ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ, ରାଜ୍ୟରେ ଲୋକଙ୍କ ସମସ୍ୟା ଗଣାଇଲା ଆପ୍‌ - ନବୀନଙ୍କୁ ନିଶିକାନ୍ତଙ୍କ କଟାକ୍ଷ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ବିଭିନ୍ନ ରାଜନୈତିକ ଦଳ କଟାକ୍ଷ କରିବାରେ ଲାଗିଛନ୍ତି( CM Naveen received lifetime achievement award ) । ଏହି ତାଲିକାରେ ବର୍ତ୍ତମାନ ଆପ୍‌ ମଧ୍ୟ ସାମିଲ ହୋଇଛି(AAP leader counts problems in State) । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ, ରାଜ୍ୟରେ ଲୋକଙ୍କ ସମସ୍ୟା ଗଣାଇଲା ଆପ୍‌

author img

By

Published : Sep 4, 2022, 10:56 PM IST

କେନ୍ଦ୍ରାପଡ଼ା: ଜୀବନବ୍ୟାପୀ ସାଧନା ସମ୍ମାନ( CM Naveen received lifetime achievement award )ରେ ସମ୍ମାନିତ ହୋଇଥନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଛୁଆ ରାଜ୍ୟମାନଙ୍କ ଭିତରେ ଉନ୍ନତିମୂଳକ କାମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛି ବୋଲି କହିଛି ଆପ୍‌(AAP leader counts problems in State) । କେନ୍ଦ୍ରାପଡ଼ାରେ କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଆପ୍‌ର ରାଜ୍ୟ ସଂଯୋଜକ ଆବାହକ ନିଶିକାନ୍ତ ମହାପାତ୍ର ।

ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ, ରାଜ୍ୟରେ ଲୋକଙ୍କ ସମସ୍ୟା ଗଣାଇଲା ଆପ୍‌

ଏହାକୁ ନେଇ ନିଶିକାନ୍ତ ମହାପାତ୍ର କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶାରେ ଗରିବୀ, ଦାଦନ, ବେକାରୀ ଆଦି ସମସ୍ୟା ବଢିଛି । କିନ୍ତୁ ଏଭଳି ସମସ୍ୟାର କୌଣସି ସମାଧାନ କରାଯାଇନାହିଁ । ରାଜ୍ୟର ବିକାଶ ଦିଗରେ ବିଜେଡି ସରକାର କୌଣସି ପଦକ୍ଷେପ ନେଇନାହିଁ । ମୁଖ୍ୟମନ୍ତ୍ରୀ ଅତୀତର ବିଭିନ୍ନ ପ୍ରକାର ପୁରସ୍କାରକୁ ବିଶ୍ଲେଷଣ କଲେ ଚାଷୀ ଆତ୍ମହତ୍ୟାରେ ରୋକ, ବେକାରୀମାନଙ୍କୁ ନିଯୁକ୍ତି ଯୋଗାଇବା ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ଓଡିଶା ଆଜି ବି ଭାରତ ମାନଚିତ୍ରରେ ପଛୁଆ ରାଜ୍ୟ ଭାବେ ପରିଗଣିତ ହେଉଛି ।"

ଏହା ବି ପଢ଼ନ୍ତୁ ନବୀନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ, BJPର ସମାଲୋଚନା

କେନ୍ଦ୍ରାପଡ଼ାରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ନିଶିକାନ୍ତ ମହାପାତ୍ର । ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ କରାଯାଇଛି । ବେଆଇନ ଭାବରେ ED ଚଢ଼ାଉ କରି ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କ ବିରୋଧରେ ଲାଗିଥିବା ଦଫାରେ ତାଙ୍କୁ ଜାମିନ ମିଳି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ନିଶିକାନ୍ତ । ସେହିଭଳି କେନ୍ଦ୍ର ସରକାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଚଢ଼ାଉ କରି ଫେଲ୍‌ ମାରିଛନ୍ତି । କେନ୍ଦ୍ର ସରକାର CBI ମାଧ୍ୟମରେ ମିଛ ମାମଲା ରୁଜୁ କରୁଥିବା ଅଭିଯୋଗ କରିଛନ୍ତି ନିଶିକାନ୍ତ ।

ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର୍‌ରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି(Capital Foundation Society) ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି । ଉଲ୍ଲେଖନୀୟ ନେତୃତ୍ବ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କଠାରୁ ନବୀନ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରିଛନ୍ତି । ଏହାକୁ ନେଇ ପୂର୍ବରୁ ବିଜେପି କଟାକ୍ଷ କରିଥିବା ବେଳେ ବର୍ତ୍ତମାନ ଆପ୍‌ ମଧ୍ୟ ଟାର୍ଗେଟ କରିଛି ।

ସେପଟେ ସେପ୍ଟେମ୍ବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ । ତେବେ ଦିଲ୍ଲୀ ଦରବାର ଓ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିବା ଆଳରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ଏକାଧିକ ହେବିୱେଟ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.