କେନ୍ଦ୍ରପଡା: ପ୍ରେମ ନିବେଦନ କରିବାକୁ ଯାଇ ଫସିଲେ ଯୁବକ। ନିର୍ଧୁମ ଛେଚିଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ଯଦୁପୁର ଅଞ୍ଚଳରେ । ମହାକାଳପଡ଼ା ଜାଲକଣାର କିରଣ୍ୟ ଦୀର୍ଘଦିନ ହେବ ଯଦୁପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ତେବେ ରବିବାର ଅପରାହ୍ନରେ କିରଣ୍ୟ ଓ ତାଙ୍କର ଜଣେ ସାଙ୍ଗ ଯୁବତୀଙ୍କ ଘରକୁ ଯାଇ ପ୍ରେମ ନିବେଦନ କରିଥିଲେ। ମାତ୍ର ଏଥିରେ ଯୁବତୀଙ୍କ ପରିବାର ଲୋକେ ରାଗିଯାଇ ଥିଲେ । ପରେ ଗ୍ରାମବାସୀ ଓ ପରିବାର ଲୋକେ ମିଶି ଉଭୟଙ୍କୁ ନିସ୍ତୁକ ମାଡମାରିଥିଲେ ।
ଫଳରେ କିରଣ୍ୟ ଘଟଣାସ୍ଥଳରେ ଚେତାଶୁନ୍ୟ ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଚିକିତ୍ସା ପରେ ଯୁବକ ଥାନାରେ ଅଟକ ଥିବା ଜଣାପଡିଛି । କିରଣ୍ୟ ଆମ୍ବୁଲାନ୍ସ ଡ଼୍ରାଇଭର ଭାବରେ କାର୍ଯ୍ୟ କରନ୍ତି ।
କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ