ETV Bharat / state

କ୍ଷୁଦ୍ର ତାଳଧ୍ୱଜ ରଥ ନିର୍ମାଣ କରି ଚର୍ଚ୍ଚାରେ ଯୁବକ ବ୍ୟବସାୟୀ ବିଭୂତି - ratha yatar

କାଳିଆ ପ୍ରେମରେ ବିମୋହିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବ ବ୍ୟବସାୟୀ ୬ ଇଞ୍ଚର ଏକ ରଥ ନିର୍ମାଣ କରିଛନ୍ତି । ଅଧିକ ପଢନ୍ତୁ...

କ୍ଷୁଦ୍ର ତାଳଧ୍ୱଜ ରଥ ନିର୍ମାଣ କରି ଚର୍ଚ୍ଚାରେ ଯୁବକ ବ୍ୟବସାୟୀ ବିଭୂତି

author img

By

Published : Jul 15, 2021, 7:30 AM IST

କେନ୍ଦ୍ରାପଡା: ଭାବ ବିନୋଦିଆ କଳା ଠାକୁର । ତା ପ୍ରେମରେ ସାରା ଜଗତ। କାଳିଆ ପ୍ରେମରେ ବିମୋହିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବ ବ୍ୟବସାୟୀ ୬ଇଞ୍ଚର ଏକ ରଥ ନିର୍ମାଣ କରିଛନ୍ତି । ଯେଉଁଥିରେ ତିନି ଠାକୁରଙ୍କୁ ରଥାରୂଢ ମଧ୍ୟ କରିଛନ୍ତି । ବିଭୂତି ଭୂଷଣ ମହାନ୍ତି ନାମକ ଜଣେ ଯୁବ ବ୍ୟବସାୟୀ ଧୂପବତୀର କାଠି, ଅନାବଶ୍ୟକ ଭାବେ ପଡିରହିଥିବା କାଗଜ ପେଟି, ମାଟି,ତମ୍ବାତାର ଓ ଧୋତି କପଡ଼ାରେ ତିଆରି କରିଛନ୍ତି କୁନିରଥ । ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ପରି ଏହି ରଥରେ ମଧ୍ୟ ଲାଗିଛି 14 ଟି ଚକ। ଏହି ରଥରେ ବ୍ୟବହାର ହୋଇଛି ନାନାଦି ରଙ୍ଗ ଓ ଚକରେ ତିଆରି ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

କ୍ଷୁଦ୍ର ତାଳଧ୍ୱଜ ରଥ ନିର୍ମାଣ କରି ଚର୍ଚ୍ଚାରେ ଯୁବକ ବ୍ୟବସାୟୀ ବିଭୂତି

ଏତେ ଛୋଟ ସ୍ଥାନରେ ବିଗ୍ରହ ମାନଙ୍କୁ ସ୍ଥାପନ କରିବା ସମ୍ଭବପର ଲାଗୁନଥିବା ବେଳେ ପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ବିଭୂତି । ବିନା ତାଲିମରେ ବିଭୁତିଙ୍କ ଏଭଳି ନିଖୁଣ ରଥ ନିର୍ମାଣକୁ କେନ୍ଦ୍ରାପଡ଼ାବାସୀ ଉଚ୍ଚ ପ୍ରଶଂସା କରିଥିବା ବେଳେ ଏହି ରଥକୁ ସବୁଠୁ ଛୋଟ ରଥ ବୋଲି କହିଛନ୍ତି ବିଭୂତି ।

ସେହିପରି କୋଭିଡ ମହାମାରୀ ପାଇଁ ଦୁଇବର୍ଷ ହେବ ଦାଣ୍ଡରେ ବଳଦେବଜୀଉଙ୍କ ରଥ ଗଡି ପାରୁନଥିବା ବେଳେ ପୁଅର ଏଭଳି କାରୁକାର୍ଯ୍ୟକୁ ମା’ ଶଶୀରେଖା ଖୁବ ପ୍ରଶଂସା କରିବା ସହ ରଥରେ ମହାପ୍ରଭୁଙ୍କ ସହ ଅନ୍ୟ ବିଗ୍ରହ ମାନଙ୍କୁ ଦର୍ଶନ କରି ମୋକ୍ଷ ପ୍ରାପ୍ତି ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୁଅ ପୂରଣ କରିପାରିଛନ୍ତି ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.