ETV Bharat / state

ବଳଦେବଜୀଉଙ୍କ ରଥଯାତ୍ରାକୁ ନେଇ ଦ୍ଵନ୍ଦରେ ପ୍ରଶାସନ ଓ ସେବାୟତ - କେନ୍ଦ୍ରାପଡା

ମହାମାରୀ କୋରୋନା ଯୋଗୁଁ ବଳଦେବଜୀଉଙ୍କ ରଥଯାତ୍ରା ନେଇ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ସୋମବାର ଏକ ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ ଡକାଯାଇଥିଲା । ଅଧିକ ପଢନ୍ତୁ...

administration-and-services-are-in-a-dilemma-over-baldevjius-rath-yatra
ବଳଦେବଜୀଉଙ୍କ ରଥଯାତ୍ରାକୁ ନେଇ ଦ୍ଵନ୍ଦରେ ପ୍ରଶାସନ ଓ ସେବାୟତ
author img

By

Published : Jun 16, 2020, 9:09 AM IST

Updated : Jun 16, 2020, 12:51 PM IST

କେନ୍ଦ୍ରାପଡା: ଚଳିତ ବର୍ଷ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ଦ୍ଵନ୍ଦ ଲାଗି ରହିଛି। ରଥଯାତ୍ରା ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ ସୋମବାର ସନ୍ଧ୍ୟାରେ ମନ୍ଦିର ନିକଟରେ ଥିବା ଅତିଥି ନିବାସରେ ଅନୁଷ୍ଠିତ ହୋଇଯାଇଛି l ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ନେଇ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ତେବେ ରଥଯାତ୍ରା ହେବା ନେଇ ବୈଠକରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇପାରି ନାହିଁ l

ବଳଦେବଜୀଉଙ୍କ ରଥଯାତ୍ରାକୁ ନେଇ ଦ୍ଵନ୍ଦରେ ପ୍ରଶାସନ ଓ ସେବାୟତ

ରଥଯାତ୍ରା ହେବା ନେଇ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇ ପାରିନଥିବାବେଳେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ମନ୍ଦିର ପରିଚାଳନା କମିଟି l ସେହିପରି ଯଦି ରଥଯାତ୍ରା ନହୁଏ ତାର ବିକଳ୍ପ ନୀତି କଣ ଅଛି ସେ ନେଇ କୂଳ ଗୁରୁଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେବକ ପ୍ରତିନିଧି ପ୍ରକାଶ କରିଛନ୍ତି l ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର,ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମସ୍ତ ସେବକ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 16, 2020, 12:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.