ETV Bharat / state

ପେଟ୍ରୋଲ ପମ୍ପରୁ ଲୁଟ ଉଦ୍ୟମ ପଣ୍ଡ କଲା ପୋଲିସ, 2 ଗିରଫ - ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା

ଏକ ବଡ ଲୁଟ ଉଦ୍ୟମ ଯୋଜନାକୁ ପଣ୍ଡ କଲା ପଟ୍ଟାମୁଣ୍ଡାଇ ପୋଲିସ । ରାସ୍ତାରେ ଯାଉଥିବା ଲୋକମାନଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ କରୁଥିବାବେଳେ ଦୁର୍ବୃତ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

a big thift plan by miscreants in kendrapada two arrested
ଫଟୋ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ
author img

By

Published : Jan 4, 2020, 3:50 AM IST

କେନ୍ଦ୍ରାପଡ଼ା: ଲୁଟ ଉଦ୍ୟମ ଯୋଜନାକୁ ପଣ୍ଡ କଲା ପଟ୍ଟାମୁଣ୍ଡାଇ ପୋଲିସ । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚୁନଡିହ ପାଖ ପେଟ୍ରୋଲ ପମ୍ପରୁ ଲୁଟ କରିବା ପାଇଁ ଯୋଜନା କରୁଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଛନ୍ତି ଏହା କେନ୍ଦ୍ରାପଡା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଲୁଟ ଉଦ୍ୟମ ପଣ୍ଡ କଲା ପଟ୍ଟାମୁଣ୍ଡାଇ ପୋଲିସ, 2 ଗିରଫ

ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଖାରୁଣୀ ପୋଲ ରାଜନଗର ରାସ୍ତାରେ ଯାଉଥିବା ଲୋକମାନଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ କରିବାକୁ ଯୋଜନା କରୁଥିଲେ କିଛି ଦୁର୍ବୃତ୍ତ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେହି ସ୍ଥାନରେ ଅତର୍କିତ ଚଢାଉ କରି ଚାରି ଦୁର୍ବୃତ୍ତଙ୍କୁ କାବୁକରିନେଇଥିଲା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଚାରି ଦୁର୍ବୃତ୍ତ ହେଲେ ପଟ୍ଟାମୁଣ୍ଡାଇ ଥାନା କଖାରୁଣୀ ଗାଁର ବିଶ୍ବଜିତ ପ୍ରଧାନ, ପୋଖରିଆପଡା ଗାଁର ରୋହିତ ବଳ,ନରସିଂହପୁର ଗାଁର ରାଜେନ୍ଦ୍ର ବେହେରା ଓ ଡେରାବିଶ ଥାନା ବାଘିଲୋ ବାବନପୁର ଗାଁର ସୁମନ୍ତ ଜେନା । ତେବେ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ବୋଲି ଏସପି କହିଛନ୍ତି ।

ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ , ୪ଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା ,ଗୋଟିଏ ଭୁଜାଲି , ଦୁଇଟି ଲୁହା ରୋଡ,ଲୁଟ ଯୋଜନାର ରୋଡ ମ୍ୟାପ , ମଦ ବୋତଲ ପ୍ଲାଷ୍ଟିକ ଗ୍ଲାସ ଓ ଏକ ମ୍ୟାଷ୍ଟ୍ରୋ ବାଇକ ଜବତ କରାଯାଇଛି । ଖୁବ ଶିଘ୍ର ଫେରାର ଦୁଇ ଅପରାଧିଙ୍କୁ ଗିରଫ କରିବାକୁ ବିଭିନ୍ନ ସନ୍ଦିଗ୍ଧ ସ୍ଥାନ ମାନଙ୍କରେ ଚଢାଉ କରାଯାଉଛି ବୋଲି ଏସପି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Intro:03.01.2020
Radhakanta Mohanty, Kendrapada
Slug-od_kpr_lootera_script_7204459
Anchor- ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଖାରୁଣୀ ପୋଲ ରାଜନଗର ରାସ୍ତାରେ ଯାଉଥିବା ଲୋକମାନଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ କରିବାକୁ ଯୋଜନା କରୁଥିଲେ କିଛି ଦୁର୍ବୃତ୍ତ । ମାତ୍ର ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଥିଲା ପଟ୍ଟାମୁଣ୍ଡାଇ ପୋଲିସ ।
ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେହି ସ୍ଥାନରେ ଅତର୍କିତ ଚଢାଉ କରି ଚାରି ଦୁର୍ବୃତ୍ତଙ୍କୁ କାବୁକରିନେଇଥିଲା ବେଳେ ଦୁଇ ଜଣ ପୋଲିସ ଗାଡି ଦେଖି ଫେରାର ହୋଇଯାଇଛନ୍ତି । ଏମାନେ ଚୁନଡିହ ପାଖ ପେଟ୍ରୋଲ ପମ୍ପରୁ ଲୁଟ କରିବା ପାଇଁ ଯୋଜନା କରୁଥିବାର ପୋଲିସ ଆଗରେ ମାନିଛନ୍ତି ବୋଲି କେନ୍ଦ୍ରାପଡା ଏସ୍ ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଚାରି ଦୁର୍ବୃତ୍ତ ମାନେ ହେଲେ ପଟ୍ଟାମୁଣ୍ଡାଇ ଥାନା କଖାରୁଣୀ ଗାଁ ର ବିଶ୍ୱଜିତ ପ୍ରଧାନ, ପୋଖରିଆପଡା ଗାଁର ରୋହିତ ବଳ , ନରସିଂହପୁର ଗାଁର ରାଜେନ୍ଦ୍ର ବେହେରା ଓ ଡେରାବିଶ ଥାନା ବାଘିଲୋ ବାବନପୁର ଗାଁର ସୁମନ୍ତ ଜେନା । ତେବେ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ବୋଲି ଏସ୍ ପି ନିତିଶେଖର କହିଛନ୍ତି ।
ଏମାନଙ୍କ ନିକଟରୁ ପଟ୍ଟାମୁଣ୍ଡାଇ ପୋଲିସ ଏକ ଦେଶି ବନ୍ଧୁକ , ୪ଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା ,ଗୋଟିଏ ଭୁଜାଲି , ଦୁଇଟି ଲୁହା ରଡ୍ , ଲୁଟ ଯୋଜନାର ରୋଡ୍ ମ୍ୟାପ୍ , ମଦ ବୋତଲ ପ୍ଲାଷ୍ଟିକ ଗ୍ଲାସ ଓ ଏକ ମ୍ୟାଷ୍ଟ୍ରୋ ବାଇକ ଜବତ କରିଛି ପୋଲିସ । ଖୁବ ଶିଘ୍ର ଫେରାର ଦୁଇ ଅପରାଧିଙ୍କୁ ଗିରଫ କରିବାକୁ ବିଭିନ୍ନ ସନ୍ଦିଗ୍ଧ ସ୍ଥାନ ମାନଙ୍କରେ ଚଢାଉ କରାଯାଉଛି ବୋଲି ଏସ୍ ପି ନିତିଶେଖର ସୂଚନା ଦେଇଛନ୍ତି ।
Body:Byt-ନୀତିଶେଖର(ଏସପି, କେନ୍ଦ୍ରାପଡ଼ା)Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.