ETV Bharat / state

କାର ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା - କେନ୍ଦ୍ରାପଡ଼ାରେ ସଡ଼କ ଦୁର୍ଘଟଣା

ସ୍କୁଲ ଯିବା ବାଟରେ ନବମ ଶ୍ରେଣୀ ଛାତ୍ରଙ୍କୁ ପିଟିଲା କାର । ଦୁର୍ଘଟଣାରେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟବାସିନ୍ଦାଙ୍କ ଦ୍ୱାରା ରାସ୍ତାରୋକ । କେନ୍ଦ୍ରାପଡାରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ

author img

By

Published : Jun 18, 2022, 5:50 PM IST

Updated : Jun 18, 2022, 10:51 PM IST

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ହେଲେ ଆଳି ବ୍ଲକ କଅଁରପୁର ଗ୍ରାମର ଯୁଗଳ କିଶୋର ବେହେରାଙ୍କ ଏକମାତ୍ର ପୁଅ ଜିତେଶ କୁମାର ବେହେରା ।

କାର ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ସୂଚନା ଅନୁସାରେ ଜିତେଶ ପତ୍ରପୁର ହାଇସ୍କୁଲରେ ନବମ ଶ୍ରେଣୀର ଛାତ୍ର ଥିଲେ । ଗ୍ରୀଷ୍ମକାଳୀନ ଛୁଟି ପରେ ସାରା ରାଜ୍ୟରେ ଆଜି ସ୍କୁଲ ଖୋଲିଥିଲା । ତେବେ ସ୍କୁଲ ଯିବା ସମୟରେ ପଟ୍ଟାମୁଣ୍ଡାଇ ନିକଟରେ ଏକ କାର ଆସି ଜିତେଶଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା କାରକୁ ଭାଙ୍ଗି ଦେଇଥିବା ବେଳେ ପୋଲିସ କାର ଚାଳକକୁ ଥାନାରେ ଅଟକ ରଖିଛି ।

ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ । ପରିବାରକୁ କ୍ଷତି ପୂରଣ ଦେବା ସହିତ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ହମ୍ପସ୍ ନିର୍ମାଣ କରିବାକୁ ଦାବି ହୋଇଥିଲା । ମୁଖ୍ୟ ରାସ୍ତା ଦୀର୍ଘ ୫ ଘଣ୍ଚା ବନ୍ଦ ରହିବା ଫଳରେ ଯାତାୟତ ପ୍ରଭାବିତ ହୋଇଥିଲା । ଘଟଣାସ୍ଥଳରେ ପଟାମୁଣ୍ଡାଇ ଏସଡିପିଓ, ଆଳି ଥାନା ଆଇଆଇସି ଓ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jun 18, 2022, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.