ETV Bharat / state

୧୨ ବର୍ଷ ପରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା, ଅଭିଯୁକ୍ତକୁ ଆଜୀବନ ଜେଲ - kendrapara news

୧୨ ବର୍ଷ ପରେ ନ୍ୟାୟ ପାଇଲେ ପୀଡିତା । ଅଭିଯୁକ୍ତକୁ ୧୨ ବର୍ଷ ଜେଲ ଦଣ୍ଡ ସହ ୨୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ଅଦାଲତ । ଏବେ ମଧ୍ୟ ଅନ୍ୟ ଜଣେ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

ବାଳିକାଙ୍କୁ ଦୁଷ୍କର୍ମ ମାମଲା:୧୨ ବାର୍ଷ ପରେ ରାୟ ଶୁଣାଇଲେ କୋର୍ଟ, ଆଭିଯୁକ୍ତକୁ ଆଜୀବନ ଜେଲ

author img

By ETV Bharat Odisha Team

Published : Nov 23, 2023, 9:09 PM IST

ବାଳିକାଙ୍କୁ ଦୁଷ୍କର୍ମ ମାମଲା:୧୨ ବାର୍ଷ ପରେ ରାୟ ଶୁଣାଇଲେ କୋର୍ଟ, ଆଭିଯୁକ୍ତକୁ ଆଜୀବନ ଜେଲ

କେନ୍ଦ୍ରାପଡା: ବିଳମ୍ବରେ ହେଉ ପଛେ ନ୍ୟାୟ ପାଇଲେ ଜଣେ ନାବାଳିକା । ୨୦୧୧ ମସିହାରେ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଇ ଜଣ ଅଭିଯୁକ୍ତ ଅପହରଣ କରି ଦୁଷ୍କର୍ମ କରିଥିଲେ । ହେଲେ ଦୀର୍ଘ ବର୍ଷ ପରେ ଆଜି ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ଅଦାଲତ । ଅଭିଯୁକ୍ତକୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ହଜାର ଟଙ୍କା ଜୋରିମାନା ପ୍ରଦାନ ପାଇଁ ରାୟ ପ୍ରକାଶ କରିଛନ୍ତି । ଅନ୍ୟପଟେ ଆଉ ଜଣେ ଅଭିଯୁକ୍ତ ଏବେ ବି ପୋଲିସ ରେକର୍ଡରେ ଫେରାର ।

ସୂଚନା ଯୋଗ୍ୟ ୨୦୧୧ ମସିହାରେ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ୍ଡକୁଳ ଗାଁର ଡ଼ୋରା ଜେନା ଏବଂ ରାଜନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁର ଅନୀଲ ମଲ୍ଲିକ ଦୁଷ୍କର୍ମ ଅପହରଣ କରିଥିଲେ । ନାବାଳିକାଙ୍କ ବାପା ବହୁ ସ୍ଥାନରେ ଖୋଜାଖୋଜି କରି ଝିଅକୁ ନ ପାଇବାରୁ ପଟ୍ଟାମୁଣ୍ଡାଇ ଥାନାରେ ନିଖୋଜ ଏତଲା ଦେଇଥିଲେ । ତେବେ ପୀଡ଼ିତା ନାବାଳିକାଙ୍କୁ ଡ଼ୋରା ନିଜ ମାଉସୀ ଘରେ ରଖି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଓ ଘଟଣା ସମ୍ପର୍କରେ କାହାକୁ କହିଲେ ପୀଡ଼ିତା ଓ ତାର ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ପରେ ଡ଼ୋରା ନାବାଳିକା ଜଣଙ୍କୁ ସାଙ୍ଗ ଅନୀଲର ଜିମା ଦେଇ ଫେରାର ହୋଇଯାଇଥିଲା । ଅନୀଲ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିଲା ।
ଏହା ମଧ୍ୟ ପଢନ୍ତୁ......ପ୍ରମିକାକୁ ଛୁରା ମାଡ଼ କରି ପ୍ରେମିକ ଫେରାର, ବିହାରୀ ପ୍ରେମିକକୁ ଖୋଜୁଛି ପୋଲିସ

ତେବେ ଅନୀଲ, ନାବାଳିକାଙ୍କୁ ଏହା ପରଦିନ ଶାସନ ଗାଁକୁ ନେଇ ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିବା ବେଳେ ଉକ୍ତ ଗାଁର ଲୋକେ ଅଭିଯୁକ୍ତ ଅନୀଲକୁ ପଚରାଉଚୁରା କରିବା ସମୟରେ ଅନୀଲ ସମସ୍ତ କଥା ମାନି ନେଇ ଡ଼ୋରାକୁ ଫୋନ କରି ଆସିବାକୁ କହିଥିଲା । ତେବେ ଡ଼ୋରା ଶାସନ ଗାଁରେ ପହଞ୍ଚିବା ପରେ କୌଶଳ କରି ଅନୀଲ ଉକ୍ତ ସ୍ଥାନରୁ ଫେରାର ହୋଇ ଯାଇଥିଲା । ପରେ ଗାଁ ଲୋକେ ଡୋରାକୁ ବାନ୍ଧି ପୋଲିସରେ ଖବର ଦେବା ପରେ ପୋଲିସ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରିବା ସହ ଡ଼ୋରାକୁ ଗିରଫ କରିଥିଲା । ପରେ ବିଭିନ୍ନ ସମୟରେ ଅନୀଲକୁ ଗିରଫ କରାଯିବା ପାଇଁ ଚଢ଼ାଉ କରାଯାଇଥିଲା ବେଳେ ଦୀର୍ଘ ୧୨ ବର୍ଷ ଧରି ଅନୀଲ ଫେରାର ରହିଛି ।

ତେବେ ଆଜି ଏହି ମାମଲାର ଶୁଣାଣି କରି ଆଡହ ଫାର୍ଷ୍ଟଟ୍ରାକ ସ୍ପେଶାଲ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତ ଡ଼ୋରା ଜେନାକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ପ୍ରଦାନ ପାଇଁ ରାୟ ପ୍ରକାଶ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।ଏହି ଘଟଣାରେ ମୋଟ ୨୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ଏହି ମାମଲାକୁ ସରକାରୀ ଓକିଲ ସଞ୍ଜୟ ଜେନା ପରିଚାଳନା କରୁଥିଲେ । ଉକ୍ତ ଘଟଣାରେ ପିଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସୂଚନା ଦେଇଛନ୍ତି ସରକାରୀ ଓକିଲ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.