଡ଼ଗଡି ସେତୁ ନିକଟସ୍ଥ ଖରସ୍ରୋତା ନଦୀରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କରି ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳକୁ ଜଳ ଯୋଗାଇବାକୁ ଘୋଷଣା କରିଥିଲେ । କିନ୍ତୁ ଏହାକୁ ଘୋର ବିରୋଧ କରିଥିଲେ ସେହି ଅଞ୍ଚଳର ଲୋକେ । ଏନେଇ ମଞ୍ଚ ପକ୍ଷରୁ ବିଭିନ୍ନ ତରିକାରେ ଆନ୍ଦୋଳନ କରାଯାଇ ଗତ ନଭେମ୍ବର ମାସରେ ଏହି ପ୍ରକଳ୍ପକୁ ବିରୋଧ କରି ଏକ ବିରାଟ ଜନ ସମାବେଶ ହେବା ପରେ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହିଥିଲା । ଏବେ ପୁନର୍ବାର ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସରକାର ଚେଷ୍ଟା କରି ଆଳି ଓ ରାଜକନିକାରେ ଗତ ଦୁଇଦିନ ହେବ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି । ଏହା ଜାଣିପାରି ମଞ୍ଚ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଛି।

‘ଖରସ୍ରୋତା ଆମର ମା’, ଆମ ମା' କୁ ଆମ ନିକଟରୁ ଛଡାଇ ନେବାକୁ ଚେଷ୍ଟା କଲେ ଜୀବନ ଦେବୁ ପଛେ ଆମ ମା' ଖରସ୍ରୋତାରୁ ପାଣି ବୁନ୍ଦେ ଦେବୁନି’ ଦାବିରେ ଶତାଧିକ ପୁରୁଷ ଓ ମହିଳା ଧାରଣାରେ ବସିଛନ୍ତି। ଏପଟେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ପ୍ରଥମେ ବ୍ୟାରେଜ ନିର୍ମାଣ କର ତାପରେ ପାଣି ଦେବୁ ବୋଲି ଦାବି କରିଥିବା ବେଳେ ଅନ୍ୟଜଣେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ରାଜ୍ୟ ସରକାରଙ୍କୁ ଏକ ଯୋଜନାମୟ ସରକାର ବୋଲି କହି ଭତ୍ସନା କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.