ETV Bharat / state

ଜମି ଜବର ଦଖଲକୁ ନେଇ ଭାଇ ହେଲା ଭଗାରୀ - land issue

ଭାଇ ହେଲା ଭଗାରୀ। ସାନଭାଇର କାଠ ଫାଳିଆ ମାଡରେ ବଡ଼ ଭାଇ ଓ ଭାଉଜ ଗୁରୁତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Feb 26, 2019, 5:05 PM IST

କେନ୍ଦ୍ରାପଡା: ସରକାରୀ ଜମି ଜବର ଦଖଲକୁ ନେଇ ଭାଇ-ଭାଇ ମଧ୍ୟରେ ଗଣ୍ଡୋଗୋଳ । ସାନ ଭାଇର କାଠ ଫାଳିଆ ମାଡରେ ବଡଭାଇ ଓ ଭାଉଜ ଗୁରୁତର । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନସ୍ଥ ବଡପଡା ପାଇକସ୍ତା ଗାଁରେ ।

ଗୁରୁତର ହେଲେ ଶିଫୁଲା ମଳିକ ଓ ତାଙ୍କ ପତ୍ନୀ ଅନସୁୟା ମଳିକ । ମିଳିଥିବା ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ଜମିବାଡିକୁ କେନ୍ଦ୍ର କରି 4 ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ଏକ କାଠ ଫାଳିଆରେ ବଡ ଭାଇ ଓ ଭାଉଜକୁ ଆକ୍ରମଣ କରିଥିଲା । ଏଥିରେ ଉଭୟେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମଧ୍ୟରେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ଭୁବନେଶ୍ୱର:ଯାହାର ଡାଇଲଗରେ ମଞ୍ଚରେ ଭୂକମ୍ପ ସୃଷ୍ଟି ହୁଏ,ସାଧାରଣ ଦର୍ଶକ ଭୟରେ ଜଡସଡ଼ ହେବା ସହିତ ଛୁଆମାନେ ଅଝଟ କରିବା ବନ୍ଦ କରି ଦିଅନ୍ତି ।ସେଆଉ କେହି ନୁହନ୍ତି ଗାଁରେ ଡ୍ରାମା କରିବାକୁ ରୁଚି ରଖୁଥିବା ସଞ୍ଜୁ ରୁ ଜଲିଉଡ଼ ର ସଫଳ ଖଳନାୟକ ଯାତ୍ରା ମହାବଳ ସଞ୍ଜୟ ଭୋଳ।
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନାଟକ ପ୍ରତି ଆଗ୍ରହ କିପରି ତାଙ୍କୁ ସୁଖ ସମ୍ପଦ ଦେବା ସହିତ ସମାଜରେ ସ୍ୱତନ୍ତ୍ର ପରିଚୟ ମଧ୍ୟ ପ୍ରଦାନ କରିଛି।ଆଧିକ ପାଠ ପଢିଥିଲେ ହୁଏତ  ଗୋଟେ କିଛି ଚାକିରୀ କରି ନିଜର ପ୍ରତିପୋଷଣ କରାଯାଇ ପାରିଥାନ୍ତା କହୁଥିବା ଶ୍ରୀଭୋଳ ମାଟ୍ରିକ ପର୍ଯ୍ୟନ୍ତ ପଢି ମଧ୍ୟ ତା ଠାରୁ ଢେର ସେ ଅର୍ଜନ କରିଥିବା କହିଛନ୍ତି।ସଫଳତାର ଶୀର୍ଷରେ ପହଞ୍ଚି ଥିଲେ ସୁଦ୍ଧା ଏବେବି ସେ ଅଭିନୟ ଶିକ୍ଷା କରିବା ପ୍ରତି ଗୁରୁତ୍ୱ ଦେଉଥିବା କହିଛନ୍ତି। 1989 ମସିହାରୁ ତାରପୁର ଅପେରାରୁ ନିଜର ମଞ୍ଚ ଜୀବନ ଆରମ୍ଭ କରିଥିବା ଶ୍ରୀ ଭୋଳ ଏହା ମଧ୍ୟରେ ଅନେକ ଅପେରର ଅନେକ ନାଟକରେ ନିଜର ସଫଳତାର ଛାପ ଛାଡିଥିବା ବେଳେ ପାରିବାରିକ ଜୀବନରେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି।ତେବେ କର୍ମମୟ ଜୀବନରେ ନିଜର ପିତାମାତାଙ୍କ ମୃତ୍ୟୁ ରେ ପୁଅ ହୋଇ କାନ୍ଧ ଦେଇ ନ ପାରିବ ଜୀବନର ବଡ଼ ଦୁଃଖ ବୋଲି କହିଛନ୍ତି।
Laxmikanta das
Bhubaneswar
Visual will sent by WhatsApp
Special 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.