ETV Bharat / state

୩୭ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ, ଟ୍ୱିଟ କରି ସାଧୁବାଦ ଜଣାଇଲେ ପୋଲିସ ଡିଜି - ୩୭ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ଏକ ଡକାୟତି ଘଟଣାରେ ଫେରାର ହୋଇ ପୋଲିସ ସହ ଲୁଚକାଳି ଖେଳୁଥିବା ଜଣେ ଅପରାଧୀକୁ ଦୀର୍ଘ 37 ବର୍ଷ ପରେ ଗିରଫ କରିଛି ପାଟକୁରା ପୋଲିସ। ଅଧିକ ପଢନ୍ତୁ...

୩୭ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ
୩୭ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ
author img

By

Published : Mar 13, 2021, 5:28 PM IST

କେନ୍ଦ୍ରାପଡା: ଦୀର୍ଘ 37 ବର୍ଷ ପରେ ଧରାପଡିଲା ଅପରାଧୀ । ଏକ ଡକାୟତି ଘଟଣାରେ ଫେରାର ହୋଇ ପୋଲିସ ସହ ଲୁଚକାଳି ଖେଳୁଥିବା ଜଣେ ଅପରାଧୀକୁ ଦୀର୍ଘ 37 ବର୍ଷ ପରେ ଗିରଫ କରିଛି ପାଟକୁରା ପୋଲିସ।

୩୭ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ
୩୭ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ପାଟକୁରା ଥାନା ଭଦିଳୋ ଗାଁର ଅକ୍ଷୟ ଜେନା ୧୯୮୪ ମସିହାରେ ଯାଜପୁର ରୋଡ଼ ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଥାଇ ଫେରାର ହୋଇଯାଇଥିଲା।

ସେବେଠାରୁ ପୋଲିସ ଅଭିଯୁକ୍ତ ଅକ୍ଷୟ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(NBW)ଜାରି କରିଥିବା ବେଳେ ସବୁବେଳେ ଅପରାଧୀ ଜଣଙ୍କ ପୋଲିସ ଆଖିରେ ଧୂଳି ଦେଇ ଆସୁଥିଲା। ଗତ ୭ ତାରିଖରୁ ରାଜ୍ୟର ଆରମ୍ଭ ହୋଇଥିବା NBW ସ୍ପେଶାଲ ଡ୍ରାଇଭ ଉପରେ ଗୁରୁତ୍ବ ଦେବାକୁ ଯାଇ ପାଟକୁରା ପୋଲିସ ଅଭିଯୁକ୍ତ ଅକ୍ଷୟ ଘରେ ରହୁଥିବା ଜାଣିବାକୁ ପାଇଥିଲେ ।

ଏହାପରେ ପୋଲିସ ଭଦିଳୋସ୍ଥିତ ଘର ଉପରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି। ଅକ୍ଷୟ ନାମରେ ମୋକଦ୍ଦମା କରାଯାଇ କୋର୍ଟଚାଲାଣ କରାଯାଇଛି। ପାଟକୁରା ପୋଲିସର ଏହି କାର୍ଯ୍ୟ ପାଇଁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ସାଧୁବାଦ ଜ୍ଞାପନ କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.